Pintu Nandaଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମାଜକୁ କିଛି ଏଭଳି ବାର୍ତ୍ତା ଦେଲେ Aswin ! ଦେଖନ୍ତୁ କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ, ବର୍ତ୍ତମାନା ସାରା ରାଜ୍ୟ ରେ ଆଉ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟ କାକର ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବେଶ ଚର୍ଚ୍ଚା ହେଉଛି । କାରଣ ସୂଚନା ଅନୁଯାୟୀ ଅଭିନେତା ପିଣ୍ଟୁ ନନ୍ଦ ବର୍ତ୍ତମାନ ଲିଭର ଜନିତ ସମସ୍ୟାରେ ପୀଡିତ ଅଛନ୍ତି ଯାହା ପାଇଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଛି । ତୁରନ୍ତ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ନ କରାଗଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହୋଇ ପଡିବ ।

ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋରିୟ ଟଙ୍କା ର ଆବଶ୍ୟକ ରହିଛି ଯାହା ତାଙ୍କ ପରିବାର ପକ୍ଷ ରେ ସମ୍ଭବ ନୁହେଁ । ତେବେ ଏ ନେଇ ପିଣ୍ଟୁ ନନ୍ଦ ଙ୍କ ପୁରା ପରିବାର ଓ ସିନେ ଆସୋସିଏସନ ତରଫରୁ ଆର୍ଥିକ ସାହାଜ୍ଯ ମଗା ଯାଉଛି । ସୋସିଆଲ ମିଡିଆ ଜରିଆରେ ପିଣ୍ଟୁ ନନ୍ଦ ଙ୍କୁ ଜୀବନ ରକ୍ଷା କରିବା ପାଇଁ ଆର୍ଥିକ ସାହାଜ୍ଯ ମଗା ଯାଉଛି । ଆଉ କିଛି ସହୃଦୟ ବ୍ୟକ୍ତି ମଧ୍ୟ ଏ ନେଇ ଆଗେଇ ଆସିଛନ୍ତି ।

ତେବେ ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା କଳାକାର ଅଶ୍ଵିନୀ ତ୍ରିପାଠୀ ଏବେ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଏହା ସହ ସେ ଗଣମଧ୍ୟମରେ ଏ ନେଇ କିଛି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଯାହା ଏବେ ଲୋକଲୋଚନ କୁ ଆସିଛି । ତେବେ ଆସନ୍ତୁ ଜାଣିବା ସେହି ଖବର ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଅଭିନେତା ଅଶ୍ଵିନୀ ତ୍ରିପାଠୀ କହିଛନ୍ତି ଯେ “ଯେଉଁ ମାନେ ଆ-ଲ-କୋ-ହ -ଲ ନେଉଛନ୍ତି କିମ୍ବା ଯେଉଁ ମାନେ ମ-ଦ ପିଉଛନ୍ତି କିମ୍ବା ଅନ୍ୟ ସବୁ ଜିନିଷରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଅନୁରୋଧ କରୁଛି ଏବେ ସମୟ ଅଛି ସୁଧୁରି ଯାଆନ୍ତୁ ।

ବହୁତ ହଇରାଣ ହେବେ ଆଜ୍ଞା । ଆପଣ ନିଜ ସାମ୍ନା ରେ ଅନେକ ଉଦାହରଣ ଦେଖିଲେଣି ଆପଣ ମାନେ । ମୁଁ ଖାଲି ଏତିକି କହିବି ମୋ ତରଫରୁ ଯେତିକି ସାହାଜ୍ଯ କରିବା ପାଇଁ ମୁଁ ସେତିକି କରିଛି । ମୁଁ ଆପଣ ମାନଙ୍କୁ ଦୁଇ ଟି ଅନୁରୋଧ କରିବି । ନିହାତି ଭାବେ ସେଭଳି କଳାକାର ବଞ୍ଚି ରହିବା ଦରକାର ତା ପାଇଁ ଆପଣ ମାନେ ନିହାତି ସାହାଜ୍ଯ କରନ୍ତୁ ।

ଦ୍ଵିତୀୟ ଅନୁରୋଧ ହେଉଛି ଯେଉଁ ମାନେ ଇଣ୍ଡଷ୍ଟ୍ରି ରେ ଓ ଇଣ୍ଡଷ୍ଟ୍ରି ବାହାରେ ଅଛନ୍ତି ଯେଉଁ ମାନେ ଆ-ଲ-କୋ-ହ-ଲ ନେଉଛନ୍ତି ମ-ଦ ପିଉଛନ୍ତି ବ ଅନ୍ୟ ସବୁ ଜିନିଷରେ ଲିପ୍ତ ରହୁଛନ୍ତି ସେ ସବୁ ଛାଡି ଦିଅନ୍ତୁ । ମ-ଦ ଆପଣଙ୍କୁ ମାରି ଦେଉଛି । ତେଣୁ ମ-ଦ ଠାରୁ ଦୂରେଇ ରୁହନ୍ତୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ଅଶ୍ଵିନୀ ତ୍ରିପାଠୀ ଦେଇଥିବା ବୟାନ ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *