ଘରକୁ ଆସିଲେ ଏହି ସବୁ ପକ୍ଷୀ, ହୋଇଯାଆନ୍ତୁ ସାବଧାନ! ନଚେତ…

ବନ୍ଧୁଗଣ ଆପଣ ମାନେ ବେସ ଭଲ ଭାବେ ପରିଚିତ ଯେ, ଆମର ଜୀବନ ଆମର ଆଖ-ପାଖର ବାତାବରଣ ଦ୍ଵାରା ପ୍ରଭାବିତ ହେଇଥାଏ । ଏହା ସହିତ ପଶୁପକ୍ଷୀ ଆମର ଜୀବନର ଏକ ଭିନ୍ନ ଅଙ୍ଗ ଅଟନ୍ତି । ରୂଷି, ତାନ୍ତ୍ରିକ, ତଥା ଆଧ୍ୟାତ୍ମିକ ବ୍ୟକ୍ତି ମାନେ ପକ୍ଷୀ ମାନଙ୍କୁ ଜ୍ଯୋତିଷ ତଥା ମନୁଷ୍ୟର ଭାଗ୍ୟ ସହିତ ଯୋଡିଛନ୍ତି । ଏବଂ ପକ୍ଷୀ ମାନଙ୍କର ଉପଯୋଗ ସମ୍ପୂର୍ଣ ଜ୍ଯୋତିଷ, ପ୍ରଶ୍ନ ଜ୍ଯୋତିଷ, ତାନ୍ତ୍ରିକ ଜ୍ଯୋତିଷ, ଏବଂ ଶାରୀରିକ ଓ ମାନସିକ ରୋଗର ନିବାରଣ କରିବାରେ ବ୍ୟବହାର କରାଯାଇଥାଏ ।

ପକ୍ଷୀ ମାନଙ୍କୁ ସ୍ଵୋତନ୍ତ୍ରତା, ନବୀନ ବିଚାର, ଆନନ୍ଦ, ମୁକ୍ତି, ପ୍ରଶଂସା, ପ୍ରଜନନ ଶକ୍ତି, ମାନସିକ ଏବଂ ଆତ୍ମାର ଯାତ୍ରା ଏବଂ ପ୍ରେରଣାର ପ୍ରତୀକ ବୋଲି ମାନାଯାଇଥାଏ । କିନ୍ତୁ ଏହାର ବିପରୀତ ଆମକୁ ଏମାନଙ୍କ ଦ୍ଵାରା କିଛି ଅପବାଦ ମଧ୍ୟ ମିଳିଥାଏ । ଯାହା ଶୁଆ ଅଚାନକ ଘରକୁ ଆସିଯିବା, ମୟୁର ଘରେ ନୃତ୍ୟ କରିବା, କୁକୁଡା ସକାଳୁ ସକାଳୁ ବୋବାଇବା ଶୁଭ ଫଳ ଦାୟକ ହୋଇଥାଏ । ସେହିଭଳି କିଛି ପକ୍ଷୀ ମାନଙ୍କର ଘରକୁ ଆସିବା ଏବଂ ଦେଖିବା ଅଶୁଭ ଫଳ ଦାୟକ ହେଇଥାଏ । ଆସନ୍ତୁ ଜାଣିବା କେଉଁ ପକ୍ଷୀ ଗୁଡିକର ଘରକୁ ଆସିବା ଦ୍ଵାରା ଅଶୁଭ ଫଳର ପ୍ରାପ୍ତି ହେଇଥାଏ ।

୧- ବନ୍ଧୁଗଣ ସକାଳ ସମୟରେ ପାରା ଘରକୁ ଆସିଲେ ତାକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ମାତ୍ର ଯଦି ସନ୍ଧ୍ୟା ସମୟରେ ପାରା ଗୁମୁରିବା ଶବ୍ଦ ଆପଣ ନିଜ ଘରେ ଶୁଣନ୍ତି ତେବେ ଆପଣଙ୍କ ଘରେ ଚୋରୀ ଏବଂ ବିପଦ ଆସିବାର ଆଶଙ୍କା ହୋଇଥାଏ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପାରା ଗୋଟିଏ ଶାନ୍ତ ପକ୍ଷୀ ଅଟେ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଘରକୁ ପାରା ଆସିବା ଅଶୁଭ ଅଟେ । କାରଣ ପାରାର ସମ୍ବନ୍ଧ ରାହୁ ସହିତ ହୋଇଥାଏ । ଏଥିପାଇଁ ଘରକୁ ପାରା ଆସିଲେ ସେମାନଙ୍କୁ ଯଥାଶୀଘ୍ର ଘରୁ ବାହାର କରିଦିଅନ୍ତୁ ।

୨- ବନ୍ଧୁଗଣ ପେଚା ଲକ୍ଷ୍ମୀଙ୍କର ବାହାନ ଅଟେ । କିନ୍ତୁ ଘରକୁ ପେଚା ଆସିବା ଅଶୁଭ ହେଇଥାଏ । କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ଘରକୁ ପେଚା ଆସିବା ଶୁଭ ହୋଇଥାଏ । ଏହିଦିନ ଦେବୀ ଲକ୍ଷ୍ମୀଙ୍କର ଆଗମନ କରିବାର ସଙ୍କେତ ଦେଇଥାଏ । କିନ୍ତୁ ଅନ୍ୟଦିନ ମାନଙ୍କରେ ଏହାର ଘରକୁ ଆସିବା ହାନିକାରକ ହେଇଥାଏ । ମାନାଯାଇଥାଏ ଯେ ଘରକୁ ପେଚା ଆସିବା ଦ୍ଵାରା ଘରେ ନକାରାତ୍ମକ ଊର୍ଜାର ବାସ ହେଇଥାଏ ।

ଏହା ଫଳରେ ଘରର ଉନ୍ନତି ଅଟକିଯାଇଥାଏ । ଏହା ମଧ୍ୟ କୁହାଯାଇଛି ଯେ ଘରେ କିମ୍ବା ଘରର ଛାତ ଉପରେ ପେଚା ବୋବାଇବା ମୃତ୍ୟୁର ସଙ୍କେତ ଦେଇଥାଏ । ଯେଉଁ ବ୍ୟକ୍ତିଙ୍କର ଘରର ବାହାରେ ପେଚା ବୋବାଇଥାଏ, ସେହି ସମୟର ବର୍ଷେ ପରେ ଆପଣଙ୍କ ବନ୍ଧୁ କିମ୍ବା ପରିବାର ଲୋକଙ୍କର ଶେଷ ସମୟ ଆସିଯାଇଥାଏ ।

୩- ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଚିଲ ଶବ ମାନଙ୍କୁ ଖାଇଥାଏ । ହିନ୍ଦୁ ଧର୍ମରେ ଏହାକୁ ଅଶୁଭ ପକ୍ଷୀ ମାନାଯାଇଥାଏ । ଯେଉଁ ଘରେ ଏହାର ବାସ ହୋଇଥାଏ ସେ ଘରର କେବେ ମଧ୍ୟ ଉନ୍ନତି ହୋଇନଥାଏ । ସେହି ଘରର ସଦସ୍ୟ ମାନଙ୍କ ମଧ୍ୟରେ ଲଢେଇ ଝଗଡା ସର୍ବଦା ଲାଗି ରହିଥାଏ । ଘରର ସକାରତ୍ମକ ଊର୍ଜା ସବୁଦିନ ପାଇଁ ସମାପ୍ତ ହେଇଯାଇଥାଏ ।

୪- କଥାରେ କୁହାଯାଇଥାଏ ଯେ କାଉ ଏକ ଏଭଳି ପକ୍ଷୀ ଅଟେ ଯାହା ଆଗକୁ ଘଟିବାକୁ ଯାଉଥିବା ଘଟଣାବଳୀକୁ ଜାଣିନେଇଥାଏ ।  ଯଦି କାଉଟିଏ ଆପଣଙ୍କ ମୁଣ୍ଡ ଉପରେ ଆସି ବସିଥାଏ ତେବେ, ଆପଣଙ୍କର ମାନ-ସନ୍ନମାନର ହାନି ହୋଇଥାଏ । ଏବଂ ଏହା ମଧ୍ୟ ହୋଇଥାଏ ଯେ ଆପଣଙ୍କର ସମସ୍ତ ଜମା ଧନ-ପୁଞ୍ଜି ଉପରେ ଆଞ୍ଚ ଆସିବାକୁ ଯାଉଛି ।

୫- ଆପଣ ଜାଣିଥିବେ ଯେ ବାଦୁଡିକୁ ଦିନରେ ଦେଖାଯାଇନଥାଏ । ଏହା ଦିନରେ ମଧ୍ୟ ଭୁତ-ପ୍ରେତ ଭଳି ଲଟକି ରହିଥାଏ । ଏଣୁ ଘରକୁ ବାଦୁଡି ଆସିବା ଅଶୁଭ ମାନାଯାଇଥାଏ । ଘରକୁ ବାଦୁଡି ଆସିବା ମୃତ୍ୟୁର ସଙ୍କେତ ଦେଇଥାଏ । ବନ୍ଧୁଗଣ ଏହାଥିଲା ସେହି ଅଶୁଭ ପକ୍ଷୀଗୁଡ଼ିକର ବିବରଣୀ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *