ଯଦି ଗାଡିରେ ବସିଲେ ଆପଣଙ୍କର ବାନ୍ତି ହେଉଛି, ତେବେ ଗାଡିରେ ବସିବା ପୂର୍ବରୁ ଏହି ସବୁ କାମ କରନ୍ତୁ ନାହିଁ

ବୁଲିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଭିନ୍ନ ଜାଗାକୁ ଯାଇ ବିଭିନ୍ନ ନୂଆ କଥା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ।ତେବେ ବୁଲିବାକୁ ଯିବା ପାଇଁ ଆମେ ଗାଡ଼ିରେ ଯାତ୍ରା କରିଥାଉ। ଗାଡି ଦ୍ୱାରା ଆମେ ଆମ ଚାହୁଁଥିବା ଜାଗାରେ ପହଞ୍ଚି ବୁଲାବୁଲି କରିପାରୁ। କିନ୍ତୁ ଗାଡ଼ିରେ ଗଲା ବେଳେ ଆମ ଭିତରୁ ଅନେକଙ୍କର ବାନ୍ତି ହେବା ସମସ୍ୟା ରହିଥାଏ।

ଏହି ସମସ୍ୟା ଆମର ପୁରା ଯାତ୍ରାକୁ ଖରାପ କରିଦେଇଥାଏ। ତେବେ ଏହିଥିରୁ ରକ୍ଷା ପାଇବାକୁ ଆମେ ଆମ ପାଖରେ ଅନେକ ଔଷଧ ନେଇଯାଉ। କିନ୍ତୁ ଏହା କାମ କରେନାହିଁ। ଏଥିପାଇଁ ଯାତ୍ରା ପୂର୍ବରୁ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ। ଆଜି ଆମେ ଆପଣଙ୍କୁ କହିବୁ ସେମିତି କିଛି ଜିନିଷ ଯାହାକୁ ଆପଣ ଗାଡ଼ିରେ ଯିବା ପୂର୍ବରୁ ଖାଇବା ବା ପିଇବା ଅନୁଚିତ।

୧- ଅଧିକ ଲୁଣ ଜାତୀୟ ପଦାର୍ଥକୁ ଗାଡ଼ିରେ ଯିବା ପୂର୍ବରୁ ଖାଆନ୍ତୁ ନାହିଁ। ଏହିସବୁ ଜିନିଷ ଖାଇବା ଦ୍ୱାରା ଗାଡ଼ିରେ ଯିବା ବେଳେ ବାନ୍ତି ହୋଇଥାଏ।

୨- ଚିପସ କିମ୍ବା ଛଣା ଖାଦ୍ୟ ଜିନିଷକୁ ଖାଇ ଲୋକେ ଟ୍ରାଭେଲ ସମୟର ବୋରନେସକୁ କମେଇଥାନ୍ତି। କିନ୍ତୁ ଏହିସବୁ ଖାଇବା ଦ୍ୱାରା ଦେହରୁ ଜଳୀୟ ଅଂଶ କମିବା ସହ ପେଟରେ ଗ୍ୟାସ ହୋଇଥାଏ ଏବଂ ବାନ୍ତି ହେବାର ସମ୍ଭାବନା ରହିଥାଏ।

୩- ଯାତ୍ରା ସମୟରେ ଚାହା କଫି ପିଇବା ବି ବାନ୍ତି ହେବାର କାରଣ ହୋଇଥାଏ। ଏହିସବୁ ଜିନିଷରେ ଅଧିକ ମାତ୍ରାରେ କେଫିନ ରହିଛି ଯାହା ପିଇବା ପରେ ଗାଡ଼ିରେ ଯାତ୍ରା କରିବା ଆମ ସ୍ୱାସ୍ଥ୍ୟପ୍ରତି ହାନିକାରକ ଅଟେ।

୪- ଗାଡ଼ିରେ ଯିବା ସମୟରେ ବାନ୍ତି ହେବାର ଆଉ ଏକ କାରଣ କୋଲଡ଼ ଡ୍ରିଙ୍କସ ପିଇବା ହୋଇଥାଏ। କୋଲଡ଼ ଡ୍ରିଙ୍କସରେ ମଧ୍ୟ କେଫିନର ଉପସ୍ଥିତି ରହିଛି। ଏହା ବ୍ୟତୀତ ଏଥିରେ ଥିବା ସୋଢା ପେଟରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ।

Leave a Reply

Your email address will not be published. Required fields are marked *