ଘରେ ଯଦି ଧଳା ବିଲେଇ ପଶେ କେଉଁ ସଙ୍କେତ ମିଳିଥାଏ ? ଏହା ସହ ଆହୁରି 10+ Anuchinta

ନମସ୍କାର ବନ୍ଧୁଗଣ, ଆମକୁ ବହୁତ କିଛି କଥାର ସଙ୍କେତ ବିପଦ ଆସିବା ପୂର୍ବରୁ କିମ୍ବା ଶୁଭ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି । କିନ୍ତୁ ଆମେ ତାହା ବୁଝି ପାରିନଥାଉ । ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ଆମେ ପାଳନ କରିବା ଫଳରେ ଅଶୁଭ ସମୟ ମଧ୍ୟ କଟି ଯାଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏଭଳି କିଛି ଅନୁଚିନ୍ତା ଯାହାର ପାଳନ କରିବା ଦ୍ଵାରା ଜୀବନରେ ସୁଖ ଭରି ଯାଇଥାଏ । ଏବଂ କିଛି ସଙ୍କେତରୁ ଶୁଭ ସମୟ ଆଗମନର ସୂଚନା ମିଳିଥାଏ ।

1- ସମସ୍ତ ପୂଜା କାର୍ଯ୍ୟରେ ମାଟିର ଦୀପ ଜଳାଇବା ଦ୍ଵାରା ଶନି ଏବଂ  ମଙ୍ଗଳଙ୍କ କୃପା ପ୍ରାପ୍ତ ହେବା ସହିତ କଲ୍ୟାଣକାରୀ ହୋଇଥାଏ । 2- ସୁନାର ଦୀପରେ ଗୁରୁ ଏବଂ ସୂର୍ଯ୍ୟଙ୍କ ବାସ ହୋଇଥାଏ । ତେଣୁ ସୁନାର ଦୀପ ଜଳାଇବା ଦ୍ଵାରା ମଙ୍ଗଳକାରୀ ହେବା ସହିତ ଜୀବନରେ ଉନ୍ନତି ପ୍ରାପ୍ତ ହୋଇଥାଏ । 3- ଚାନ୍ଦିର ଦୀପରେ ଚନ୍ଦ୍ର ଏବଂ ସୂର୍ଯ୍ୟ ବାସ କରିଥାନ୍ତି । ତେଣୁ ଆପଣ ଚାନ୍ଦି ଦୀପ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ଦ୍ଵାରା ଘରେ କେବେ ମଧ୍ୟ ଧନର ଅଭାବ ଆସିନଥାଏ ।

4-  ଗୋଟିଏ ଲାଲ ସୂତା କପଡାରେ ନଡିଆଟିଏ ବାନ୍ଧି ନଦୀରେ ପ୍ରବାହିତ କରିବା ଦ୍ଵାରା ମନସ୍କାମନା ପୁରା ହୋଇଥାଏ । 5- ଶୁକ୍ଲପକ୍ଷ ଶନିବାର ଦିନ ଏକ ବଂଶୀ ମଧ୍ୟରେ ଚିନି ଭର୍ତ୍ତି କରି ନିର୍ଜନ ସ୍ଥାନରେ ପୋତିବା ଦ୍ଵାରା ରୋଜଗାର ପ୍ରାପ୍ତି ପାଇଁ କରିଥିବା ମନସ୍କାମନା ପୁରା ହୋଇଥାଏ ।

6- ବରଗଛ ପତ୍ରରେ ନିଜର ମନସ୍କାମନା ଲେଖି ନଦୀ ଜଳରେ ପ୍ରବାହିତ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଆପଣଙ୍କ ମନ ସ୍କାମନା ପୂରଣ ହୋଇଥାଏ । 7- ତମ୍ବା ପାତ୍ରରେ ଜଳ ନେଇ ତୁଲସୀ ଗଛରେ ଦେବା ଦ୍ଵାରା ଏବଂ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ଏବଂ ଆପଣଙ୍କ ମନର ସମସ୍ତ ଇଛା ପୁରା ହୋଇଥାଏ ।

8- ପ୍ରତ୍ୟକ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଏବଂ ଆପଣଙ୍କ ମନରେ ଥିବା ଫଳର ପ୍ରାପ୍ତି ହୋଇଥାଏ । 9- ଯଦି ଆପଣଙ୍କ ମାନସିକ ପୁରା ହେଉନଥାଏ ତେବେ ଆପଣ ଗୁରୁବାର ଦିନ ସାତ  ଖଣ୍ଡ ହଳଦୀ, ସାତ ଖଣ୍ଡ ଗୁଡ ଏବଂ ଏକ ମୁଦ୍ରାକୁ ହଳଦିଆ କପଡାରେ ବାନ୍ଧି ନିର୍ଜନ ସ୍ଥାନରେ ପକାଇ ଦେବା ଦ୍ଵାରା ତାହା ପୁରା ହୋଇଥାଏ ।

10- ଘରକୁ ଯଦି କୌଣସି ଦିନ ଧଳା ବିଲେଇ ଆସେ ତେବେ ତାହା ଶୁଭ ହୋଇଥାଏ । ଏବଂ ଆପଣଙ୍କ ମନସ୍କାମନା ପୂରଣ ହେବାର ଏହା ସଙ୍କେତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *