କେ‌‍ଉଁ ଫୁଲ ଘରେ ରଖିଲେ ବଢିଥାଏ ଧନ? ଘରେ ଧନର ଅଭାବ ଦେଖାଦେଉଥିଲେ ନିଶ୍ଚୟ ଦେଖନ୍ତୁ- Ajira Anuchinta

ବନ୍ଧୁଗଣ ପ୍ରତେକ ବ୍ୟକ୍ତ ଜୀବନରେ ଧନୀ ହେବାକୁ ଇଚ୍ଛା ରଖିଥାଏ । ଏଥିପାଇଁ ବ୍ୟକ୍ତି କିଛି ନା କିଛି ଉପାୟ ମାନ କରିଥାଏ ଆଉ ଧନୀ ହୋଇଥାଏ । କିଛି ବ୍ୟକ୍ତି ଭଲ କାମ କରି ଧନ ଅର୍ଜନ କରିଥାନ୍ତି ତ ଆଉ କିଛି ଖରାପ କାମ କରି ଧନ ଅର୍ଜିତ କରିଥାନ୍ତି । କିନ୍ତୁ ଯେଉଁ ମାନେ ଭଲ କାମ କରି ଧନ ରୋଜଗାର କରିଥାନ୍ତି ସେମାନଙ୍କ  ଜୀବନ ସୁଖମୟ ରହିଥାଏ । ଆଉ ଯେଉଁ ମାନେ ଖରାପ କାମ କରି ଟଙ୍କା ରୋଜଗାର କରନ୍ତି ସେମାନଙ୍କ ପାଖରେ କେବେ ବି ଧନ ସଞ୍ଚୟ ହୋଇ ରୁହେ ନାହି । ଆଜି ଆମେ ଆପଣଙ୍କୁ ଧନ ବୃଦ୍ଧି କରିବାର ଛୋଟ ଟିପ୍ସ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ନିଜ ଘରେ ଅଲାମାରୀ ହେଉ  ବା ତିଜୋରି ହେଉ ବା ଅନ୍ୟ କୌଣସି ସୁରକ୍ଷିତ ଜାଗାରେ ଟଙ୍କା ବା ପଇସା ନିଶ୍ଚୟ ରଖୁଥିବେ । ଆଉ ନିଜର ଧନ ବୃଦ୍ଧି କରିବା ପାଇଁ ଆପଣ ମାନେ ଅନେକ ପୂଜା ପାଠ ମଧ୍ୟ କରୁଥିବେ । କିନ୍ତୁ ଅନେକ ସମୟରେ ଦେଖାଯାଏ କି ଯେତେ ରୋଜଗାର କରିଲେ ବି ଧନ ସଞ୍ଚୟ ହୋଇପାରେ ନାହି ବରଂ ଧନ ଅଧିକ ଖର୍ଚ୍ଚ ହୋଇଥାଏ । ଯାହା ପାଇଁ ବ୍ୟକ୍ତି ଚିନ୍ତା ରେ ପଡି ଯାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ସରଳ ଓ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିବା ମାତ୍ରେ ହିଁ ଧନ ବୃଦ୍ଧି ହେବାରେ ଲାଗିବ । ଆପଣ ମାନେ ସମସ୍ତେ ନୀଳ ଅପରାଜିତା ନିଶ୍ଚୟ ଦେଖିଥିବେ । ଏହାକୁ ଠାକୁର ପୂଜାରେ ବ୍ୟବହାର କରା ଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ନୀଳ ଅପରାଜିତା ଫୁଲ ର ପ୍ରୟୋଗ କରିବେ ଧନ ବୃଦ୍ଧି କରାଯାଇ ପାରିବ ।

ଆପଣ ଯେଉଁଠି ଟଙ୍କା ରଖୁଛନ୍ତି ବ ଆଲମାରି ରେ ହେରା ପଞ୍ଚମୀ ଦିନ କିଛି ନୀଳ ଅପରାଜିତା ଫୁଲ ଆଣି ଆପଣଙ୍କର ତିଜୋରି ବା ଟଙ୍କା ରଖୁଥିବା ଜାଗାରେ ନିତ୍ୟ କର୍ମ ସାରି ସେହି ଦିନ ୫ଟି ଫୁଲ ଆଣି ରଖନ୍ତି ତେବେ ଆପଣଙ୍କର ଧନ ବୃଦ୍ଧି ହେବ । କାରଣ ନୀଳ ଅପରାଜିତା ଫୁଲ ହେଉଛି ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରତୀକ । ଜଗନ୍ନାଥ ଙ୍କ ରଙ୍ଗର ସହ ସମାନତା ରହିଥାଏ ଏହି ଫୁଲ । ଆଉ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ଯିଏ ଧନ ପ୍ରଦାନ କରିଥାନ୍ତି ।

ତେବେ ମହାପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ହେଲେ ନୀଳ ଅପରାଜିତା ଫୁଲ ତାଙ୍କ ରଖୁଥିବା ଜାଗେ ରଖନ୍ତୁ । ଦେଖିବେ ଖାଲି ଧନ ବୃଦ୍ଧି ହେବ ତାହା ନୁହେଁ ବରଂ ଯଶ, କୀର୍ତ୍ତି, ଜ୍ଞାନ ରେ ମଧ୍ୟ ବୃଦ୍ଧି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *