ଘରର ମନ୍ଦିରରେ କେଉଁ ଭଗବାନଙ୍କ ମୂର୍ତ୍ତି ରଖିବା ଦ୍ଵାରା ମିଳିଥାଏ ବିଶେଷ ଲାଭ, ଜାଣନ୍ତୁ

ଆମ ଧର୍ମରେ ଭଗବାନଙ୍କ ପୂଜା କରିବାର ବିଶେଷ ମହତ୍ଵ ରହିଛି । ପୂଜା କରିବା ଦ୍ଵାରା ଆମକୁ ଭଗବାନଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସମସ୍ତେ ନିଜ ଘରର ମନ୍ଦିରରେ ବିଭିନ୍ନ ଦେବା ଦେବୀଙ୍କର ମୂର୍ତ୍ତି ସ୍ଥାପିତ କରିଥାନ୍ତି । ଆମ ଶାସ୍ତ୍ରରେ କୁହାଯାଇଛି କି ପୂଜାଘରେ ଅଧିକ ମୂର୍ତ୍ତି ରଖିବା ଉଚିତ ନୁହେଁ କେବଳ ୫ ଜଣ ଦେବା ଦେବୀଙ୍କର ହିଁ ମୂର୍ତ୍ତି ପୂଜାଘରେ ରଖନ୍ତୁ । କୁହାଯାଏ କି ‘ପଂଚାୟତନ’ ମାନେ ୫ ଜଣ ଦେବା ଦେବୀଙ୍କର ପୂଜା କରିବା ଦ୍ଵାରା ଆପଣଙ୍କୁ ବିଶେଷ ଲାଭ ଏବଂ ଜୀବନରେ ଉନ୍ନତି ମିଳିଥାଏ ।

କେଉଁମାନେ ଅଟନ୍ତି “ପଂଚାୟତନ” ଭଗବାନ

ହିନ୍ଦୁ ଧର୍ମ ଅନୁସାରେ ଯେଉଁ ପାଞ୍ଚ ଜଣ ଦେବା ଦେବୀଙ୍କର ମୂର୍ତ୍ତି ମନ୍ଦିରରେ ରଖିବା ଜରୁରୀ ଅଟେ, ସେମାନେ ହେଉଛନ୍ତି ଗଣେଶ, ଶିବ, ବିଷ୍ଣୁ, ଦୂର୍ଗା ଏବଂ ସୂର୍ଯ୍ୟ ଭଗବାନ । ଏମାନଙ୍କର ପୂଜା ସଠିକ ନିୟମରେ ହିଁ କରିବା ଉଚିତ । ଏହି ସବୁ ଭଗବାନଙ୍କର ମୂର୍ତ୍ତି ଗୁଡିକୁ ଏକ କ୍ରମରେ ସ୍ଥାପିତ କରନ୍ତୁ ।

ଏହିଭଳି ଭାବରେ ରଖନ୍ତୁ ମୂର୍ତ୍ତି ମାନଙ୍କୁ –

ଗଣେଶଙ୍କର ମୂର୍ତ୍ତି

ଯଦି ଆପଣଙ୍କର ଇଷ୍ଟ ଦେବତା ଗଣେଶ ଅଟନ୍ତି । ତେବେ ଆପଣ ନିଜ ପୂଜା ଘରେ ସିଂହାସନର ମଧ୍ୟରେ ଗଣେଶଙ୍କର ମୂର୍ତ୍ତି ରଖନ୍ତୁ, ସିଂହାସନର ଈଶାନ କୋଣରେ ବିଷ୍ଣୁଙ୍କର ମୂର୍ତ୍ତି, ଆଗ୍ନେୟ କୋଣରେ ଶିବଙ୍କର ମୂର୍ତ୍ତି, ନୈରୁତ କୋଣରେ ସୂର୍ଯ୍ୟ ଭଗବାନଙ୍କର ମୂର୍ତ୍ତି ଏବଂ ବାୟବ୍ୟ କୋଣରେ ମାତା ଦୂର୍ଗାଙ୍କର ମୂର୍ତ୍ତି ସ୍ଥାପିତ କରନ୍ତୁ ।

ଶିବଙ୍କର ମୂର୍ତ୍ତି

ଯେଉଁ ଲୋକମାନଙ୍କର ଇଷ୍ଟ ଦେବତା ଭଗବାନ ଶିବ ଅଟନ୍ତି ତେବେ ଭଗବାନ ଶିବଙ୍କର ମୂର୍ତ୍ତିକୁ ପୂଜା ଘରର ସିଂହାସନର ମଧ୍ୟରେ ରଖନ୍ତୁ । ଯେତେବଳେ କି ଈଶାନ କୋଣରେ ବିଷ୍ଣୁଙ୍କର, ଆଗ୍ନେୟ କୋଣରେ ସୂର୍ଯ୍ୟଙ୍କର, ନୈଋତ କୋଣରେ ଗଣେଶଙ୍କର ଏବଂ ବାୟବ୍ୟ କୋଣରେ ମାତା ଦୂର୍ଗାଙ୍କର ମୂର୍ତ୍ତି ସ୍ଥାପିତ କରନ୍ତୁ ।

ବିଷ୍ଣୁଙ୍କର ମୂର୍ତ୍ତି

ଯେଉଁ ଲୋକମାନେ ଭଗବାନ ବିଷ୍ଣୁଙ୍କୁ ନିଜର ଇଷ୍ଟ ଦେବତା ମାନୁଛନ୍ତି ସେମାନେ ତାଙ୍କ ମୂର୍ତ୍ତିକୁ ପୂଜା ଘରର ସିଂହାସନର ମଧ୍ୟରେ ରଖନ୍ତୁ । ସିଂହାସନର ଈଶାନ କୋଣରେ ଶିବଙ୍କର, ଆଗ୍ନେୟ କୋଣରେ ଗଣେଶଙ୍କର, ନୈଋତ କୋଣରେ ସୂର୍ଯ୍ୟଙ୍କର ଏବଂ ବାୟବ୍ୟ କୋଣରେ ମାତା ଦୂର୍ଗାଙ୍କର ମୂର୍ତ୍ତି ସ୍ଥାପିତ କରନ୍ତୁ ।

ଦୂର୍ଗାଙ୍କର ମୂର୍ତ୍ତି

ଦେବୀ ଦୂର୍ଗାଙ୍କୁ ଯେଉଁମାନେ ନିଜର ଇଷ୍ଟ ଦେବତା ମାନୁଛନ୍ତି ସେମାନେ ନିଜର ପୂଜା ଘରେ ମାତାଙ୍କର ମୂର୍ତ୍ତିକୁ ସିଂହାସନର ମଧ୍ୟରେ ରଖନ୍ତୁ । ଏବଂ ସିଂହାସନର ଈଶାନ କୋଣରେ ବିଷ୍ଣୁଙ୍କର, ଆଗ୍ନେୟ କୋଣରେ ଶିବଙ୍କର, ନୈଋତ କୋଣରେ ଗଣେଶଙ୍କର ଏବଂ ବାୟବ୍ୟ କୋଣରେ ମାତା ସୂର୍ଯ୍ୟଙ୍କର ମୂର୍ତ୍ତି ସ୍ଥାପନ କରନ୍ତୁ ।

ସୂର୍ଯ୍ୟ ଦେବତାଙ୍କର ମୂର୍ତ୍ତି

ସୂର୍ଯ୍ୟ ଦେବତାଙ୍କୁ ଯେଉଁମାନେ ନିଜର ଇଷ୍ଟ ଦେବତା ମାନୁଛନ୍ତି ସେମାନେ ନିଜର ପୂଜା ଘରେ ସୂର୍ଯ୍ୟଙ୍କର ମୂର୍ତ୍ତିକୁ ସିଂହାସନର ମଧ୍ୟରେ ରଖନ୍ତୁ, ସିଂହାସନର ଈଶାନ କୋଣରେ ଶିବଙ୍କର, ଆଗ୍ନେୟ କୋଣରେ ଗଣେଶଙ୍କର, ନୈଋତ କୋଣରେ ବିଷ୍ଣୁଙ୍କର ଏବଂ ବାୟବ୍ୟ କୋଣରେ ମାତା ଦୂର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ ।

Leave a Reply

Your email address will not be published. Required fields are marked *