Special Story: ଏବେ ଗ୍ୟାସ ବୁକିଂ ହେଲା ସହଜ! ମାତ୍ର 2 ଘଣ୍ଟାରେ ଘରେ ପହଞ୍ଚିବ ଫୁଲ ସିଲିଣ୍ଡର…. କେମିତି ଜାଣିବା ପାଇଁ ଦେଖନ୍ତୁ ସଂପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ଏହୁଛି ଗ୍ଯାସ ବୁକିଙ୍ଗ ଚିନ୍ତା ଦୂରତା ହୋଇଛି । ଏବେ ଗ୍ଯାସ ସିଲିଣ୍ଡର ବୁକିଙ୍ଗ କରିବା ପାଇଁ ପୂର୍ବ ରୁ ଆଉ ବୁକିଙ୍ଗ କରିବାକୁ ପଡିବ ନାହି । ଏମିତିକି ବୁକିଙ୍ଗ କରି ଆଉ ଅପେକ୍ଷା କରିବାକୁ ପଡିବ ନାହି । ଏମିକି ଖାଇବା ଅର୍ଡ଼ର କରିବା ଭଳି ମାତ୍ର କମ ସମୟରେ ଆପଣ ମାନେ ରନ୍ଧନ ଗ୍ଯାସ କୁ ଘରେ ବସି ଅର୍ଡ଼ର କରି ପାରିବେ । ଅର୍ଡର କରିବାର କିଛି ସମୟ ପରେ ଘରେ ଆସି ପହଞ୍ଚି ଯିବ ରନ୍ଧନ ଗ୍ଯାସ ସିଲିଣ୍ଡର ।

ଯଦି ଆପଣ ଇଣ୍ଡିଆନ ଗ୍ଯାସ ର ଗ୍ରାହକ ଅଟନ୍ତି ତେବେ ଏହି ସୁବିଧା ଆପଣ ଘରେ ବସି ପାଇ ପାରିବେ । ମାତ୍ର ୨ ଘଣ୍ଟା ମଧ୍ୟରେ ଘରେ ଗ୍ଯାସ ସିଲିଣ୍ଡର ପହଞ୍ଚିବାର ସେବା ଆରମ୍ଭ କରି ଦେଇଛି ପ୍ରମୁଖ ଗ୍ଯାସ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ।

ଯେଉଁ ଗ୍ରାହକ ମାନେ ଗ୍ଯାସ ବୁକ କରିବା ପରେ ଲାମ୍ବା ସମୟ ଧରି ଅପେକ୍ଷା କରି ରହୁଥିଲେ ସେମାନେ ଏହି ନୂଆ ସେବାର ଭରପୁର ଫାଇଦା ଉଠାଇ ପାରିବେ । ଏ ନେଇ ଟ୍ବିଟ କରି IOCL ସୂଚନା ଦେଇହକନ୍ତି ଯେ IOCL ର ଏହି ସରଳ ଓ ସହଜ ସୁବିଧା ଦ୍ଵାରା ଦେଶର ପାଖାପାଖି ପ୍ରାୟ ୩୦ କୋଟି ଗ୍ରାହକ ମାନେ ଉପକୃତ ହୋଇ ପାରିବେ ।

ଗ୍ରାହକଙ୍କ ସୁବିଧା ପାଇଁ ଇଣ୍ଡିଆନ କମ୍ପାନୀ ଏହି ସେବାର ନାମ ରଖିଛି ତତକାଳ ସେବା । ପ୍ରଥମେ ହାଇଦ୍ରାବାଦ ଓ ଅନ୍ୟ କିଛି ପ୍ରମୁଖ ସହରରେ ଏହି ସୁବିଧା ମିଳିବା ଆରମ୍ଭ ହୋଇ ସାରିଛି । ଆଗାମୀ ସମୟରେ ଏହି ସେବା ସମସ୍ତ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷ ରୁ କୁହା ଯାଇଛି ।

ତେବେ କମ୍ପାନୀ ର ଅଫିସିଆଲ ୱେବ ସାଇଟ କୁ ଯାଇ ଜଣେ ଗ୍ରାହକ ଗ୍ଯାସ ସିଲିଣ୍ଡର ବୁକିଙ୍ଗ ର ସୁବିଧା ମଧ୍ୟ ନେଇ ପାରିବେ । ଗତ ବର୍ଷ ଇଣ୍ଡିଆନ ଅଏଲ ପକ୍ଷ ରୁ ରିଫିଲିଙ୍ଗ ବୁକିଙ୍ଗ ପାଇଁ ମିସ କଲ ସୁବିଧା ଆରମ୍ଭ ହୋଇଥିଲା ।

ଯେଉଁଥିରେ ଗ୍ରାହକ ସହଜରେ ସିଲିଣ୍ଡର ଓ ନୂଆ LPG ଗ୍ଯାସ ପାଇଁ ପଞ୍ଜୀକରଣ କରି ପାରିବେ । ତେବେ ଏହି ନୂଆ ସେବା ପାଇଁ ଗ୍ରାହକ ମାନେ ଅନେକ ମାତ୍ରା ରେ ଉପକୃତ ହେବେ ବୋଲି କମ୍ପାନୀ ପକ୍ଷ ରୁ ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଗ୍ଯାସ ବୁକିଙ୍ଗର ନୂଆ ସେବା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *