ଗୋଟେ ମାସ ପର୍ଯ୍ୟନ୍ତ ଖାଇବେ ମହୁ ରେ ବୁଡି ଥିବା ରସୁଣ, ତ ମିଳିବ ଏହି ସବୁ ରୋଗରୁ ମୁକ୍ତି- ଫାଇଦା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ମହୁ ଓ ରସୁଣ ଆମ ଦେହକୁ ଗରମ ଦେଇଥାଏ । ବହୁତ ଥର ଆମକୁ ଜର କିମ୍ବା ଥଣ୍ଡା ହେଲେ ଆମେ ଶରୀରକୁ ଗରମ ଦେବା ପାଇ ମହୁ ଓ ରସୁଣର ସେବନ କରିଥାଉ । ଆପଣ ଏହି ଦୁଇଟାକୁ ତ ଅଲଗା ଅଲଗା ଖାଇଥିବେ କିନ୍ତୁ ଆପଣ ଏହାକୁ କେବେବି ସାଥିରେ ଖାଇ ନଥିବେ । ଏହାକୁ ସାଥିରେ ଖାଇବା କଥା ଭାବିଲେ ଆପଣଙ୍କୁ ଟିକେ ଅଜବ ଲାଗିପାରେ କିନ୍ତୁ ଆପଣ ଏହାକୁ ସାଥିରେ ଖାଇବାର ଫାଇଦା କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ କି ରସୁଣକୁ ମହୁରେ ବୁଡେଇକି ଖାଇବା ଦ୍ଵାରା କଣ ଫାଇଦା ହୋଇଥାଏ ।

ଏହି ଉପାୟରେ କରନ୍ତୁ ରସୁଣ ଓ ମହୁର ସେବନ

ଆୟୁର୍ବେଦ ଏକ୍ସପଟ ଡାକ୍ତର ଅବରାରଙ୍କ କହିବା ଅନୁସାରେ ଆଜିକାଲିକା ଲୋକ ଆୟୁର୍ବେଦ ଜିନିଷର ମୂଲ୍ୟ ବୁଝୁ ନାହାନ୍ତି, ସେଥିପାଇଁ ବହୁତ ଲୋକଙ୍କୁ ବହୁତ ଶରୀର ସମସ୍ୟାର ଶିକାର ହେବାକୁ ପଡୁଛି । ଡାକ୍ତରଙ୍କ କହିବା ଅନୁସାରେ ଯଦି ଲୋକମନେ ଆୟୁର୍ବେଦ ଔଷଧର ସେବନ କରନ୍ତେ ତେବେ ତାଙ୍କୁ ଏହି ଅଙ୍ଗରେଜି ଔଷଧ ସେବନ କରିବାକୁ ପଡି ନଥାନ୍ତା । ଡାକ୍ତର ଅବରାର ମହୁ ଓ ରସୁଣକୁ ମିଶେଇକି ଖାଇବାର ଉପାୟ କହିଲେ କି ଏକ କାଚ ବୋତଲରେ ମହୁ ପୁରାନ୍ତୁ ଓ ଏହା ସହିତ କିଛି ରସୁଣର ପାଖୁଡା ଛେଲିକି ସେହି ବୋତଲରେ ପୁରାନ୍ତୁ ।

ଏବେ ପ୍ରତିଦିନ ସକାଳୁ ଉଠିକି ସେହି ବୋତଲରୁ ରସୁଣକୁ ଚୋବେଇକି ଖାଆନ୍ତୁ । ଏହା ଛଡା ଆପଣ ଅନ୍ୟ ଏକ ଉପାୟ କରିପାରିବେ ଯେଉଁଥିରେ ଆପଣ ଦୁଇଟି ରସୁଣର ପାଖୁଡା ନେଇକି ପେସିକି ସେଥିରେ କିଛି ବୁନ୍ଦା ମହୁ ମେସେଇକି ନୀତିଦିନ ଖାଲି ପେଟରେ ଖାଆନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ବହୁତ ରୋଗରୁ ମୁକ୍ତି ମିଳିବ ।

ଏହି ଚମତ୍କାରୀ ଫାଇଦା

ରସୁଣ ଓ ମହୁର ସେବନ ଏକ ମାସ ଧରି କରିବା ଦ୍ଵାରା ହାର୍ଟ ସମ୍ବନ୍ଧୀୟ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଆପଣଙ୍କୁ କହିଦେବାକୁ ଚାହୁଞ୍ଚୁ ଯେ  ମହୁ ଓ ରସୁଣରେ ଏନ୍ଟୀମାଇକ୍ରୋବିୟଲ ପ୍ରପର୍ଟୀ ଥାଏ ଯାହା ଶରୀରରେ ଯିବା ପରେ ଅଣ୍ଟିବାୟୋଟିକ ମେଡ଼ିସିନ ଭଳି କାମ କରିଥାଏ ।

ଶରୀରରେ ହେବାକୁ ଥିବା ସବୁ ପ୍ରକାରର ଇନ୍ଫେକ୍ଶନରୁ ମୁକ୍ତି ଦେଇଥାଏ । ରସୁଣ ଓ ମହୁର ସେବନ ଆସଥ୍ମା ରୋଗୀଙ୍କ ପାଇଁ ମଧ୍ୟ ବହୁତ ଭଲ କାମ କରିଥାଏ । ଏଂଟୀ ବୈକ୍ଟୀରିୟଲ ଓ ଏଂଟୀ ଏନ୍ଟୀମାଇକ୍ରୋବିୟଲ ପ୍ରପର୍ଟୀ ରେ ଭରପୂର ହୋଇଥିବା ରସୁଣ ଓ ମହୁର ସେବନ ଦ୍ଵାରା ଜର ଓ ଥଣ୍ଡା ମଧ୍ୟ କମିଥାଏ । ଏହାର ସେବନ ଦ୍ଵାରା ଇମୁନିଟି ଲେବଲ ବଢିଥାଏ ଓ ଜର ଏବଂ ଥଣ୍ଡାରୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *