କଣ ଆପଣଙ୍କୁ ବି ବସି ବସି ଗୋଡ ହଲାଇବାର ଅଭ୍ୟାସ ଅଛି ,ଏହା ଦେଇଥାଏ ଏହି ରୋଗର ସଂକେତ

ସମସ୍ତଙ୍କୁ କିଛି ନା କିଛି ଅଜିବ ଅଭ୍ୟାସ ନିହାତି ଥାଏ । କାହାକୁ ଗାଧୋଇବା ସମୟରେ ଗୀତା ଗାଇବାର ଅଭ୍ୟାସ ଥାଏ ଆଉ କେହି ବସି ବସି ଗୋଡ ହଲାଇଥାନ୍ତି । ଗୋଡ ହଲାଇବା ଅଭ୍ଯାସ ବହୁତ ଖାତରନାକ ହୋଇଥାଏ । କୌଣସି ବ୍ୟକ୍ତି ଏମିତିରେ ଗୋଡ ହଲାନ୍ତି ନାହିଁ ,ଏହାର କିଛି ସାଇକୋଲୋଜିକାଲ କାରଣ ହୋଇଥାଏ । ବହୁତ ଲୋକଙ୍କୁ ଜଣା ନଥାଏକି ଗୋଡ ହଲାଇବା ଏକ ବେମାର ହୋଇଥାଏ । ଏହି ରୋଗକୁ ଇଙ୍ଗ୍ଲିଶରେ ରେଷ୍ଟଲେସ ଲେଗ ଶିଣ୍ଡ୍ରୋମ ନାମରେ କୁହାଯାଇଥାଏ ।

ଗୋଡ ହଲାଇବା ପଛରେ ମେଣ୍ଟାଲ ଏବଂ ଫିଜିକାଲ କାରଣ ହୋଇଥାଏ । ଏଥି ପାଇଁ କୌଣସି ଡାକ୍ତରଙ୍କ ପାଖକୁ ଯିବା ଦରକାର ନାହିଁ । ଏହି ଅଭ୍ୟାସକୁ ଆପଣ ଘରେ ବି ଠିକ କରିପାରିବେ । ଏହାର ସଂକେତ କଣ ହୋଇଥାଏ ଆସନ୍ତୁ ଜାଣିବା ।

ଘରୋଇ ଉପାୟରେ ଠିକ କରାଯାଇ ପାରିବ

ଯେତବେଳେ ବ୍ୟକ୍ତି ଏହି ସମସ୍ୟା ରେ ପୀଡିତ ହୋଇଥାନ୍ତି ସେତବେଳେ ତାଙ୍କ ଠାରେ କିଛି ଲକ୍ଷଣ ନଜର ଆସିଥାଏ । ଏହି ରୋଗ ହେବା କାରଣରୁ ଗୋଡ କୁଣ୍ଡାଇ ହୋଇଥାଏ । ସେଥି ପାଇଁ ସେ ସେଥିରୁ ରିଲାକ୍ସ ପାଇବା ପାଇଁ ଗୋଡ ହଲାଇ ଥାନ୍ତି । ଏହି ରୋଗ ସେମାନଙ୍କ ଠାରେ ଦେଖାଯାଏ ଯେଉଁମାନେ ଶାରୀରିକ ପରିଶ୍ରମ ବେଶି କରିନଥାନ୍ତି । ଏହାର ଚିକିସା ଘରେ ବି କରାଯାଇ ପାରିବ । ଏହାକୁ ଠିକ କରିବା ପାଇଁ ଅଲଗା ଅଲଗା ଉପାୟ ଅଛି ।

ଆଇରନ ସପ୍ଲିମେଣ୍ଟ

ଏହି ସମସ୍ୟା ଆଇରନ ର କମି ରେ ବି ହୋଇଥାଏ । ଶରୀରରେ ଆଇରନ ର କମ ଥିବା ଲୋକଙ୍କୁ ଆଇରନ ସପ୍ଲିମେଣ୍ଟ ନେବା ଆରମ୍ଭ କରିବା ଦରକାର ।

ଜୀବନଶୈଳୀ ପରିବର୍ତନ

ଯଦି ଆପଣଙ୍କର ଏହି ସମସ୍ୟା ଅଛି ତାହେଲେ ଆଲକୋହଲ ର ମାତ୍ରା କମ କରିବା ଦରକାର । ଏହା ଛଡା କମସେ କମ ୭ ରୁ ୮ ଘଣ୍ଟା ଶୋଇବା ଦରକାର ।

ଗରମ ପାଣିରେ ଗାଧୋଇବା

ଯେଉଁ ଲୋକଙ୍କୁ ଏହି ସମସ୍ଯା ହୋଇଥାଏ ତାଙ୍କୁ ଅଳ୍ପ ଗରମ ପାଣିରେ ଗାଧୋଇବା ଦରକାର । ଗରମ ପାଣିରେ ଗାଧୋଇବା ଦ୍ଵାରା ଏହି ରୋଗ ଉପରେ ବହୁତ ଭଲ ପ୍ରଭାବ ପକାଇ ଥାଏ । ଏହା ଥିଲା ରେଷ୍ଟଲେସ ଲେଗ ଶିଣ୍ଡ୍ରୋମ ର ମହତ୍ବପୂର୍ଣ ଉପାୟ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *