କେବେ ପ୍ଲାଷ୍ଟିକ ଉଠାଇ ନିଜର ପେଟ ପୋଷୁଥିଲେ କିନ୍ତୁ ଆଜି ଧନୀ କ୍ରୀକେଟର – ଜାଣନ୍ତୁ କିଏ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଯଦି ଆମେ ଗରିବ ତେବେ ଏଠି ପାଇଁ ଟଙ୍କା ପଇସା ଦାୟୀ ନୁହେଁ ବରଂ ଏଠି ପାଇଁ ଦାୟୀ ହେଉଛି ଆମର ଚିନ୍ତାଧାରା ଓ ଆମର ଇଚ୍ଛା ଶକ୍ତି । ଏ କଥାର ଅର୍ଥ କଣ ଏ ବିଷୟରେ ଆପଣଙ୍କୁ ଆଜି ଆମେ କହିବୁ ଗୋଟେ କାହାଣୀ ମାଧ୍ୟମରେ । ଏହି କାହାଣୀ ହେଉଛି କ୍ରୀଶ ଗେଲ ଙ୍କର । ଯିଏ ଦିନେ ମଇଳା ପ୍ଲାଷ୍ଟିକ ଉଠାଉଥିଲେ । କିନ୍ତୁ ଆଜି ସେ ୱେଷ୍ଟ ଇଣ୍ଡିଜ ର ଏକ ନାମୀ ଦାମୀ କ୍ରିକେଟର ।

ଫ୍ରେଣ୍ଡ୍ସ ଆମେ ତ ଜଣଙ୍କର ସଫଳତା କୁ ଦେଖିଥାଉ କିନ୍ତୁ ସେ ସ୍ତାହନରେ ପହଞ୍ଚିବା ପାଇଁ ସେହି ବ୍ୟକ୍ତି କେତେ ପରିଶ୍ରମ କରିଛି ବା ତାର ଜୀବନ କେଉଁ ପଥ ଦେଇ ଗତି କରିଛି ସେ ବିଷୟରେ କେବେ ଜାଣି ପାରୁ ନା । ସେହିପରି Cris Gayle ଙ୍କ ସଫଳତା ତ ସମସ୍ତେ ଜାଣିଛନ୍ତି କିନ୍ତୁ ତାଙ୍କ ସଙ୍ଘର୍ଷର କାହାଣୀ ବହୁତ କମ ଲୋକ ଜାଣିଛନ୍ତି ।

ସେ ୧୯୭୯ ମସିହା ସେପ୍ଟେମ୍ବର ୨୧ ରେ କିଂସଟନ ଯମେଇକା ରେ ଜନ୍ମ ହୋଇଥିଲେ । ତାଙ୍କ ପରିବାର ଏତେ ଗରିବ ଥିଲେ କି ସେମାନେ ଏକ ତିନ ରେ ପ୍ରସ୍ତୁତ କୁଡିଆ ଘରେ ରହୁଥିଲେ । ପଇସା ନ ଥିବାରୁ ସେ ଠିକ ଭାବେ ପଢି ବି ନାହାନ୍ତି । ସେ ନିଜର ଘର ଚଳାଇବା ପାଇଁ ମଇଳା ପ୍ଲାଷ୍ଟିକ ଉଠାଉ ଥିଲେ । ସେ ସମାୟରେ ସେ ବି ମଧ୍ୟ ଭାବି ନଥିବେ କି ଦିନେ ସେ ଏତେ ସଫଳ ହେବେ ବୋଲି ।

ସେ ତାଙ୍କର ଏକ ଇନ୍ଟରଭିଉ ରେ କହିଥିଲେ ତାଙ୍କୁ ଚୋରୀ ବି କରିବାକୁ ପଡୁଥିଲା ଯେବେ ସେ ନିଜ ପାଇଁ ଖାଇବାକୁ ବି ପାଉ ନଥିଲେ । ସେ ଏହା ବି କହିଥିଲେ କି ଯେବେ ସେ ସେହି କାମ ସବୁ କରୁଥିଲେ ସେବେ ବି ତାଙ୍କ ମନରେ ଗୋଟେ ହିଁ ସ୍ଵପ୍ନ ଥିଲା ଏକ ଭଲ କ୍ରିକେଟର ହେବା । ଆଉ ସେଥିପାଇଁ ସେ ସୁଯଗ ଖୋଝୁଥିଲେ । ଏବଂ ତାଙ୍କୁ ୧୯ ବର୍ଷ ବୟସରେ ସେହି ସୁଯଗ ମଧ୍ୟ ମିଳିଥିଲା । ଯାହାକି ସେ Lucas Cricket Club ରେ ଖେଳିଥିଲେ । ପ୍ରଥମେ ସେ ଏତେ ଭଲ ଖେଳୁ ନଥିଲେ କିନ୍ତୁ ଅଭ୍ଯାସ କରି ୧୯୯୯ ରେ ସେ ନିଜ ଦେଶ ପାଇଁ ପ୍ରଥମ ODI ଖେଳିଥିଲେ । ଏହା ପରେ ତାଙ୍କ ଜୀବନ ସଂପୂର୍ଣ୍ଣ ବଦଳି ଯାଇଥିଲା । ଆଜି ପର୍ଯ୍ୟନ୍ତ ସେ ଔ କେବେ ପଛକୁ ଫେରି ନାହାନ୍ତି କେବଳ ସଫଳତାର ସିଢି ଚଢି ଚାଲିଛନ୍ତି ।

ତେବେ ଯଦି ଏଭଳି ଏକ ଗରିବ ପିଲା ଆଜି ନିଜ ଚେଷ୍ଟା ବଳରେ ଏତେ ସଫଳତା ପାଇ ପାରିଛି ତେବେ ଆପଣ ମାନେ କାହିଁକି ଏମିତି ସଫଳତା ପାଇପାରିବେ ନାହିଁ । ନିଜର ସ୍ଵପ୍ନ ପୁରା କରିବା ପାଇଁ ପ୍ରଥମେ ସେଭଳି ସ୍ଵପ୍ନ ଦେଖିବା ଆରମ୍ଭ କର ଓ ପରେ ତା ଉପରେ କାମ କରିବା । କିନ୍ତୁ ଯଦି ସବୁ ବେଳେ ନିଜକୁ ଅନ୍ୟଠୁ ଛୋଟ ଭାବିବାର ଚିନ୍ତା ଧାରା ନେଇ ବଞ୍ଚିବ ତେବେ ଜୀବନରେ କେବେ ବି ଆଗକୁ ବଢି ପାରିବ ନାହିଁ । ସଫଳତା ପାଇବା ପାଇଁ କେବଳ ଦୃଢ ଇଚ୍ଛା ଶକ୍ତି ଓ ଚେଷ୍ଟା ଦ୍ଵାରା ଏହା ନିଶ୍ଚିନ୍ତ ସମ୍ଭବ ।

Leave a Reply

Your email address will not be published. Required fields are marked *