ଗାଡି ଚାଳକ ମାନଙ୍କ ପାଇଁ ନୂଆ ନିୟମ, ଏପ୍ରିଲ ୧ରୁ ଲାଗୁ ହେବ ଏହି ନିୟମ – ନ ମାନିଲେ ଟ୍ରାଫିକ ପୁଲିସ ନେଇଯିବେ ଗାଡି

ନମସ୍କାର ବନ୍ଧୁଗଣ ଆପଣଙ୍କୁ ସ୍ଵାଗତ ଆମର ଏହି ଲେଖାକୁ । ସରକାର ଘୋଷଣା କରିଛନ୍ତି ପୁଣି ଏକ ନୂଆ ନିୟମ, ଯାହା ବିଷୟରେ ଆପଣ ମାନେ ଜାଣିବା ବହୁତ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା ସେହି ନୂଆ ନିୟମ ବିଷୟରେ । ଏହି ନିୟମ ୧ ଏପ୍ରିଲରୁ ଲାଗୁ ହେବାକୁ ଯାଉଛି । ଏହି ନିୟମ ସମସ୍ତ ଗାଡି ଚାଳକଙ୍କ ପାଇଁ ଲାଗୁ ହେବ । ଆଜିକା ସମୟରେ ପ୍ରତ୍ୟେକ ଦିନ ଗାଡିରେ ମହିଳାମାନେ ଆକ୍ରମଣରୁ ଆରମ୍ଭ କରି ଯୌନ ଶୋଷଣ ପର୍ଯ୍ୟନ୍ତ ବିଭିନ୍ନ ଘଟଣାର ଶିକାର ହେଉଛନ୍ତି ।

ସେଥିପାଇଁ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ରାଜ୍ୟର ସରକାର କେତେ ନୂଆ ନୂଆ ନିୟମ ପ୍ରଚଳନ କରିବାରେ ଲାଗିଛନ୍ତି । ଓଡିଶା ସରକାର ରାଜଧାନୀ ଭୁବନେଶ୍ଵରରେ ପିଙ୍କ ଅଟୋ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ଏବେ ସରକାର ସେହି ସବୁ ନିୟମକୁ ଅଧିକ ଫଳପ୍ରଦ କରିବା ପାଇଁ କିଛି ଶକ୍ତ ନିୟମ ଲାଗୁ କରିଛନ୍ତି । ପ୍ରତ୍ୟେକ ଯାତ୍ରୀବାହୀ ଗାଡି ଚାଳକ ଏହି ନିୟମକୁ ପାଳନ କରିବାକୁ ବାଧ୍ୟ । ଏହି ନିୟମ ପାଳନ ନକେଲ ଟ୍ରାଫିକ ପୋଲିସ ଆପଣଙ୍କ ଗାଡି ଜବତ କରିନେବେ ।

ଆସନ୍ତୁ ଜାଣିବା ସେହି ନିୟମଟି କ’ଣ :

ମହିଳାମାନଙ୍କ ସୁରକ୍ଷା ପାଇଁ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି । ଏହି ନିୟମ ଅନୁସାରେ ଏପ୍ରିଲ ୧ ତାରିଖ ସୁଦ୍ଧା ସମସ୍ତ ଗାଡିରେ ଜିପିଏସ ପେନିକ ବଟମ ଲଗାଯିବା ଦରକାର । ଯଦି ଏଭଳି ନକରନ୍ତି ତେବେ କୌଣସି ଗାଡିର ଫିଟନେସ ପେପର ଗାଡି ଚାଳକକୁ ଦିଆଯିବ ନାହିଁ । ସରକାରଙ୍କ ଆଦେଶ ଅନୁସାରେ ଏହି ନିୟମ ନୂଆ ଗାଡି ପାଇଁ  ଜାନୁଆରୀ ୧ ତାରିଖ ଏବଂ ପୁରୁଣା ଗାଡି ପାଇଁ ଏପ୍ରିଲ ୧ ତାରିଖରୁ ଲାଗୁ ହେବ । ପୁରୁଣା ଗାଡି ମାଲିକଙ୍କ ପାଖରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି । ପୁରୁଣା ଗାଡି ମାଲିକ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିଜ ନିଜ ଗାଡିରେ ପେନିକ ବଟମ ଲଗାଇଦେବେ । ଅନ୍ୟ ରାଜ୍ୟରେ ଏହି ନିୟମ ଲାଗୁ ହୋଇସାରିଲେଣି ।

Leave a Reply

Your email address will not be published. Required fields are marked *