ହାତରେ ଥିବା ଅଧା ଚନ୍ଦ୍ର ର ଅର୍ଥ କଣ? କଣ ଆପଣଙ୍କ ହାତରେ ବି ଅଛି କି ଏହିଭଳି ଚିହ୍ନ

ଶାସ୍ତ୍ର ଅନୁସାରେ ହାତର ରେଖା ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ । ବ୍ୟକ୍ତି ଜନ୍ମ ହେବା ସହିତ ହିଁ ନିଜ ଭାଗ୍ୟ ନିଜ ହାତରେ ଲେଖି ଆଣିଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣଙ୍କ ହାତରେ ଅଧା ଚନ୍ଦ୍ର ହେଉଛି ତେବେ ଏହାର ଅର୍ଥ କଣ । ସମସ୍ତଙ୍କ ହାତରେ ହାତ ରେଖା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହା ଜରୁରୀ ନୁହେଁ କି ସମସ୍ତଙ୍କ ହାତରେ ଅଧା ଚନ୍ଦ୍ର ହୋଇଥିବା ଦରକାର । କିନ୍ତୁ ହାତରେ ଅଧା ଚନ୍ଦ୍ର ତିନି ପ୍ରକାରର ହୋଇଥାଏ ।

ଗୋଟିଏ ଅଧା ଚନ୍ଦ୍ର, ଦ୍ଵିତୀୟ ଟି ହେଲା ଏହି ଦୁଇଟି ରେଖା ଅଧ ଚନ୍ଦ୍ର ଭଳି ନଜର ଆସିବେ କିନ୍ତୁ ଦୁଇଟି ରେଖା ପରସ୍ପର ସହ ମିଶିବେ ନାହିଁ । ଅନ୍ୟ ପଟେ ଅନ୍ୟ କେତେ ଲୋକମାନଙ୍କ ହାତରେ ଏହି ଦୁଇଟି ରେଖା ମିଶିବ କିନ୍ତୁ ଏହି ରେଖା ସିଧା ଥିବ । କହିବାକୁ ଗଲେ ହାତର ଏହି ଦୁଇଟି ରେଖା ଯେତେବେଳେ ବି ଆପଣ ମିଶାଇବେ ତେବେ ଏହା ଏହିଭଳି ୩ ପ୍ରକାରର ହୋଇଥାଏ । ବର୍ତ୍ତମାନ ଚାଳନ୍ତୁ ଜାଣିବା ଏହି ସବୁର ଅର୍ଥ କଣ ।

ପ୍ରାୟତଃ ସମସ୍ତଙ୍କ ହାତରେ ଦୁଇଟି ରେଖା ଯୋଡିଲେ ହାତରେ ଅଧା ଚନ୍ଦ୍ର ହୋଇଥାଏ । ଏହିଭଳି ବ୍ୟକ୍ତି ବହୁତ ଆକର୍ଷକ ହୋଇ ଥାନ୍ତି । ଏମାନେ ନିଜ ଜୀବନରେ ବହୁତ ଭଲ ଜାଗାରେ ରହିଥାନ୍ତି ଅର୍ଥାତ ଭଲ ଚାକିରି କରିଥାନ୍ତି । ଏମାନେ ପ୍ରେମ ମାମଲାରେ ବି ବହୁତ ଆଗରେ ଥାନ୍ତି । କିନ୍ତୁ କାହାକୁ ବି ନିଜର ଏହି ଗୁଣ ବିଷୟରେ କୁହନ୍ତି ନାହିଁ । ଏମାନେ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି । କୌଣସି ବି ପ୍ରକାରର ସମସ୍ୟା ଓ କଷ୍ଟ ଏମାନଙ୍କ ପାଇଁ ବଡ ହୋଇ ନ ଥାଏ । ଏମାନେ ସମସ୍ତ କାମରେ ହାତ ଦିଅନ୍ତି ଓ କୌଣସି କାମକୁ ଭୟ କରନ୍ତି ନାହିଁ ।

ଯେଉଁ ବ୍ୟକ୍ତିର ହାତର ଦୁଇଟି ରେଖା ମିଶାଇବା ଦ୍ଵାରା ହାତର ରେଖା ସିଧା ହୋଇଥାଏ ଓ ଅଧା ଚନ୍ଦ୍ର ହୋଇ ନ ଥାଏ ଏହିଭଳି ବ୍ୟକ୍ତି ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହିଭଳି ବ୍ୟକ୍ତି ବହୁତ କମ ଦେଖା ଯାଆନ୍ତି । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ସବୁ କାମ ସହଜରେ ଓ ସରଲ ଭାବରେ କରିବାକୁ ଭଲ ଲାଗେ ।

ଯେଉଁ ଲୋକମାନଙ୍କର ହାତର ଏହି ଦୁଇଟି ରେଖା ମିଶି ନ ଥାଏ ସେମାନେ ସବୁବେଳେ ଗୁରୁଜନମାନଙ୍କ ସହ ମିଶି ରହିବାକୁ ପସନ୍ଦ କରନ୍ତି । ପରିବାର ଏମାନଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । ଏମାନଙ୍କୁ ଫରକ ପଡେ ନାହିଁ କି ଲୋକମାନେ ଏମାନଙ୍କ ବିଷୟରେ କଣ କହୁଛନ୍ତି ।

Leave a Reply

Your email address will not be published. Required fields are marked *