ଶନିବାର ଦିନ ଦାନରେ କାହାକୁ ବି ଦିଅନ୍ତୁ ନାହିଁ ଏହି 5ଟି ଜିନିଷ, ନଚେତ ମାଡି ଆସିବ ବଡ ବିପଦ- Ajira Anuchinta

ଶାସ୍ତ୍ରରେ କୁହା ଯାଇଛି ଦାନ କରିଲେ ପୂଣ୍ୟ ଲାଭ ହୋଇଥାଏ । ଏହା ସହ ଭଗବାନର କୃପା ଲାଭ ହୋଇଥାଏ । ଏହା ସହ ସବୁ ସମସ୍ୟା ମାନ ଦୂର ହେବା ସହ ସବୁ ପାପର କ୍ଷୟ ହୋଇଥାଏ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଶନିବାର ଦିନ ଦାନ କରିଲେ ଏହାର ବିପରୀତ ଫଳ ପ୍ରାପ୍ତ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ କ୍ଷତି ହେବା ସହ ଆର୍ଥିକ ଓ ଶାରୀରିକ ସମସ୍ଯା ଲାଗି ରହିଥାଏ ।

ଆଜି ଆମେ ଆପଣ ମାନଙ୍କୁ ଶନିବାର ଦିନ କେଉଁ ଜିନିଷ ଦାନ କରିବା ବା ଧାର ଦେବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ୧- ଜାତକରେ ଶନିଦଶା ରହିଥିଲେ ତେଲ ଦାନ କରିବାକୁ କୁହାଯାଏ । ମାତ୍ର ତେଲ ଖରାପ ହୋଇଥିଲେ ତାହା ଦାନ କରିଲେ ଶୁଭ ଫଳ ମିଳିଥାଏ । ତେଣୁ ଖରାପ ତେଲ ଦାନ କରିବା ଉଚିତ ନୁହେଁ । ବିଶେଷ କରି ଶନିବାର ଦିନ ଦାନ କରିବା ଅନୁଚିତ । କିନ୍ତୁ ଶନିବାର ଦିନ ସୋରିଷ ତେଲ ଭଗବାନ ଶନିଦେବଙ୍କୁ ଦାନ କରିଲେ ଶୁଭ ପରିଣାମ ମିଳିଥାଏ ।

୨- ଶନିବାର ଦିନ ପ୍ଲାଷ୍ଟିକ ଦ୍ରବ୍ଯ ବା ଷ୍ଟିଲ ଜାତୀୟ ବାସନ ଦାନ କରିବା ଅନୁଚିତ । ଏହା ଦ୍ଵାରା ଘରେ ଅସାନ୍ତି ହେବା ସହ ଧନ ହାନି ହୋଇଥାଏ । ଏହି ସବୁ ଜିନିଷ ଦାନ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏମିତି କି ବ୍ୟକ୍ତି ଦରିଦ୍ରତା ଆଡକୁ ଅଗ୍ରସର କରିଥାଏ । ତେଣୁ ଶନିବାର ଦିନ ଭୁଲରେ ବି ପ୍ଲାଷ୍ଟିକ ଦ୍ରବ୍ଯ ବା ଷ୍ଟିଲ ବାସନ ଦାନ କରନ୍ତୁ ନାହି ।

୩- ଝାଡୁ ହେଉଛି ମା ଲକ୍ଷ୍ମୀଙ୍କର ଅତି ପ୍ରିୟ । ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇ ଥିବାରୁ ମା ଲକ୍ଷ୍ମୀ ଝାଡୁରେ ବାସ କରିଥାନ୍ତି ବୋଲି ମାନ୍ୟତା ରହିଛି । ତେଣୁ ଶନିବାର ଦିନ କାହାକୁ ବି ଝାଡୁ ଦାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଧନର ଅଭାବ ହେବା ସହ ଧନ ହାନି ଘଟିଥାଏ ।

୪- କଥା ରେ ଅଛି ଖାଦ୍ୟ ଦାନ ଠାରୁ ଆଉ କିଛି ପୂଣ୍ୟ ଦାନ ନାହି । କିନ୍ତୁ ବାସୀ ଖାଦ୍ୟ ବା ଅଇଁଠା ଖାଦ୍ୟ ଦାନ କରିବା ମହାପାପ ହୋଇଥାଏ । ଘରର ଲୋକଙ୍କର ସର୍ବଦା ରୋଗାଗ୍ରସ୍ତ ହୋଇଥାଏ । ଏହା ସହ ଘରେ କଳହ ଲାଗି ରହିଥାଏ । ତେଣୁ ଭୁଲରେ ବି ବାସୀ ଖାଦ୍ୟ ବା ଅଇଁଠା ଖାଦ୍ୟ ଦାନ କରିବା ଅନୁଚିତ ।

୫- ଛୁରୀ ବା କୌଣସି ଧାରୁଆ ଜିନିଷ ଦାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ କଳହ ବା ଝଗଡା ଲାଗି ରହିଥାଏ । ତେଣୁ ପରିବାରର ମଙ୍ଗଳ ପାଇଁ ଶନିବାର ଦିନ କଇଁଛି, କଟୁରି, ଛୁରୀ ବା ଅନ୍ୟ କୌଣସି ଧାରୁଆ ଜିନିଷ ଦାନ କରିବା ଉଚିତ ନୁହେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *