ଘର, ଅଫିସ୍ ବା ଦୋକାନ ର ପ୍ରବେଶ ଦ୍ଵାର ରେ ଏଇ ୭ ଟି ଜିନିଷ ରଖିଲେ ଉନ୍ନତି ର ଦ୍ଵାର ଖୋଲି ଯିବ ଏବଂ ହେବ ଧନ ର ବର୍ଷା

ଆପଣ ଙ୍କ ଘର, ଅଫିସ୍ ବା ଦୋକାନ ର ଉନ୍ନତିରେ ଏହାର ପ୍ରବେଶ ଦ୍ଵାର ଏକ ମୁଖ୍ୟ ଭୂମିକା ନିଭାଇ ଥାଏ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଜଣେଇବୁ କି ପ୍ରବେଶ ଦ୍ଵାର ରେ କି କି ଜିନିଷ ରଖିଲେ ଧନ, ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ଯଦି ଆପଣ ମଧ୍ୟ ଘରେ ବା ଅଫିସରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜାଣିବେ ଯେ ଏହା କେବଳ ସେଠିକା ବାସ୍ତୁ ପାଇଁ ହେଉଛି । ତେବେ ଆସନ୍ତୁ ଜାଣିବା କଣ କରିବେ ଏହି ସମସ୍ୟାରୁ ମୁକ୍ତି ପାଇଁ ।

୧. କାଚ ର ବାସନ

ଘର ବା ଅଫିସ୍ ଦ୍ଵାର ରେ କାଚ ର ବାସନ ରଖିବା ଶୁଭ ହୋଇଥାଏ । ଏହି ପାତ୍ର ରେ ପାଣି ଭରି ସେଥିରେ ବାସ୍ନା ଫୁଲ ରଖିବ । ଏମିତି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ ଓ ଦେବୀ ଲକ୍ଷ୍ମୀ ବାସ କରନ୍ତି ।

୨. ମାଳ

ଘର ପ୍ରବେଶ ଦ୍ଵାର ରେ ମାଳ ଟାଙ୍ଗିବା ଶୁଭ । ଆମ୍ବ, ଓସ୍ତ ଓ ଅଶୋକ ଗଛର ପତ୍ର ରେ ମାଳ ତିଆରି କରି ଲଗେଇବ । ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂରେଇ ଯିବ ଓ ପତ୍ର ଶୁଖି ଗଲେ ବଦଳେଇଦେବ ।

୩. ମା ଲକ୍ଷ୍ମୀ ଙ୍କ ପାଦ

ଘର ବା ଅଫିସ୍ ଦ୍ଵାର ରେ ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ଲାଗେଇବ । ପାଦ ସିନ୍ଦୂର ରେ ତିଆରି କରିପାରିବ ନହେଲେ ବଜାରରେ ମିଳୁଥିବା ଷ୍ଟିକର୍ ଆଣି ଲଗେଇଵ ଏହାଦ୍ବାରା ବାଙ୍କ ବାଲାନ୍ସ ବଢିଯାଏ ।

୪. ଶୁଭ ଲାଭ

ଶୁଭ ଲାଭ ଚିହ୍ନ ପ୍ରବେଶ ଦ୍ଵାର ରେ ନିଶ୍ଚିତ ରଖନ୍ତୁ । ଟଙ୍କା ପଇସା ହାନି ହେବନି, ଘର ବାହାରେ କଲେ ରୋଗ ଶୋକ ଆସିବନି ।

୫ . ସ୍ଵସ୍ତିକ ଚିହ୍ନ-

ଏ ଚିହ୍ନ ପ୍ରବେଶ ଦ୍ଵାର ର ମଝିରେ ଆଙ୍କିଲେ ଧନ ଆସିବାର ବାଟ ଖୋଲିଯାଏ । ଭାଗ୍ୟ ଦଶ ଗୁଣ ବଢିଯାଏ ।

୬. ବଡ଼ କବାଟ-

ବାସ୍ତୁ ଅନୁସାରେ ଘର ବା ଅଫିସ୍ ଦ୍ଵାର ରେ ଅଲଗା କବାଟ ତୁଳନାରେ ବଡ଼ କବାଟ ଲଗେଇବ । ଘଣ୍ଟା କଣ୍ଟା ଯେଉଁ ଦିଗକୁ ଗତି କରେ ସେଇ ଦିଗ କୁ କବାଟ ଖୋଲିବା ଦରକାର । ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ ।

୭.  ଦ୍ୱାରବନ୍ଧ

ନିଜ ମୁଖ୍ୟ ଦ୍ଵାର ରେ ଏକ ଦ୍ୱାରବନ୍ଧ ନିଶ୍ଚିତ ତିଆରି କରନ୍ତୁ , ଏମିତି କଲେ ଘରେ କେବେ ବି ପଇସା ର ଅଭାବ ଦେଖା ଦେବନି । ସନ୍ଧ୍ୟା ସମୟରେ ଏହା ଉପରେ ୨ ତେଲ ଦୀପ ରଖିଲେ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *