Pintuଙ୍କ ଅବସ୍ଥା ସଂକଟାପନ୍ନ! ଘରକୁ ତ ଫେରିଲେ କିନ୍ତୁ ଏବେ କିଏ ଦେବ ଲିଭର ?

ନମସ୍କାର ବନ୍ଧୁଗଣ, ଦୀର୍ଘ ଦିନ ଧରି ଲିଭର ଶିରୋସିସ ରୋଗରେ ପୀ-ଡି-ତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଉ ବର୍ତ୍ତମାନ ସେ ତାଙ୍କ ଘରକୁ ଫେରି ଯାଇଛନ୍ତି । ଅର୍ଥ ଯୋଗାଡ ପରେ ପୁଣି ଚିକିତ୍ସା ପାଇଁ ଆଗକୁ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନିଆଯିବ ବୋଲି ଜଣା ପଡିଛି ।

ତେବେ ଏହି ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଦରକାର ଏକାଧିକ ଅର୍ଥ ଆଉ ଏହି ଅର୍ଥ ଯୋଗାଡ କରିବା ପାଇଁ ଲାଗି ପଡି ଛନ୍ତି ପୁରା ଓଡିଆ ଇଣ୍ଡଷ୍ଟ୍ରି । ସମସ୍ତେ ପିଣ୍ଟୁଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ତାଙ୍କର ଆଶୁ ଆରୋଗ୍ଯ କାମନା କରୁଛନ୍ତି । ଆଉ ଆର୍ଥିକ ସହାୟତା ପାଇଁ ରାଜ୍ୟବାସୀ ଙ୍କୁ ଅନୁରୋଧ କରୁଛନ୍ତି ।

ଯେଉଁ କଳାକାର ପୂର୍ବରୁ ଲୋକ ମାନଙ୍କୁ ମନୋରଞ୍ଜନ କରାଉ ଥିଲେ ସେହି କଳାକାର ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି । ଅଭିନେତା ଶ୍ରିତମ ଦାସ, ସିଦ୍ଧାନ୍ତ ମହାପାତ୍ର ଆଦି ଅନେକ କଳାକାର ମାନେ ଲାଗି ପଡି ଛନ୍ତି ଅର୍ଥ ଯୋଗାଡ ରେ । ଅନ୍ୟ ପଟେ ପରିବାର ଏବଂ ଭଲ ହୃଦୟ ବ୍ୟକ୍ତି ଲିଭର ଦାନ କଲେ ସୁସ୍ଥ ହେଇଯିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ।

ଡାକ୍ତରଙ୍କ କହିବା କଥା ପିଣ୍ଟୁ ନନ୍ଦଙ୍କ ପରିସ୍ରାରେ ସମସ୍ୟା ଦେଖା ଦେଲାଣି । ଅନ୍ୟ ପକ୍ଷେ ଲିଭରରୁ ବ୍ଲିଡିଙ୍ଗ ହେଉ ଥିବାର ମଧ୍ୟ ଜଣା ପଡିଛି । ପ୍ରଥମେ ଲିଭର ଡୋନର ମିଳିବା ପରେ ଟ୍ରାନ୍ସପ୍ଳାଣ୍ଟ କରାଯିବ । ପିଣ୍ଟୁଙ୍କ ଭଉଣୀ ଲିଭର ଦେବା ପାଇଁ ପ୍ରସ୍ତୁତ ହେଲେ ତାଙ୍କର ବ୍ଲଡ଼ ଗ୍ରୁପ ମିଶୁ ନାହିଁ । ପିଣ୍ଟୁଙ୍କ ଭଉଣୀଙ୍କ ବ୍ଲଡ଼ ଗ୍ରୁପ A ପଜେଟିଭ ଏବଂ ପିଣ୍ଟୁଙ୍କର B ପଜେଟିଭ ।

ସେହି କାରଣରୁ ଏବେ ଲିଭର ଡୋନରଙ୍କୁ ନେଇ ମଧ୍ୟ ସମସ୍ୟା ଦେଖା ଦେଇଛି । ଆଉ ଖୋଜା ପଡିଛି କିଏ ଦେବ ଲିଭର ପିଣ୍ଟୁଙ୍କୁ । ତେବେ ଏ ନେଇ ଗତ କାଲି ନିଜେ ପିଣ୍ଟୁ ନନ୍ଦ ମଧ୍ୟ ଗଣମାଧ୍ୟମରେ ହାତ ଯୋଡି ରାଜ୍ୟ ବାସୀ ଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ଅନୁରୋଧ କରିଛନ୍ତି । ସେ ଯେମିତି ସୁସ୍ଥ ହୋଇ ଘରକୁ ଫେରି ଆସିବେ ଆଉ ପୁଣି ଥରେ ଲୋକ ମାନଙ୍କର ମନୋରଞ୍ଜନ କରାଇବେ ସେ ନେଇ ସମସ୍ତେ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ।

ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଦିନ ଦିନ ଗୁରୁତର ହେଉଥିବା ବେଳେ ଲିଭର ଡୋନେଟ କିଏ କରିବ ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *