ହସ୍ତରେଖା ଶାସ୍ତ୍ର ଦ୍ଵାରା ଜାଣନ୍ତୁ ଆପଣଙ୍କ ବିବାହ କେବେ ହେବ

ହିନ୍ଦୁ ଶାସ୍ତ୍ର ରେ ଜୀବନ ପ୍ରମୁଖ କର୍ମକାଣ୍ଡ ରେ ବିବାହକୁ ବିଶେଷ ପ୍ରମୁଖତା ଦିଆ ଯାଇଛି, ଯୁବକ ବିବାହ ପାଇଁ ବହୁତ ଉତ୍ସୁକ ରୁହନ୍ତି, ହସ୍ତ ରେଖା ଜ୍ଞାନ ଦ୍ଵାରା ଏହା ଜଣା ପଡି ପାରେ ଯେ ଆପଣଙ୍କ ବିବାହ କେବେ ହବ ଏବଂ ଆପଣଙ୍କ ଦାଂପତ୍ଯ ଜୀବନ କେମିତି ରହିବ । ତେବେ ଆସନ୍ତୁ ଜାଣିବା ହସ୍ତ ରେଖା ବିଷୟରେ କିଛି ବିଶେଷ ଯାହା ଦ୍ଵାରା ଆପଣ ନିଜ ବୈବାହିକ ଜୀବନ ବିଷୟରେ ଗଣନା କରି ପାରିବେ ।

ରେଖା ଶାସ୍ତ୍ର ଅନୁଯାଇ ହାତରେ ଥିବା ରେଖା, ଗ୍ରହ ଓ ନଖେଟର ଦ୍ଵାରା ହିସାବ କରି ଗଣନା କରନ୍ତି ଓ ବିବାହ ଓ ଦାଂପତ୍ଯ ଜୀବନରେ ଆସୁଥିବା ଘଟଣା ବିଷୟରେ ଅନୁମାନ ଲଗେଇଥାନ୍ତି ।

ବିଶେଷଜ୍ଞ ଅନୁଯାଇ ବିବାହ ରେଖା ହାତ ଉପରେ ବୁଧ ପର୍ବତ ପାଖରେ ଥାଏ, ଏହି ରେଖାକୁ ପ୍ରେମ ପ୍ରତୀକ ମଧ୍ୟ କୁହା ଯାଏ, ଏହି ରେଖା ସବା ସାନ ଆଙ୍ଗୁଳି ଓ ହୃଦ୍ୟ ରେଖା ପାଖରେ ଥାଏ ।

ଗୋଟେରୁ ଅଧିକ ବିବାହ :

ବିଶେଷାଜ୍ଞ ଅନୁଯାଇ ବହୁତ ଲୋକଙ୍କ ହାତରେ ଗୋଟେରୁ ଅଧିକ ବିବାହ ରେଖା ହୋଇଥାଏ, ଏମିତି ସ୍ଥିତି ରେ ଯେଉଁ ରେଖା ଅଧିକ ଗଭୀର ହୋଇଥାଏ ତାହାକୁ ବିବାହ ରେଖା କୁହା ଯାଏ ଏବଂ ସେହି ରେଖା ଅନୁଯାଇ ଦାଂପତ୍ଯ ଜୀବନ ଘଟଣା ବିଷୟରେ ଅନୁମାନ କରା ଯାଏ । ଯଦି ଡାହାଣ ହାତରେ ଗୋଟେରୁ ଅଧିକ ବିବାହ ଥାଏ ତେବେ ଜାତକ ଜୀବନ ରେ ଦୁଇଟି ବିବାହ ଯୋଗ ହୋଇଥାଏ । ତେବେ ଯଦି ଡାହାଣ ହାତରେ ଦୁଇ ଓ ବାଁ ହାତରେ ଗୋଟେ ବିବାହ ରେଖା ହୁଏ ତେବେ ଜାତକ ବିବାହ ପରେ ସୁଖମୟ ଜୀବନ ବ୍ଯତୀତ କରିଥାଏ । ଏମିତି ଜାତକଙ୍କ ଜୀବନ ରେ ମନ ଇଛା ଜୀବନସାଥୀ ମିଳି ଥାନ୍ତି ।

ଜୀବନ ସାଥି ସର୍ବଗୁଣ ସମ୍ପର୍ଣ୍ଣ ହୋଇଥାଏ :

ବିଶେଷ୍ଜ୍ଞ କହିବା ଅନୁଯାଇ ଯେଉଁ ଜାତକମାନଙ୍କ ଡାହାଣ ହାତରେ ଦୁଇଟି ବିବାହ ରେଖା ଓ ବାଁ ହାତରେ ଗୋଟେ ବିବାହ ରେଖା ଥାଏ ତାଙ୍କ ବୈବାହିକ ଜୀବନ ମଧୁରତା ସହ ଯାଇଥାଏ । ଏମିତି ଲୋକଙ୍କ ଦାଂପତ୍ଯ ଜିଆବ୍ନ ବହୁତ ମଜବୁତ ରହିଥାଏ, ଏମିତି ମଧ୍ୟ କୁହା ଯାଏ ଯେ ଏହି ଭଳି ବିବାହକୁ ସର୍ବଗୁଣ ସମ୍ପନ କୁହା ଯାଏ । ଏହି ପ୍ରକାର ରେ ହସ୍ତ ଶାସ୍ତ୍ର ମାଧ୍ୟମ ଦ୍ଵାରା ବିବାହ ଯୋଗ ଓ ବିବାହ ପରେ ଦାଂପତ୍ଯ ଜୀବନ ବିଷୟରେ ଅନୁମାନ ଲଗା ଯାଏ ।

Leave a Reply

Your email address will not be published. Required fields are marked *