ମାଗଣାରେ ମିଳୁଛି Vivo ର ଏହି ସ୍ମାର୍ଟଫୋନ୍ , ଜାଣନ୍ତୁ କେମିତି ଉଠାଇବେ ଲାଭ

ପ୍ରାୟ ସବୁ ଇ କମର୍ସ ସାଇଟରେ Winter offer କୁ ନେଇ ଚାଲିଛ ସେଲ୍ । ଯେଉଁଠାରେ ଅନେକ ସମାଗ୍ରୀ ଉପରେ ମିଳୁଛି ଜବରଦସ୍ତ ଅଫର୍ । ସେହିପରି ଆରମ୍ଭ ହୋଇଯାଇଛି Vivo ର ୧୦୦ ପ୍ରତିଶତ ହାପିନେସ୍ ଅଫର୍ । ଏଥିରେ Vivo V11, V11 Pro, X21, NEX ସ୍ମାର୍ଟଫୋନରେ ପାଇପାରିବେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍ । ଏହି ଅଫରରେ ତିନି ପ୍ରକାର କ୍ୟାସବ୍ୟାକ୍ ଦିଆଯାଉଛି ଯାହା ଚାଲିବ ୧୫ ଡିସେମ୍ବର ଯାଏଁ । ତେବେ ଜାଣନ୍ତୁ କେମିତି ଉଠାଇବେ ଏହି ଅଫରର ଫାଇଦା ।

ଯଦି ଆପଣ ଏହି ଅଫରର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ Vivo ତରଫରୁ ହେଉଥିବା ପ୍ରତିଯୋଗିତାରେ ଭାଗନେବାକୁ ପଡିବ । ଆଉ ଏହି ୧୦୦ ପ୍ରତିଶତ ହାପିନେସ୍ ଅଫରରେ ଭାଗ ନେଉଥିବା ୧୧୦ ଗ୍ରାହକଙ୍କ ମଧ୍ୟରେ ଯଦି ଆପଣଙ୍କ ନାଁ ଆସେ ତେବେ ଆପଣ ଫୋନ୍ ପାଇଁ ଦେଇଥିବା ସମ୍ପୂର୍ଣ୍ଣ ରାଶି ଫେରସ୍ତ ପାଇବେ ।

ସେହିପରି ଏହି ଅଫରରେ ଦ୍ବିତୀୟ କ୍ୟାଟେଗୋରୀ ଅଛି ଯେଉଁଥିରେ ସ୍ମାର୍ଟଫୋନ ମୂଲ୍ୟର ୧୧ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ଏହା ସେମାନଙ୍କୁ ମିଳିବ ଯେଉଁମାନେ ଏହି ଅଫରରେ ଭାଗ ନେଇଥିବା ୧୧ ଜଣ ଲକି ଗ୍ରାହକଙ୍କ ମଧ୍ୟରେ ଜଣେ ହୋଇଥିବେ । ଯଦି ଯେଉଁ ଗ୍ରାହକଙ୍କ ନାଁ ଉଭୟ ତାଲିକାରେ ଆସିବ ତାଙ୍କୁ ଅଧିକ ଟଙ୍କା ଫେରସ୍ତ ମିଳିବ ।

ତେବେ ଯଦି କୌଣସି ଗ୍ରାହଙ୍କ ନାଁ ଉଭୟ ତାଲିକାରେ ଆସୁନି ତେବେ ନିରାଶ ହେବାର ଆବଶ୍ୟକତା ନାହିଁ । କାରଣ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମିଳିବ ୫୦୦ ଟଙ୍କା କ୍ୟାସବ୍ୟାକ୍ । ତେବେ ମିଳିଥିବା କ୍ୟାସବ୍ୟାକ୍ ବଜାଜ୍ ଫିନସର୍ଭରେ ଲିଙ୍କ୍ ହୋଇଥିବା ମୋବୱିକ୍ ୱାଲେଟରେ ଦିଆଯିବ । ଯଦି ଆପଣଙ୍କ ନିକଟରେ ୱାଲେଟ୍ ନାହିଁ ତ ମୋବାଇଲରେ ଏକ ଲିଙ୍କ୍ ପଠାଯିବ ଯାହା ଉପରେ କ୍ଲିକ୍ କରି ଆପଣ କ୍ୟାସବ୍ୟାକ୍ ପାଇପାରିବେ ।

Leave a Reply

Your email address will not be published. Required fields are marked *