ଘରକୁ ଠାକୁରଙ୍କର ନୂଆ ମୂର୍ତ୍ତି ବା ଫୋଟୋ ଆଣିଲେ ନିଜେ କିପରି ପ୍ରତିଷ୍ଠା କରିବେ ? Puja Bidhi

ବନ୍ଧୁଗଣ ଆପଣ ଘରେ ପୂଜା କରିବା ପାଇଁ ନିଶ୍ଚୟ ନୂଆ ମୂର୍ତ୍ତି ବା ଫୋଟୋ ଆଣୁଥିବେ । କିନ୍ତୁ ସିଧା ସଳଖ ଠାକୁର ମୂର୍ତ୍ତି ବା ଫୋଟୋ ଆଣି ପୂଜା ଘରେ ରଖିକି ପୂଜା କରିପାରିବେ ନାହି କାରଣ ଶାସ୍ତ୍ରରେ ଏଭଳି କିଛି ନୀତି ନିୟମ ରହିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପ୍ରଥମେ ଆପଣଙ୍କୁ ଠାକୁରଙ୍କ ଫୋଟୋ ବା ମୂର୍ତ୍ତିର ପ୍ରତିଷ୍ଠା କରିବାକୁ ହେବ । ଆପଣ ଚାହିଁଲେ ବଡ ବା ଛୋଟ ପ୍ରୟାସ ଦ୍ଵାରା କରିପାରିବେ । ଆମ ଓଡିଶାରେ ପ୍ରଥମ ମୁଖ୍ୟ ଦେବୀ ହେଉଛନ୍ତି ମା ବୃନ୍ଦାବତୀ ଯିଏ କି ପ୍ରତେକ ଘରେ ମାନଙ୍କରେ ବିରାଜମାନ କରିଥାନ୍ତି ।

ଯେବେ ନୂଆ ଘର ତିଆରି ହୁଏ ସେହି ସମୟରେ ମା ବୃନ୍ଦାବତୀଙ୍କ ସ୍ଥାପନ କରାଯାଏ । ଏହା ପରେ ପ୍ରତେକ ଓଡିଆ ଘରେ ଇଶାନ ସ୍ଥାନ କରାଯାଏ ଏହା ପୂଜକ ଆସି କରିଥାନ୍ତି । ଘରର ପ୍ରତିଷ୍ଠା ସମୟରେ ଠାକୁରଙ୍କ ପ୍ରତିଷ୍ଠା ପୂଜକ ମାନେ କରିଥାନ୍ତି । ତା ପରେ ଠାକୁର ପୂଜା ଆରମ୍ଭ କରିଥାନ୍ତି । ଯଦି ଆପଣ ନିଜ ଘରେ ନୂଆ ମୂର୍ତ୍ତି ଆଣିଥାନ୍ତି ତେବେ ପୂଜକଙ୍କୁ ଡାକି ସ୍ଥାପନ କରିବା ଉଚିତ । ନଚେତ ମନ୍ଦିରରେ ପୂଜକ ମାନେ ମୂର୍ତ୍ତି ଚଳ ପ୍ରତିଷ୍ଠା କରିବା ପରେ ଘରେ ପୂଜା କରିପାରିବେ । ଯଦି ଆପଣ ବାହାରେ ରହୁଛନ୍ତି ଆଉ କୌଣସି ସୁବିଧା ନାହି ତେବେ ଆପଣ ଯାହା କରିପାରିବେ ସେମିତି କରିପାରିବେ ।

ଯଦି ଆପଣଙ୍କର ଆର୍ଥିକ ସମସ୍ଯା ରହିଛି ବା ପୂଜକ ଆସିପାରୁ ନାହାନ୍ତି ତେବେ ଏମିତି କିଛି ପୂଜା ଅଛି ଯାହାକୁ ଗୃହିଣୀ ମାନେ କରିପାରିବେ । ସେଥିପାଇଁ ଆପଣ ଘରେ ପଞ୍ଚାମୃତ ଓ ଗଙ୍ଗାଜଳରେ ଠାକୁରଙ୍କୁ ସ୍ନାନ କରାଇ ତାଙ୍କୁ ନୂଆ ବସ୍ତ୍ର ପିନ୍ଧିବା ପରେ ନୈବେଦ୍ୟ ଅର୍ପଣ କରିବେ । ଏହା ପରେ ଯେଉଁ ଠାକୁରଙ୍କର ଯେଉଁ ଫୁଲ ତାହା ଅର୍ପଣ କରି ଭୋଗ ଲଗାଇପାରିବେ । ଚନ୍ଦନ, ସିନ୍ଦୁର ଦେଇ ଭଗବାନ ଙ୍କୁ ପୂଜା କରି ପାରିବେ । ଏହା ପରେ ଆପଣ ଗାୟତ୍ରୀ ମନ୍ତ୍ର ପାଠ କରି ପାରିବେ । ଆପଣ ନୂଆ ପିତଳ ମୂର୍ତ୍ତି ଘରକୁ ଆଣି ଏପରି ଭାବେ ପ୍ରତିଷ୍ଠା କରିପାରିବେ ନିଜ ହାତରେ ଯଦି କୌଣଶି ସମସ୍ଯା ରହିଥାଏ ।

ନୂଆ ମୂର୍ତ୍ତି ଆଣି ଆପଣ ପ୍ରଥମ ଥର ପୂଜା ଆରମ୍ଭ କରୁଥିଲେ ସବୁ ଦିନ କରିପାରିବେ ନାହି । ଏଥିପାଇଁ ଆପଣ ଶୁଭ ଦିନ ମାନଙ୍କରେ ନୂଆ ମୂର୍ତ୍ତି ବ ଫୋଟୋ ଘରକୁ ଆଣି ସ୍ଥାପନ କରିବା ଉଚିତ । ନବରାତ୍ର ସମୟରେ ନବ ପତ୍ରିକା ପୂଜା ହୁଏ ଯାହା ୯ଟି ଗଛର ଡାଳକୁ ମିଶାଇ ପୂଜା କରାଯାଏ । ସେଥି ମଧ୍ୟରେ ଧାନ ଗଛ ହେଉଛି ମା ଲକ୍ଷ୍ମୀଙ୍କ ସ୍ୱରୂପ, କଳା ସାରୁ ଗଛ ହେଉଛି ମା କାଳିଙ୍କ ସ୍ୱରୂପ ରହିଥାନ୍ତି ।

ଏହାକୁ ପ୍ରାକୃତିକ ପୂଜା କୁହାଯାଏ । ଘରେ ଯଦି ଆପଣଙ୍କର ଠାକୁର ଫୋଟୋ ନଷ୍ଟ ହୋଇଯାଇଛି ତେବେ ଆପଣ ପଞ୍ଚାମୃତ ଓ ଗଙ୍ଗା ଜଳ ଦ୍ଵାରା ନୂଆ ଫୋଟୋ ଆଣି ପୂଜା କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *