ଘରେ ଏହି 5ଟି ଫୋଟୋ ଲଗାଇଲେ ହୋଇଥାଏ ଧନର ବୃଦ୍ଧି, ଘର ସର୍ବଦା ଧନରେ ଭାରି ରୁହେ- Vastu Shastra

ବାସ୍ତୁ ଶାସ୍ତ୍ର ଅନୁସାରେ ମେଇତି ଇଛି ଫୋଟୋ ରହିଛି ଯାହାର ଭଲ ପ୍ରଭାବ ଘରେ ପଡିଥାଏ । ଯଦି ଘରେ କଳହ ଲାଗି ରହୁଛି ବା କୌଣସି କାରଣ ପାଇଁ ଅସାନ୍ତି ଲାଗି ରହୁଛି ସେଥିପାଇଁ ଘରେ ଏମିତି କିଛି ଫୋଟୋ ଲଗାଇବା ଉଚିତ ଯାହା ଦ୍ଵାରା ଏହା ଦୂର ହେବ । ବାସ୍ତୁ ଶାସ୍ତ୍ର ଅନୁସାରେ ସାକାରାତ୍ମକ ଓ ନାକାରାତ୍ମକ ଊର୍ଜା ରହିଥାଏ । ଘରେ କୌଣସି ଖରାପ ବସ୍ତୁ ରହିବା ଅନୁଚିତ ଯାହା ଦ୍ଵାରା ନାକାରାତ୍ମକ ପ୍ରଭାବ ପଡିଥାଏ ।

ଘରେ ଥିବା ଫୋଟୋର ପ୍ରଭାବ ମଣିଷ ଜୀବନରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ଅନୁସାରେ କେଉଁ ଫୋଟୋ ଘରେ ଲଗାଇବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ଘରର ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେବାର ଫୋଟୋ ଲଗାଇବା ଉଚିତ ବୋଲି ବାସ୍ତୁ ରେ କୁହା ଯାଇଛି । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଭଲ ପ୍ରଭାବ ଓ ନୂଆ ଅବସର ଆସିଥାଏ ।

୨- ଘରେ ସୂର୍ଯ୍ୟବଂଶୀ ପ୍ରଭୁ ଶ୍ରୀରାମଙ୍କ ଫୋଟୋ ଲଗାବା ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ଓ ବିଶ୍ଵାସ ଉତ୍ପନ ହୋଇଥାଏ । ଏପରି ଘରେ ସର୍ବଦା ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ବାସ ରହିଥାଏ ।

୩- ରୋଷେଇ ଘରେ ଯଦି ଆପଣ କୌଣସି ଫୋଟୋ ଲଗାଇବାକୁ ଇଚ୍ଛା କରୁଛନ୍ତି ତେବେ ରୋଷେଇ ଘରର ଦକ୍ଷିଣ ଦିଗରେ ନାଲି ନାରଙ୍ଗି ଫଳର ଫୋଟୋ ଲଗାଇ ପାରିବେ । ଏହା ଦ୍ଵାରା ଦକ୍ଷିଣ ଦିଗରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ସହ ମା ଅର୍ଣ୍ଣପୂର୍ଣ୍ଣାଙ୍କ ଫୋଟୋ ରୋଷେଇ ଘରେ ଲଗାଇବା ଉଚିତ । ଏହା ଦ୍ଵାରା ଘରେ କେବେ ବି ଅର୍ଣ୍ଣର ଅଭାବ ଦେଖାଯାଏ ନାହି ।

୪- ଉତ୍ତର ଦିଗକୁ କୁବେର ଦିଶା ବୋଲି କୁହାଯାଏ । ଧନର ବୃଦ୍ଧି କରିବା ପାଇଁ ଧନର ଦେବୀ ମା ଲକ୍ଷ୍ମୀ ଓ ବୁଦ୍ଧିଦାତା ଶ୍ରୀ ଗଣେଶଙ୍କ ଫୋଟୋ ଲଗାଇବା ଉଚିତ । ଏହା ଦ୍ଵାରା ଆପଣଙ୍କ ଜୀବନରେ ପ୍ରେରଣା ଆସିବା ସହ ଧନ କମାଇବାର ନୂଆ ମାର୍ଗ ମିଳିଥାଏ ।

୫- ଉତ୍ତର ଦିଗରେ ବୋହି ଯାଉଥିବା ଝରଣା ବା ପାଣିର ସ୍ରୋତ ଥିବା ଫୋଟୋ ଲଗାଇବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ଝରଣା ଥିବା ଫୋଟୋ ଦକ୍ଷିଣ ଦିଗରେ ଲଗାଇଲେ ଧନ ସମ୍ପତିର ବୃଦ୍ଧି ହୋଇଥାଏ ।

୬- ପାହାଡ ଥିବା ଫୋଟୋ ଦକ୍ଷିଣ ଓ ପଶ୍ଚିମ ଦିଗରେ ଲଗାଇଲେ ମନ ପ୍ରସନ୍ନତା ରହିଥାଏ । ଏହା ସହ ଘର ଲୋକଙ୍କ ଫୋଟୋ ଘରର ଉତ୍ତର ଦିଗ, ପୂର୍ବ ଦିଗ ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ । ଭୁଲରେ ବି ଏହି ଫୋଟୋ ଦକ୍ଷିଣ ବା ପଶ୍ଚିମ ଦିଗରେ ଲଗାଇବା ଅନୁଚିତ ।

ତେବେ ଏହା ଥିଲା ସେହି ସବୁ ଦିଗରେ ଘରେ ଫୋଟୋ ଲଗାଇବା ଉଚିତ ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିବା ସହ ଧନ ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *