ଯଦି ଜୀବିତ ବ୍ୟକ୍ତି ସ୍ଵୟଂ ନିଜର ଶ୍ରାଦ୍ଧ କରିଥାଏ, ତେବେ କଣ ହୋଇଥାଏ? Garuda Purana

ବନ୍ଧୁଗଣ ଯଦି କୌଣସି ବ୍ଯକ୍ତିର ଅନ୍ତ ହୋଇଯାଏ ତେବେ ତାହାର ପୁତ୍ର, ପୋତ୍ର, ତଥା ତାଙ୍କ ଅଣନାତି ସେହି ବ୍ୟକ୍ତି ଜଣଙ୍କର ଶ୍ରାଦ୍ଧ କରିଥାନ୍ତି । ଯଦି ସେହି ବ୍ୟକ୍ତିର ପରିବାରରେ ପୁତ୍ର, ନାତି ଅଥବା ଅଣନାତି ନଥାନ୍ତି ତେବେ ତାଙ୍କ ପତ୍ନୀ କିମ୍ବା ତାଙ୍କୁ ପୁତ୍ରୀ ଶ୍ରାଦ୍ଧ କାର୍ଜ୍ୟଟିକୁ ସମ୍ପନ୍ନ କରିଥାଏ । ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ବ୍ୟକ୍ତିର ଅନ୍ତିମ ସଂସ୍କାର ପରେ ତାଙ୍କ ପୁତ୍ର ତଥା ନାତି, ଅଣନାତି ଦ୍ଵାରା କରାଯାଇଥିବା ଶ୍ରାଦ୍ଧରେ ତାଙ୍କ ଆତ୍ମାକୁ ମୁକ୍ତି ମିଳିଥାଏ । ଶରୀର ତ୍ୟାଗ କରି ପରଲୋକ ଗମନ କରିବା ଏହି ଦୁନିଆର ସବୁଠାରୁ ବଡ ସତ୍ୟ ଅଟେ ।

ଅର୍ଥାତ ଯେଉଁ ମାନେ ପୃଥିବୀ ଲୋକରେ ଜନ୍ମ ନେଇଛନ୍ତି ତାଙ୍କୁ ଗୋଟିଏ ନା ଗୋଟିଏ ଦିନ ଦୁନିଆ ଛାଡିବାକୁ ପଡିଥାଏ । ସବୁଠାରୁ ବିଡମ୍ବନାର କଥା ଏହା ଅଟେ ଯେ ଯଦି କେହି ଏହା ବିଷୟରେ କଥା ହୁଅନ୍ତି ତାକୁ ଅଶୁଭ ବୋଲି କୁହାଯାଏ ।

ସେହି ଲୋକମାନଙ୍କୁ ଚୁପ କାରାଇ ଦେଇଥାନ୍ତି । ସେମାନେ କୁହନ୍ତି ଯେ ଏଭଳି ଅଶୁଭ କଥା କେବେ ନିଜ ମୁହଁରୁ ବାହାର କରିବନି । ବନ୍ଧୁଗଣ ଯଦି ଶ୍ରାଦ୍ଧ କର୍ମର କଥା ଆସିଥାଏ ସମସ୍ତେ ମାନିଥାନ୍ତି ଯେ ଏହି କ୍ରିୟା ମନୁଷ୍ୟର ଦେହତ୍ୟାଗ ପରେ କରାଯାଇଥାଏ । କିନ୍ତୁ ଗରୁଡ ପୁରାଣ ଅନୁସାରେ ଏହା ଗୋଟିଏ ଭ୍ରମ ଅଟେ ଯାହାକୁ କେହି ପ୍ରଚାର କରିଛନ୍ତି । ବାସ୍ତବରେ ମନୁଷ୍ୟ ବଞ୍ଚିଥିବା ଅବସ୍ଥାରେ ମଧ୍ୟ ନିଜର ଶ୍ରାଦ୍ଧ କରିପାରେ । ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଯେ ଜୀବିତ ବ୍ୟକ୍ତି ବଞ୍ଚି ଥାଉ ଥାଉ ନିଜର ଶ୍ରାଦ୍ଧ କଲେ କଣ ହୋଇଥାଏ ।

ବନ୍ଧୁଗଣ ଗରୁଡ ପୁରାଣରେ ସିୟାବଲୋକନ ଅଧ୍ୟାୟରେ ବର୍ଣିତ କଥା ଅନୁସାରେ ପଖିରାଜ ଗରୁଡ ଭଗବାନ ଶ୍ରୀ ବିଷନୁଙ୍କୁ ପଚାରନ୍ତି ଯେ, ହେ’ ନାରାୟଣ, ଏହାତ ସମସ୍ତେ ଜାଣନ୍ତି ଯେ ଯଦି କୌଣସି ବ୍ଯକ୍ତିର ଜୀବନ  ଯାଏ, ତେବେ ତାହାର ଆତ୍ମାର ଶାନ୍ତି ପାଇଁ ତାର ପରିବାର ବର୍ଗଙ୍କ ଦ୍ଵାରା ତାହାର ଶ୍ରଦ୍ଧା କ୍ରିୟା କରାଯାଇଥାଏ । ଯାହା ଫଳରେ ତାଙ୍କର ଆତ୍ମାକୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ଭଗବାନ କୃପା କରି ଏହା କୁହନ୍ତୁ ଭଗବାନ ନିଜ ଜୀବିତ ଅବସ୍ଥାରେ କଣ ନିଜର ଶ୍ରାଦ୍ଧ କରିପାରେ ?

ଏବଂ କଣ ମନୁଷ୍ୟ ପାଇଁ ଏପରି କରିବା ଉଚିତ ଅଟେ ? ଗରୁଡଙ୍କର ଏହିଭଳି ପ୍ରଶ୍ନ ଶୁଣିକି ଭଗବାନ ବିଷନୁ ହସ ହସ ମୁହଁରେ କୁହନ୍ତି- ହେ’ ଗରୁଡ, ଯଦି ସେହି ବ୍ଯକ୍ତିର କୌଣସି ଅଧିକାରୀ ବ୍ୟକ୍ତି ନଥାନ୍ତି, ତାହାର କୌଣସି ଉତ୍ତରା ଅଧିକାର ନଥାଏ, ତେବେ ସେ ନିଜ ଜୀବିତ କାଳରେ ସ୍ଵୟ ଶ୍ରାଦ୍ଧ କରିପାରନ୍ତି । ମନୁଷ୍ୟକୁ ଜୀବିତ ଶ୍ରାଦ୍ଧର ବିଧାନ ସଠିକ ଭାବେ ଜାଣିବା ଦରକାର । କାରଣ ଜୀବିତ ମନୁଷ୍ୟ ଦ୍ଵାରା ସ୍ଵୋୟର କରିଥିବା ଶ୍ରାଦ୍ଧ ଏହି ବିଧାନକୁ ଆଧାରିତ କରି ହୋଇଥାଏ । ଯଦି କେହି ନିଜର ଶ୍ରାଦ୍ଧ ବିଧି ପୂର୍ବକ ସମ୍ପନ୍ନ କରିଥାନ୍ତି, ତେବେ ତାକୁ ସେହି ଗତି ମିଳିଥାଏ ।

ଯଦି ମନୁଷ୍ୟର ପରିବାର ତଥା ଅଧିକାରୀ କେହି ନାହାନ୍ତି ତେବେ ସେ ଗୋଟେ ନିଶ୍ଚିତ ତିଥିରେ ଉପବାସ ରଖନ୍ତୁ । ଏହା ପରେ ସ୍ନାନ କରି ମୋ ପ୍ରତି ଆଶକ୍ତ ପୂର୍ବକ ମୋର ପୂଜା କରନ୍ତୁ । ପୂଜା ସମ୍ପନ୍ନ ହେବା ପରେ ସେ ନିଜର ପିତୃଗଣ ନିମନ୍ତେ ତିଳ ଏବଂ ଦକ୍ଷିଣା ସହିତ ୩ଟି ଜଳ ଧେନୁ ଅର୍ଥାତ ଜଳ ପାତ୍ର ଓମ ପିତୃଭ୍ୟହ ସ୍ଵୋଦ୍ଧା ମନ୍ତ୍ର ସହିତ ଗୋଟିଏ ସ୍ଥାନରେ ରଖନ୍ତୁ, ପରନ୍ତୁ ଧ୍ୟାନ ରଖିବେ ଯେ, ପ୍ରଥମ ଜଳପାତ୍ର ଉତ୍ତର ଦିଶାରେ ଦ୍ଵିତୀୟ ଜଳପାତ୍ର ଦକ୍ଷିଣ ଦିଶାରେ ଏବଂ ଏହି ଦୁଇଟି ଜଳ ପାତ୍ର ମଧ୍ୟରେ ତୃତୀୟ ଜଳପାତ୍ରକୁ ରଖିବେ, ଦୁଇ ଜଳପାତ୍ରକୁ ଦାନ କରିବା ସମୟରେ ଓମ ଅଭିନୟ କଭ୍ୟ ବାହାନାୟ ସ୍ଵୋଦ୍ଧା ନମୋଃ, ତଥା ଓମ ସୋମାୟ ତ୍ଵା ପିତୃମତେ ସ୍ଵୋଦ୍ଧା ନମଃ ମନ୍ତ୍ରଟିର ଉଚାରଣ କରିବା ଆବଶ୍ୟକ ।

ଏବଂ ଏହାପରେ ଦକ୍ଷିଣ ଦିଶାକୁ ମୁହଁ କରି ଦକ୍ଷିଣ ସମେତ ତୃତୀୟ ଜଳ ପାତ୍ର ଦାନ ଦେବା ସମୟରେ ବିଶେଷ ରୂପରେ ସମାୟାଅଗ୍ନିରସେ ସ୍ଵୋଦ୍ଧା ନମଃ ମନ୍ତ୍ରଟିର ଉଚାରଣ କରନ୍ତୁ । ଜଳ ପାତ୍ରର ଦାନ ଦ୍ଵାରା ଶ୍ରାଦ୍ଧ କରୁଥିବା ସମୟରେ ଅନେକ ପ୍ରକାରର ମହା ପାତକରୁ ମୁକ୍ତି ହୋଇଥାଏ । ଏହାପରେ ବ୍ରାମ୍ହଣ ମାନଙ୍କର ଆବାହନ କରାଇ କର୍ମ କରୁଥିବା ମନୁଷ୍ୟ ଭୋଜନ କରାଇବା ଆବଶ୍ୟକ । ବ୍ରାମ୍ହଣଙ୍କୁ ବିଶ୍ୱୋଦେବଙ୍କ ପ୍ରତିନିଧି ମାନି ତାଙ୍କୁ ପୂଜା କରିବା ମଧ୍ୟ ଆବଶ୍ୟକ ।

ଏହା ପରେ ସମ୍ପୂର୍ଣ ବିଧି ଅନୁଯାଇ ସେହି ମନୁଷ୍ୟ ଯେବେ ପର୍ଯ୍ୟନ୍ତ ଜୀବିତ ରହିବ ସେବେ ପର୍ଯ୍ୟନ୍ତ ମାସିକ ଶ୍ରାଦ୍ଧ କରିବା ଆବଶ୍ୟକ । ଯଦି କେଉଁ ମନୁଷ୍ୟ ଜୀବିତ ରହି ନିଜର ଶ୍ରାଦ୍ଧ ସଂପୂର୍ଣ୍ଣ ବିଧି ଅନୁଯାଇ କରିଥାଏ ତେବେ ସେ ଜୀବିତ ଅବସ୍ଥାରେ ମୋକ୍ଷକୁ ପ୍ରାପ୍ତ କରିନେଇଥାଏ । ବନ୍ଧୁଗଣ ଏହାଥିଲା ଗରୁଡ ପୁରାଣ ଅନୁଯାୟୀ ଶ୍ରୀ କୃଷ୍ଣ ଗରୁଡଙ୍କୁ କହିଥିବା ଘଟଣାବଳୀ । ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *