ଘରର ମୁଖ୍ୟଦ୍ଵାରରେ କଳସ ସ୍ଥାପନ କରିବାର ପୂଜାବିଧି ? କେଉଁ ପଟେ କଳସ ସ୍ଥାପନ କରିବେ ? Puja Vidhi

ବନ୍ଧୁଗଣ ପ୍ରତେକ ହିନ୍ଦୁ ଘରେ ପୂର୍ଣ୍ଣ କଳସ ସ୍ଥାପନ କରା ଯାଇଥାଏ । ବହୁତ ଜାଗାରେ ଗୃହିଣୀ ମାନେ ଘରର ପ୍ରବେଶ ଦ୍ଵାରା ରେ କଳସ ସ୍ଥାପନ ଏମିତି କରିଥାନ୍ତି ଯେଉଁଥିରେ କିଛି ତ୍ରୁଟି ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଘରର ମୁଖ୍ୟ ଦ୍ଵାରରେ କଳସ ସ୍ଥାପନ କିପରି କରାଯାଏ, କଣ ରହିଛି ବିଧି ବିଧାନ ସେହି ବିଷୟରେ କହିବାକୁ ଯାଉଛୁ । ପୂର୍ଣ୍ଣ କଳସର ମାହାତ୍ମା କଣ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ବେଦରେ କଳସକୁ ଜୀବନର ସ୍ରୋତ ବୋଲି କୁହାଯାଏ । ସମସ୍ତ ପୂଜା, ବ୍ରତ, ଓଷା, ମାଙ୍ଗଳିକ କାର୍ଯ୍ୟରେ କେଉଁ କଳସ ସ୍ଥାପନ କରାଯାଏ ତାହାକୁ ପୂର୍ଣ୍ଣ କଳସ କୁହାଯାଏ ।

ଯେଉଁ କଳସର ଭଗବାନ ବିଶୁଣୁଙ୍କୁ ପୂଜା କରାଯାଏ ସେହି କଳସରେ ଗରୁଣ କଳସ ବୋଲି କୁହାଯାଏ । ସେହି କଳସରେ ଗରୁଣ ସମେତ ଦାବିନ ଶକ୍ତି ଅର୍ଥାତ ୨୨ ଦେବତାଙ୍କୁ ବାହନ କରାଯାଏ । ସେମାନେ ହେଉଛନ୍ତି ବରୁଣ, ଗଣପତି, ନବ ଗ୍ରହ, ଦାସ ଦିଗପାଳ, ଗ୍ରାମ ଦେବତୀ । ଏଭଳି ୨୨ ଦେବତାଙ୍କୁ ବାହନ କରି ପୂଜା କରାଯାଏ କାରଣ ଆମେ ଯେଉଁ ପୂଜା କରିଥାଉ ତାହା ଯେମିତି ବିନା ବାଧାରେ ସଂପୂର୍ଣ୍ଣ ହୋଇପାରିବ ସେଥିପାଇଁ ଗରୁଆ କଳସକୁ ପୂଜା କରାଯାଏ ।

ମଙ୍ଗଳ କଳସ ବସାଇବାର କାରଣ ହେଉଛି ବ୍ୟାପାର ବୃଦ୍ଧି ପାଇଁ, ଅଶୁଭତ୍ବକୁ ନଷ୍ଟ କରିବାକୁ, ବାସ୍ତୁ ଦୋଷ ଦୂର କରିବା ପାଇଁ, ଧନଧାନ୍ୟ ବୃଦ୍ଧି କରିବା ପାଇଁ । ଏହା ଆମେ ଘରେ, ଅଫିସ, କାର୍ଯ୍ୟ କ୍ଷେତ୍ରରେ କେଉଁଠି ବି କରି ପାରିବା । ଜଳ ପୂର୍ଣ୍ଣ କଳସକୁ ମୁଖ୍ୟ ଦ୍ଵାରରେ ରଖିବାର ଅର୍ଥ ହେଉଛି ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ପ୍ରତୀକ ଅଟେ । ଘରର ଅଶୁଭତ୍ବକୁ ବିନାସ କରିଥାଏ ମଙ୍ଗଳ କଳସ ।

ଯେଉଁ ପୂର୍ଣ୍ଣ କୁମ୍ଭ କୁ ଆମେ ଘରର ମୁଖ୍ୟ ଦ୍ଵାରାରେ ସ୍ଥାପନ କରିଥାଉ ତା ହେଉଛି ମା ଲକ୍ଷ୍ମୀଙ୍କ ସ୍ୱରୂପ । ସେହି କଳସକୁ ପୂଜା କରାଯାଏ ନାହି । ଘରର ବାମ ପଟରେ କୁମ୍ଭ କଳସ ବା ଘରର ବାମ ଓ ଦକ୍ଷିଣ ପଟରେ କଳସ ସ୍ଥାପନ କରିପାରିବେ । ଘରୁ ବାହାରକୁ ବାହାରିବା ସମୟରେ ମୁଖ୍ୟ ଦ୍ଵାରରେ ବାମ ପାଟରେ କଳସ ସ୍ଥାପନ କରନ୍ତୁ ।

ସୂର୍ଯ୍ୟ ଉଦୟ ପରେ ସ୍ନାନାଦୀ କର୍ମ ସାରି ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ଦେବା ପରେ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିବେ । ଏହା ପରେ ଆପଣ ଶୁଦ୍ଧ ପତ୍ରରେ ଯେମିତି ମାଟି,ପିତଳ, କଂସାରେ ଗଙ୍ଗା ଜଳ ପକାଇ ଜଳ ଭାରି ଘରର ବାମ ପଟରେ ସ୍ଥାପନ କରିବେ । କଳସ ସ୍ଥାପନ କରିବା ସମୟରେ ଧାନ ଦେବେ ନାହି ବରଂ ଅକ୍ଷତ ଦେବା ପରେ । ଏହା ପରେ ହଳଦୀ ରଙ୍ଗର ମୁରୁଜ ପକାଇ କଳସ ବଶାନ୍ତୁ ।

ସୂର୍ଯ୍ୟାସ୍ତ ପରେ ଏହି କଳସକୁ ଉଠାଇ ଘରେ ରଖିବା ସହ ଏହାର ପାଣିକୁ ଗଛ ମୂଳରେ ଦେବା ଉଚିତ । ଏପରି ଭାବେ ଘରର ମୁଖ୍ୟ ଦ୍ଵାରରେ କଳସ ସ୍ଥାପନ କରା ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *