ବାସ୍ତୁ ବିଜ୍ଞାନ, ଆସନ୍ତୁ ଜାଣିବା ଆପଣଙ୍କ ଘରେ କେଉଁଠି ଅଛି ଧନ ବଢେଇବାର ବିଶେଷ ସ୍ଥାନ

ଖୁବ୍ କମ୍ ଲୋକ ଜାଣନ୍ତିକି ଆମ ଘରେ ଆର୍ଥିକ ଶକ୍ତି କ୍ଷେତ୍ର ରହି ଥାଏ । ପେଙ୍ଗସୂୟୀଙ୍କ ଅନୁସାରେ, ଆର୍ଥିକଶକ୍ତି କ୍ଷେତ୍ର କୌଣସିବି ସ୍ଥାନର ପଛ ପଟେ ଥିବା କୋଣର ବାମ ପଟକୁ ହୋଇ ଥାଏ । ପ୍ରତ୍ୟେକ ରୁମ ଭିତରେ ମଧ୍ୟ ଗୋଟେ ଗୋଟେ ଧନ କ୍ଷେତ୍ର ହୋଇ ଥାଏ । କିନ୍ତୁ ଆପଣ କଣ ଜାଣନ୍ତିକି କାର୍ଯ୍ୟାଳୟ, ଲିଭିଂ ରୁମ, ରୋଷେଇ ଘର, ବେଡ଼ରୁମ ଇତ୍ୟାଦି ଯାଗାରେ ବି ଧନ କ୍ଷେତ୍ର ରହିଛି ।

ଆସନ୍ତୁ ଜାଣିବା ଧନ କ୍ଷେତ୍ରରେ ପେଙ୍ଗସୂୟୀଙ୍କ କିଛି ଉପାୟ ପ୍ରୟୋଗ କରି ଜୀବନକୁ କିପରି ସୁଖ ସମୃଦ୍ଧିରେ ଭରପୁର କରିବା ।

ଧନ କ୍ଷେତ୍ରକୁ ରଖନ୍ତୁନି ଅବ୍ୟବସ୍ଥିତ ବା ଅପରିଷ୍କାର –

ଯେଉଁଠି ଧନ କ୍ଷେତ୍ର ଅବ୍ୟବସ୍ଥିତ ରହିଥାଏ ସେଠି ଆର୍ଥିକ ସ୍ଥିତି ଭଲ ରହିନଥାଏ । ଯଦି ପଇସା ରଖିବା ସ୍ଥାନରେ ଅବ୍ୟବସ୍ଥା ରହିବତ ଘରକୁ ଆସିବା ସୁଖ ସମୃଦ୍ଧିରେ ବାଧା ସୃଷ୍ଟି ହେବ । ଯଦି ଏଇ ସ୍ଥାନକୁ ସୁବ୍ୟବସ୍ଥାରେ ରଖିବେ ତ କେବେବି ଧନର ଅଭାବ ହେବନି ।

ସମୃଦ୍ଧର ପ୍ରତୀକ ସହ ବଢ଼ାନ୍ତୁ ଆର୍ଥିକ ଶକ୍ତି –

ଘର ର ଧନ ସ୍ଥାନ ରେ କଏନ ର‌ ଏକ ପାତ୍ର, ସ୍ବପ୍ନ ଘର ର ଫଟୋ, ଲଗଜୁରି କାର ର ମଡେଲ, ଇତ୍ୟାଦି ଯାହା ଆପଣଙ୍କ ସଫଳତ ଓ ସମୃଦ୍ଧି ର ପ୍ରତୀକ ସେସବୁ କୁ ଧନ ସ୍ଥାନ ଉପରେ ରଖନ୍ତୁ । ଏହା ଦ୍ବାରା ଘରେ କେବେ ଧନ କମ ହେବନି ।

ଭଙ୍ଗା ଜିନିଷ ଠିକ୍ କରନ୍ତୁ-

ଯଦି ଘରେ ଥିବା କିଛି ବସ୍ତୁ କାମ କରୁନଥାଏ, ଏହା ଜୀବନ ରେ କିଛି ଖରାପ ହେବାର ସଂକେତ ଦେଇଥାଏ । ଯେମିତିକି ଖରାପ୍ ହେଇଥିବା ଲାଇଟ ସୁଇଜ, ବେଶୀ ଦିନ ହେବ ଚାଲୁ ନଥିବା ଘଣ୍ଟା ଏସବୁକୁ ଠିକକଲେ ଘରର ଆର୍ଥିକ ସନ୍ତୁଳନ ରହିଥାଏ ।

ପଇସାକୁ ଢଙ୍ଗରେ ସମ୍ଭାଳନ୍ତୁ-

ଯଦି ଆପଣଙ୍କ ପର୍ଶ ବା ପଇସା ରଖିବା ଜାଗାରେ ପଇସା ସହ ଅଦରକାରୀ ଜିନିଷ ପଡି ରହିଥାଏ ତ ଏହା ଭଲ ସଂକେତ ହୋଇନଥାଏ ତେଣୁ ଧନ ରଖିବା ଯେତେ ମହତ୍ୱପୂର୍ଣ୍ଣ,ତ ଧନରଖିବା ସ୍ଥାନକୁବି ଢଙ୍ଗରେ ରଖିବା ଜରୁରୀ ।

ଏହି ରଙ୍ଗ ର ବ୍ୟବହାର କରନ୍ତୁ-

ସବୁଜ ରଙ୍ଗ ଶକ୍ତି, ବିକାଶର ପ୍ରତୀକ । ବାଇଗଣୀ ରଙ୍ଗ ଧନର ରଙ୍ଗ କୁହାଯାଏ । ଏଇ ରଙ୍ଗକୁ ଧନ ସ୍ଥାନରେ ବ୍ୟବହାର କରନ୍ତୁ ।

ପଇସା ରେ ଉପେକ୍ଷା କରନ୍ତୁନି-

ପଇସାର ଉପେକ୍ଷା ନକରି ସବୁବେଳେ ନିଜ ଚେକ୍ ବୁକ୍ ଅପଡେଟ ରଖନ୍ତୁ ।

ଉଦାରତା ସହ ବଞ୍ଚନ୍ତୁ-

ଧନକୁ ଆବଶ୍ୟକ ରୁ ଅଧିକ ସଞ୍ଚୟ କରିବା ବା ଏହାର ଦୁରୁପଯୋଗ କରିବା ଉଚିତ ନୁହେଁ । ସେଥିପାଇଁ ଧନକୁ ଉଦାରତା ସହ ବ୍ୟବହାର କଲେ ଜୀବନରେ ସମୃଦ୍ଧି ଆସିଥାଏ । ଆପଣଙ୍କ ପାଖରେ ଯଦି ପର୍ଯ୍ୟାପ୍ତ ପରିମାଣରେ ପଇସା ନାହିଁତ ଏହାକୁ ସମୟ, କରୁଣା, ପ୍ରଶଂସା ରୂପରେ ଉଦାରତା ସହ ବ୍ୟବହାର କରିବା ଦରକାର ।

Leave a Reply

Your email address will not be published. Required fields are marked *