ଗଣେଶ ମନ୍ଦିରକୁ ଯାଇ ରଖି ଦିଅନ୍ତୁ ଏହି ଖାସ ଜିନିଷ, ସମସ୍ତ ମନୋକାମନା ହେବ ପୂର୍ଣ୍ଣ

ମଣିଷର ମନରେ ବହୁତ ଇଚ୍ଛା ରହିଥାଏ ଯାହାକୁ ସେ ପୁରା କରିବାକୁ ଚେଷ୍ଟା କରିଥାଏ । କିନ୍ତୁ କେତେ ଥର ଚେଷ୍ଟା କରିବା ସତ୍ତ୍ୱେ ବି ତାହାର ସ୍ଵପ୍ନ ପୁରା ହୋଇ ନ ଥାଏ । ୧୦୦ ରୁ ୮୦ % କାମ କେବଳ ଏଥିପାଇଁ ଖରାପ ହୋଇଯାଏ କାରଣ ଆପଣଙ୍କର ଭାଗ୍ୟ ଆପଣଙ୍କର ସହିତ ନ ଥାଏ । ଏମିତିରେ ଆପଣଙ୍କ ଭାଗ୍ୟକୁ ସୁଧାରିବା ପାଇଁ ଆପଣଙ୍କୁ ଗଣପତି ବାପ୍ପା ସାହାର୍ଯ୍ୟ କରିବେ ।

କହିବାକୁ ଗଲେ ଏହିଭଳି କରିବା ପାଇଁ ଆପଣଙ୍କୁ ଏକ ଖାସ ଉପାୟ କରିବାକୁ ହେବ ।

ଏହି ଉପାୟକୁ ଆପଣଙ୍କୁ ଦୁଇଟି ଚରଣରେ କରିବାର ଅଛି । କହିବାକୁ ଗଲେ ହିନ୍ଦୁ ଧର୍ମରେ ବୁଧବାର ଦିନକୁ ଗଣେଶଙ୍କର ଦିନ ବୋଲି କୁହାଯାଏ । ଏହି ଦିନ ସେ ନିଜ ଭକ୍ତମାନଙ୍କର ପ୍ରାର୍ଥନା ଜଲ୍ଦି ଶୁଣିଥାନ୍ତି । ଏହି ଉପାୟରେ ଆପଣ ବୁଧବାର ଦିନ ସକାଳୁ ଜଲ୍ଦି ସ୍ନାନ କରି ପ୍ରସ୍ତୁତ ହୋଇ ଯାଆନ୍ତୁ । ବର୍ତ୍ତମାନ ଏକ ନଡିଆ ନିଅନ୍ତୁ ଓ ତାକୁ ଏହିଭଳି ଭାଙ୍ଗନ୍ତୁ କି ତାହା ଦୁଇ ଭାଗ ହୋଇଯିବ ।

ଏହା ପରେ ଆପଣ ଏହି ନଡିଆ ଦୁଇ ଖଣ୍ଡକୁ ପୂଜା ଘରେ ଥିବା ଗଣେଶଙ୍କ ପ୍ରତିମା ସମ୍ମୁଖରେ ରଖନ୍ତୁ । ଏହା ପରେ ଆପଣ ଘିଅ ଦୀପ ଜଳାଇ ଗଣେଶଙ୍କର ଆରତୀ କରି ପୂଜା କରନ୍ତୁ । ଆରତୀ ସମାପ୍ତ ହେବା ପରେ ଏହି ନଡିଆ ଭିତରେ ମୁଦ୍ରା, ଗୁଆ ଓ ଗୋଟିଏ ଗୁଜୁରାତି ରଖି ଦିଅନ୍ତୁ । ଏହା ପରେ ନଡିଆକୁ ଏକ କପଡାରେ କିମ୍ବା ଥଳିରେ ରଖି ଗଣେଶଙ୍କ ମନ୍ଦିରକୁ ଯାଆନ୍ତୁ ।

ଗଣେଶଙ୍କ ମନ୍ଦିରକୁ ଯିବା ସମୟରେ ଏହି ଉପାୟର ଦ୍ଵିତୀୟ ଚରଣ ଆରମ୍ଭ ହୋଇଯାଏ । ଏହା ପରେ ଆପଣ ଗଣେଶଙ୍କ ମନ୍ଦିରରେ ପ୍ରସାଦ ଚଢାନ୍ତୁ । ଏହି ପ୍ରସାଦର ଅଳ୍ପ ଅଂଶ ସେହି ନଡିଆ ଭିତରେ ବି ରଖନ୍ତୁ । ବର୍ତ୍ତମାନ ଏହି ନଡିଆକୁ ଆପଣ ଗଣେଶଙ୍କୁ ଚଢାନ୍ତୁ । ମନେ ରଖନ୍ତୁ କି ଆପଣଙ୍କ ପାଖରେ ନଡିଆର ଦୁଇ ଖଣ୍ଡ ଅଛି ।

ଏହା ମଧ୍ୟରୁ ଆପଣ ସାମ୍ନା ବାଲା ନଡିଆ ଖଣ୍ଡକୁ ଗଣେଶଙ୍କ ମନ୍ଦିରରେ ଚଢାନ୍ତୁ ଓ ଅନ୍ୟ ନଡିଆ ଖଣ୍ଡକୁ ଭୋଗ ସ୍ୱରୂପ ନିଜ ସହିତ ନେଇ ଆସନ୍ତୁ । ଏଠାରେ ଆପଣଙ୍କୁ ଗଣେଶଙ୍କ ସମ୍ମୁକ୍ଷରେ ନିଜର ମନୋକାମନା କହିବାକୁ ପଡିବ । ଏହା ପରେ ନଡିଆ ପ୍ରସାଦକୁ ସ୍ଵୟଂ ସେବନ କରନ୍ତୁ ।

ଏହା ସହିତ ଆପଣ ଅନ୍ୟ ଜଣଙ୍କୁ ପ୍ରସାଦ ରୂପରେ ଏହି ନଡିଆକୁ ଦେଇ ବି ପାରିବେ ଯାହା ସହିତ ଆପଣଙ୍କର ମନୋକାମନା ସମ୍ବନ୍ଧିତ ଥିବ । ଯେତେବେଳେ ଆପଣଙ୍କର ମନୋକାମନା ପୂର୍ଣ୍ଣ ହୋଇଯିବ ତେବେ ଗଣେଶଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଆନ୍ତୁ ଓ ଭଗବାନ ଗଣେଶଙ୍କର ଧନ୍ୟବାଦ କରନ୍ତୁ ।

Leave a Reply

Your email address will not be published. Required fields are marked *