ଭାରତର ସବୁଠାରୁ ମହଙ୍ଗା ଓ ଲକ୍ଜୁରୀ ଟ୍ରେନ୍, ୩ ଲକ୍ଷ ଟଙ୍କା ଭଡା କେବଳ ୭ଦିନ ପାଇଁ – ଥରୁଟେ ଦେଖନ୍ତୁ ଏହି ଟ୍ରେନର ଭିତର

ଭାରତରେ ଯାତାୟାତ ପାଇଁ ସବୁଠୁ ବଡ ମାଧ୍ୟମ ହେଲା ଟ୍ରେନ ।  ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଟ୍ରେନ ବିଷୟରେ କହିବୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଭାରତୀୟ ରେଲୱେ ଭାରତର ସୁନ୍ଦରତା ଓ ସଂସ୍କୃତିକୁ ପୂରା ଦୁନିଆଁରେ ପରିଚିତ କରାଇବା ପାଇଁ ଏକ ଲକ୍ଜୁରୀ ଟ୍ରେନ୍ ବାହାର କରିଛନ୍ତି ।  ପ୍ୟାଲେସ୍ ଅନ୍ ହ୍ୱିଇଲ୍ସ ଓ ସ୍ୱର୍ଣ୍ଣ ରଥ ପରି ଲକ୍ଜୁରୀ ଟ୍ରେନ୍ ରେଲୱେ କୁ ଏକ ନୂଆ ରୁପ ପ୍ରଦାନ କରିଛି । ଭାରତରେ ସବୁଠାରୁ ପ୍ରଥମେ ୨୬ ଜାନୁୟାରୀ ୧୯୮୨ କୁ ପ୍ରଥମ ଲକ୍ଜୁରୀ ଟ୍ରେନ୍  ଥିଲା ପ୍ୟାଲେସ୍ ଅନ୍ ହ୍ୱିଇଲ୍ସ ।

ଇଣ୍ତିଆନ୍ ଟ୍ରେନ୍ ସାହାଯ୍ୟରେ ଯଦି ଆପଣ ଭାରତ ବୁଲିବାକୁ ଚାହୁଁଛନ୍ତି ତେବେ ମହାରାଜା ଏକ୍ସପ୍ରେସ୍ ଆପଣଙ୍କ ପାଇଁ ଭଲ ଅପସନ୍ ରହିବ । କାରଣ ଏହା କେବଳ ଏକ ଟ୍ରେନ୍ ନୁହେଁ ବରଂ ଏକ ଚଳନ୍ତି ଫାଇଭ ଷ୍ଟାର ହୋଟେଲ ଅଟେ ।  ତେବେ ଆସନ୍ତୁ ଜାଣିବା ଏହି ଟ୍ରେନ୍ ରେ ବିଷୟରେ । ମହାରାଜା ଟ୍ରେନ୍ ମୁମ୍ବାଇ କିମ୍ବା ଦିଲ୍ଲୀରୁ ଆରମ୍ଭ ହୋଇକରି ବିକନୋର୍, ଆଗ୍ରା, ରଣଥଂବୋର୍ , ଫତେହପୁର ସିକ୍ରି, ଗ୍ୱାଲିୟର୍, ଜୟପୁର, ବାରାଣାସୀ, ଖଜୁରାହୋ, ଲକ୍ଷ୍ନୌ, ଉଦୟପୁର ଷ୍ଟେସନରେ ଛିଡା ହୋଇଥାଏ ।

ଯଦି ଆପଣ ଏହି ଟ୍ରେନ୍ ରେ ଯାତ୍ରା କରିବାକୁ ଚହୁଁଛନ୍ତି ତେବେ ଯାନୀ ରଖନ୍ତୁ ଏହାର ଟିକେ ଟ୍ ମୂଲ୍ୟ ହେଉଛି ୧ ଲକ୍ଷ ୯୩ ହଜାର ୪୯୦ ଟଙ୍କାରୁ ଆରମ୍ଭ ହୋଇକରି ୧୫ ଲକ୍ଷ ୭୫ ହଜାର ୮୩୦ ଟଙ୍କା ପର୍ଯ୍ୟନ୍ତ । ଏହି ଟ୍ରେନ୍ ରେ ୨୩ ଟି ଡବା ଅଛି  ଓ ଏହି ଟ୍ରେନ୍ ରେ  ୮୮ ଜଣ ଯାତ୍ରୀ ଯାତ୍ରା କରିପାରିବେ ।

ଯାତ୍ରୀମାନଙ୍କୁ ଶୋଇବା ପାଇଁ ଏହି ଟ୍ରେନ୍ ରେ ୧୪ ଟି କେବିନ୍ ବନାହୋଇଛି , ସବୁ କେବିନ୍ ରେ ଡିଭିଡି ପ୍ଲେୟାର୍ , ଫୋନ୍ , ଇଲୋକ୍ଟ୍ରୋନିକ୍ସ ଲକର୍ , ଏଲସିଡି ଟିଭି, ଇଣ୍ଟରନେଟ୍ ସହ ବାଥରୁମ୍ ସୁବିଧା ବି ଦିଆଯାଇଛି । ଏହି ଟ୍ରେନ୍ ରେ ଖାଦ୍ୟ ସବୁଠାରୁ ସୁସ୍ୱାଦୁ , ପୁଷ୍ଟିକର, ଓ ସୁନା ଚାନ୍ଦୀର ବାସନରେ ପରଷାଯାଇଥାଏ । ୨୦୧୫ ଓ ୨୦୧୬ ରେ ମହାରାଜା ଟ୍ରେନ୍ କୁ ସାତ ତାରକା ଲକ୍ଜୁରୀ ଆୱାର୍ଡ ମିଳିଥିଲା ।

Leave a Reply

Your email address will not be published. Required fields are marked *