ଯଦି ଧନ ସମ୍ବନ୍ଧିତ କିଛି ସମସ୍ୟା ଦେଖା ଦେଉଛି, ତେବେ ଚୁପ୍ ଚାପ୍ ଏହି ଜାଗାରେ ରଖିଦିୟନ୍ତୁ ଗୁଜୁରାତି- ଏବଂ ଦେଖନ୍ତୁ ଏହାର ଫାଇଦା

ଆମେ ଆପଣଙ୍କ ପାଇଁ ପ୍ରତ୍ୟକ ଦିନ କିଛି ନା କିଛି ଉପାୟ ନେଇ ଆସିଥାଉ । ଆଜି ମଧ୍ୟ ସେହି ଭଳି ଏକ ଉପାୟ ଆଣି ଆସିଛୁ ଯାହା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣି ପାରିବ । ଆଜିର ଦୁନିଆରେ କିଏ ବା ଧନୀ ହେବାକୁ ନ ଚାହେଁ । ସେଥିପାଇଁ କେତେ କଣ ସବୁ ଲୋକମାନେ କରିବାକୁ ପଛନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏକ ସହଜ ସରଳ ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ । ସବୁଠାରୁ ପ୍ରଥମେ ଏହି କଥା ପ୍ରତି ଧ୍ୟାନ ଦେବେ ଯେ ଏହି ସବୁ ଉପାୟ ଆପଣଙ୍କୁ ଏକା ହିଁ କରିବାକୁ ହେବ ।

ଯଦି କେହି ଆପଣଙ୍କୁ ଏହି ଉପାୟ କରୁଥିବାର ଦେଖି ନେବେ କିମ୍ବା ଜାଣି ପାରିବେ ତେବେ ଏହା କାମ କରିବ ନାହିଁ । ତେବେ ଏହି ଉପାୟ ପାଇଁ ଆପଣଙ୍କୁ ୨୧ ଟି ସବୁଜ ଗୁଜୁରାତି ଦରକାର ପଡିପାରେ । ଏହାକୁ ହାତରେ ନେଇ ଘରର ପୁଜା ସ୍ଥାନରେ ପ୍ରବେଶ କରାନ୍ତୁ ଓ ହାତ ଯୋଡି ୧୦୮ ଥର ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ ” ଓଁ ଶ୍ରୀ ଶ୍ରୀୟେ ନମଃ” । ଏମିତି କରୁଥିବା ବେଳେ ଧ୍ୟାନ ରଖିବେ କି ଯେମିତି ଆପଣଙ୍କୁ କେହି ନ ଦେଖିବେ ।

୧୦୮ ଥର ମନ୍ତ୍ର ଉଚ୍ଚାରଣ କରିବା ପରେ ସେହି ଗୁଜୁରାତିକୁ ନିଜ ଡାହାଣ ହାତର ମୁଠାରେ ବନ୍ଦ୍ କରିଦିଅନ୍ତୁ । ଏହା ପରେ ନିଜ ଘରେ ଥିବା ସବୁ ରୁମ୍ ର ୭ ଥର ପରିକ୍ରମା କରନ୍ତୁ ଏବଂ  ପୁନଶ୍ଚ ପୂଜା ଘରକୁ ଯାଅନ୍ତୁ । ଏବେ ଏକ ଲାଲ୍ ରଙ୍ଗର ବସ୍ତ୍ର ରେ ସେହି ଗୁଜୁରାତିକୁ ଗୁଡାଇକରି ପୁଟୁଳି କରିନିଅନ୍ତୁ । ଏହି ପୁଟୁଳିକୁ ଲାଲ୍ ସୁତାରେ ବାନ୍ଧି ଦିଅନ୍ତୁ । ଏବେ ଏହି ପୁଟୁଳିକୁ ନିଜ ଘରର ଏପରି ଏକ ଜାଗାରେ ରଖନ୍ତୁ ଯେମିତି ଆପଣଙ୍କ ଛଡା ଆଉ କେହି ବି ତାକୁ ଦେଖି ପାରିବେ ନାହିଁ ।

୨୧ ଦିନ ଯାଏଁ ସେହି ପୁଟୁଳିକୁ ସେମିତି ସେଠାରେ ରହିବାକୁ ଦିଅନ୍ତୁ ଏବଂ ତାକୁ ଛୁଅନ୍ତୁ ନାହିଁ । ୨୧ ଦିନ ପରେ ତାକୁ କୌଣସି ନଦୀ କିମ୍ବା ପୋଖରୀରେ ବିସର୍ଜିତ କରି ଦିଅନ୍ତୁ । ଯଦି ଆଖପାଖରେ ଅଶ୍ୱତଥ ଗଛ ଥାଏ ତେବେ ଏହାକୁ ତାର ତଳେ ପୋତି ଦିଅନ୍ତୁ ଏହା ମଧ୍ୟ  ଅତ୍ୟାଧିକ ଶୁଭ ଫଳ ଦେବ । ଏହି ଉପାୟ କରିଲେ ଆପଣଙ୍କ ଜୀବନରେ ଥିବା ଅସୁବିଧ ଦୁର ହୋଇ ସବୁ କାର୍ଯ୍ୟ ସଫଳତା ପୂର୍ବକ ସମାଧାନ ହୋଇଯିବ ଏବଂ ଆପଣଙ୍କର ଆୟରେ ମଧ୍ୟ ବୃଦ୍ଧି ଘଟିବ । ଏହି ଉପାୟକୁ ପୂର୍ଣ୍ଣିମା ଦିନରୁ ଆରମ୍ଭ କରିବା ଉଚିତ ।

Leave a Reply

Your email address will not be published. Required fields are marked *