ଘର ଉପରେ ଏହି ଦିଗରେ ରଖନ୍ତୁ ନାହିଁ ପାଣିର ଟାଙ୍କି, ହେବ ଧନ ହାନି

ଘର ହେଉକି ବ୍ୟବସାୟ ସ୍ଥଳ ସବୁଥି ବାସ୍ତୁର ବହୁତ ମହତ୍ଵ ଅଛି । ତେବେ ଯଦି ବାସ୍ତୁ ଅନୁସାରେ ସବୁ ହୋଇଥାଏ କିଛି ବି ଅସୁବିଧା ହୁଏ ନାହିଁ । କିନ୍ତୁ ଯଡି ବାସ୍ତୁ ବିପକ୍ଷରେ କିଛି ହୋଇଥାଏ ତେବେ ଅନେକ ଅସୁବିଧା ଓ କ୍ଷତି ସହିବାକୁ ପଡେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ବାସ୍ତୁ ସମ୍ବନ୍ଧରେ କିଛି ଟିପ୍ସ ଆଜି ଦେବାକୁ ଯାଉଛୁ । ଘରର କେଉଁ ସ୍ଥାନରେ ପାଣି ଟାଙ୍କି କରିବା ବସ୍ତୁ ଅନୁଯାଇ ଠିକ ହୋଇଥାଏ ।

ହୋଟେଲ ହେଉ ବା ଘର ପାଇଁ  ଅଲଗା ଅଲଗା ବହୁତ ଜାଗାରେ ପାଣିର ବ୍ୟବସ୍ଥା କରିବାକୁ ପଡିଥାଏ । ଅଲଗା ଅଲଗା ଜରୁରତ ହିସାବରେ ଜାଗାକୁ ଚିହ୍ନା ଯାଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଭୂମି ଭିତରେ ପାଣିର ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି, ବା ବୋରିଙ୍ଗ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଇଶାନ କୋଣ ହିଁ ଠିକ ରହିଥାଏ ଏବଂ ଧ୍ୟାନ ରଖିବେ କି ଇଶାନ କୋଣ ସବୁବେଳେ ସଫା ରୁହେ ।ସେପ୍ଟିକ ଟାଙ୍କି ପାଇଁ ପଶ୍ଚିମ ଦିଗକୁ ବାଛିବା ଦରକାର । କାରଣ ପଶ୍ଚିମ ଦିଗ ବରୁଣ ଦେବ ବା ଜଳ ଦେବତା ଙ୍କ ଦିଗ ଅଟେ ,ଏହି ଦିଗରେ ଟାଙ୍କି ତିଆରି କାଲେ ଆପଣ ପାଣି ସହିତ ସମ୍ବନ୍ଧିତ ଚିନ୍ତାରୁ ଦୂରରେ ରହିବେ । ଏହାଛଡା ଛାତ ଉପରେ ସିମେଣ୍ଟ ଟାଙ୍କି କରିବା ପାଇଁ ନୟଖେତ୍ଯ କୋଣ ସବୁଠାରୁ ଭଲ ରହିବ । କନ୍ୟା ରାଶି ଲୋକ ଛାତ ଉପରେ ଟାଙ୍କି ପାଇଁ ଦକ୍ଷିଣ-ପଶ୍ଚିମ ଦିଗକୁ ବାଛନ୍ତୁ ଏବଂ ଓଂ ସ ଶଙ୍କାରାୟ ଭବୋଦଭବାୟ ଶଂ ଓଂ ନମଃ ଜପନ୍ତୁ ।

ତେବେ ଯଦି ଆପଣ ନୂଆ ଘର କରୁଛନ୍ତି କି ହୋଟେଲ ଆଦି କରୁଛନ୍ତି ଏହି କଥାକୁ ନିଶ୍ଚୟ ଧ୍ୟାନରେ ରଖିଵେ, ନଚେତ ବହୁତ ସମସ୍ୟା ଦେଖାଦେଇ ପାରେ । ଧନ ହାନି, ଗୃହରେ ଅଶାନ୍ତି, ବ୍ୟବସାୟରେ କ୍ଷତି ଆଦି ଲାଗିରହିବ । ଯାହା ରୋଜଗାର କରିବେ ତାହା ପାଣିଭଳି ଖର୍ଚ ହୋଇଯିବ ।

Leave a Reply

Your email address will not be published. Required fields are marked *