ଘରେ ଲଗାନ୍ତୁ ଏହି ୭ଟି ଶୁଭ ଗଛ, ମିଳିବ ଏମିତି ଚମତ୍କାରୀ ପରିଣାମ କି ଆଶ୍ଚର୍ଯ୍ୟ ହେବେ ଆପଣ

ଧର୍ମଶାସ୍ତ୍ର ରେ ପ୍ରକୃତି ପୂଜାର ପ୍ରାବଧାନ କରାଯାଇଛି । ଏଥିପାଇଁ ସମୁଦ୍ର ଠାରୁ ନେଇ ନଦୀ ,ସରୋବର ,ପାହାଡ ଏବଂ ଗଛ ଲତା ର ପୂଜାର ବିଧାନ କରାଯାଇଛି । ପ୍ରକୃତିର ଏହି ପୂଜାକୁ ଆମ ସଂସ୍କାରରେ ଯୋଡା ଯାଇଛି । ବର୍ଷକୁ କେତେକ ସମୟ ଏମିତି ଆସିଥାଏ ଯେତବେଳେ ବିଭିନ୍ନ ପ୍ରକାରର ଗଛ ଲତାର ପୂଜା କରିବା ଶାସ୍ତ୍ରରେ ବର୍ଣନା କରାଯାଇଛି । ଏଥିରୁ ଅଁଳା ନବମୀ ,ବଟ ସାବିତ୍ରୀ ପରି ପର୍ବ ମୁଖ୍ୟ ଅଟେ । ଏହି ପ୍ରକାର ଘରର ଚାରିପଟେ କିଛି ଗଛକୁ ଲଗାଇବା କଥା କୁହାଯାଇଛି । ଏହି ଗଛା ଦ୍ଵାରା ଘରେ ସକାରାତ୍ମକ ଶକ୍ତିର ପ୍ରସାର ହୋଇଥାଏ ଏବଂ ସୁଖ ସମୃଦ୍ଧି ରହିଥାଏ । ଆସନ୍ତୁ ଜାଣିବା ଘରେ ଲଗା ଯାଉଥିବା ଶୁଭ ଗଛ ବିଷୟରେ ।

ତୁଳସୀ ଗଛ

ତୁଳସୀ ଗଛକୁ ଘରର ଇଶାନ କୋଣରେ ଲଗାଇବା କଥା କୁହାଯାଇଛି । ତୁଳସୀ ଗଛ ଦ୍ଵାରା ଘର ଶୁଦ୍ଧ ହୋଇଥାଏ ଏବଂ ଘର ରୋଗଗୁଣ ରୁ ମୁକ୍ତ ହୋଇଥାଏ । ତୁଳସୀ ଗଛକୁ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଇ ଥାଏ ।

ଅରଖ

ଅରଖ ଗଛକୁ ଗଣପତି ଙ୍କର ପ୍ରତୀକ ବୋଲି କୁହାଯାଇ ଥାଏ । ବାସ୍ତୁ ଅନୁସାରେ ଘରର ଅଗଣାରେ କ୍ଷୀର ବାଲା ଗଛ ଲଗାଇବା ନିଷେଧ ଅଟେ କିନ୍ତୁ ଅରଖ ଗଛ ଘରେ ଶୁଭ ଫଳ ଦେଇଥାଏ । ଏହାକୁ ଘର ପାଖରେ ଲଗାଇଲେ ବି ଶୁଭ ଫଳ ଦେଇଥାଏ ।

ଧଳା ଅପରାଜିତା

ଧଳା ଅପରାଜିତା ଗଛକୁ ଧନଦାୟକ ବୋଲି କୁହାଯାଇଥାଏ । ଏଥିପାଇଁ ଏହାକୁ ଘରେ ଲଗାଇବାର ବିଧାନ କୁହାଯାଇଛି । ଅପରାଜିତା ଗଛ ନୀଳ ଫୁଲ ବାଲା ବି ଥାଏ ଏବଂ ଦୁଇଟି ଯାକ ଧଳା ଏବଂ ନୀଳ ଅପରାଜିତା ଗଛରେ ଔଷଧୀୟ ଗୁଣ ଥାଏ ।

ଗଙ୍ଗଶିଉଳି

ଗଙ୍ଗଶିଉଳି କୁ ପାରିଜାତ ଏବଂ ଶୌଫାଳିକା ବି କୁହାଯାଇ ଥାଏ । କୁହାଯାଇଛି ଏହି ଗଛ ସମୁଦ୍ର ମନ୍ଥନରେ ବାହାରି ଥିଲା ଏବଂ ସ୍ଵର୍ଗରୁ ଏହାକୁ ଧାରିତ୍ରି ଉପରକୁ ଭଗବାନ ଶ୍ରୀକୃଷ୍ଣ ଆଣି ଆସିଥିଲେ । ଏହି ଗଛକୁ ଘରେ ଲଗାଇଲେ ଖରାପ ଶକ୍ତିର ନାଶ ହୋଇଥାଏ ।

ରଜନିଗନ୍ଧା

ଏହି ଗଛ ଘରକୁ ସୁଖ ସମୃଦ୍ଧି ଆଣି ଆସିଥାଏ । ଏହି ଗଛ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଏହି ଗଛରୁ ସୁଗନ୍ଧିତ ତେଲ ତିଆରି ହୋଇଥାଏ ।

ଅଶ୍ଵଗନ୍ଧା

ଏହି ଗଛକୁ ଘରେ ଲଗାଇଲେ ଘରେ ସକାରାତ୍ମକ ଶକ୍ତିର ବିକାଶ ହୋଇଥାଏ । ଏହି ଗଛରେ ଔଷଧୀୟ ଗୁଣ ଥାଏ ଏବଂ ଏଥିରେ କେତେକ ରୋଗର ଚିକିସା କରାଯାଇ ଥାଏ ।

ମନିପ୍ଳାଣ୍ଟ

ଏହି ଗଛ ଘରେ ଲଗାଇଲେ ସମୃଦ୍ଧିର ଦ୍ଵାର ଖୋଲି ଯାଇଥାଏ । ଏହାକୁ ଆଗ୍ରେୟ କୋଣରେ ଲଗାଇଲେ ଶୁଭଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *