ହାର୍ଟ ଆଟାକ ଆସିବାର ଗୋଟେ ମାସ ପୂର୍ବରୁ ମିଳୁଥିବା ଏହି ସଂକେତ କୁ ଜାଣନ୍ତୁ ଏବଂ ହାର୍ଟ ଆଟାକ ରୁ ବଞ୍ଚନ୍ତୁ

ଏ ଦୁନିଆ ରେ ବହୁତ ଏମିତି ଲୋକ ଅଛନ୍ତି, ଯିଏ ହଠାତ୍ ହୃଦଘାତ ଆସିବା କାରଣ ରୁ ମୃତ୍ୟୁ ର ଶିକାର ହେଉଛନ୍ତି । ଏମିତିକି ଯଦି ବଲିଉଡ ର ନାୟକ ନାୟିକା ଙ୍କ କଥା କହିବା ତ ଭୁଲ୍ ହେବ ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜାଣିବା ତଥ୍ୟ ଦେବା କୁ ଚାହୁଁଛୁ, ଯାହା ଦ୍ୱାରା ଆପଣ  ହଠାତ୍ ହୃଦଘାତ ଆସିବା ରୁ ରକ୍ଷା ପାଇପାରିବ ।

ଏମିତିକି ହୃଦଘାତ ଆସିବା ୧ ମାସ ଆଗରୁ ଶରୀର ଆମକୁ ଏହାର ସଂକେତ ଦେଇଥାଏ, ଯାହା ଆମେ ବୁଝି ପାରିନଥାଉ । ଆଜି ଆମେ ଆପଣଙ୍କୁ ସେଇ ଲକ୍ଷଣ ବିଷୟରେ ଜଣେଇବାକୁ ଯାଉଛୁ ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ହୃଦଘାତରେ କଥା ଶୁଣି ବହୁତ ଲୋକ ଡରିଯା’ନ୍ତି ଓ ଏଥିରେ ବି ସନ୍ଦେହ ନାହିଁ ଯେ ଏହା କେଉଁଠି କେତେବେଳେ ବି ଆସିଯାଇଥାଏ । ଯାହା ପାଇଁ ଦୁନିଆ ରେ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି । ଏମିତିକି ସମୟ ଥିଲା ଯେତେବେଳେ କି ଏ ରୋଗ କେବଳ ବୟସ୍କ ବ୍ୟକ୍ତି କୁ ହେଉଥିଲା କିନ୍ତୁ ଏବେ ବହୁତ ଯୁବକ ମାନେ ଏହାର ଶିକାର ହେଉଛନ୍ତି । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହାର ସଂକେତ ବିଷୟରେ ଜଣେଇବାକୁ ଚାହୁଁଛୁ, ଯାହାଦ୍ୱାରା କି ଆପଣ ଭବିଷ୍ୟତ ରେ ଆସିବା ବିପଦରୁ ରକ୍ଷା ପାଇପାରିବେ । ଏହାର ସଂକେତ ହେଲା –

୧.ଶରୀରର ଅନ୍ୟ ଅଂଶ ବିନ୍ଧା ହେବା –

ଆପଣ ଜାଣିରଖନ୍ତୁ ଯେ ହୃଦଘାତରେ ଆସିବା ଆଗରୁ ଛାତି ସହ ଶରୀରର ଅନ୍ୟ ଅଂଶ ବି ବିନ୍ଧା ହୋଇଥାଏ । ଏଥିପାଇଁ ଯଦି ଆପଣଙ୍କର କେବେ ଛାତି କି ତା ଆଖ ପାଖ କୌଣସି ବି ଅଙ୍ଗ ବିନ୍ଧା ହୁଏ ତ ଅତି ଶୀଘ୍ର ଡାକ୍ତର ପରାମର୍ଶ କରନ୍ତୁ ।

୨.ନିଶ୍ବାସ ନେବା ପାଇଁ କଷ୍ଟ ହେବା –

ଜାଣି ରଖନ୍ତୁ ସବୁବେଳେ ନିଜକୁ ଥକା ଅନୁଭବ ହେବା ବା ନିଶ୍ବାସ ନେବା ପାଇଁ କଷ୍ଟ ହେବା ହୃଦଘାତର ହିଁ ଲକ୍ଷଣ । ହେଲେ ଏମିତି ଲକ୍ଷଣ ସବୁ ଅଧିକ ମହିଳା ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ ।

୩. ପାଚନତନ୍ତ୍ର ରେ ଅସନ୍ତୁଳନ ଦେଖାଦେବା –

ଯଦି ଆପଣ ପାଚନତନ୍ତ୍ର ରେ କିଛି ଅସନ୍ତୁଲନ ଦେଖୁଛନ୍ତି ତ ତାକୁ ଅଣଦେଖା କରନ୍ତୁ ନାହିଁ କାରଣ ଏହା ହୃଦଘାତର ଲକ୍ଷଣ ମଧ୍ୟ ହୋଇପାରେ । ଏଥିରେ ଛୋଟ ଦାୟିତ୍ବହୀନତା ବି ଆପଣଙ୍କ ପାଇଁ ବିପଦ ହୋଇପାରେ ।

୪. ଭୟଭୀତ ହେବା –

ଯଦି ଆପଣଙ୍କୁ କିଛି ଦିନ ହେଲା ଲଗାତର ଚାପ, ଚିନ୍ତା ଓ ଭୟ ଅନୁଭବ ହଉଥାଏ, ତ ଏ ବି ହୃଦଘାତର ଗୋଟିଏ ଲକ୍ଷଣ ହୋଇପାରେ ।

୫. ଅଧିକ ଝାଳ ବୋହିବା –

ଯଦି କାମ କି କସରତ କଲା ବେଳେ ଯଦି ଝାଳ ବୁହେ ତ ସାଧାରଣ କଥା । କିନ୍ତୁ ଯଦି ଆପଣଙ୍କୁ ବିନା କିଛି ପରିଶ୍ରମ ରେ ଥଣ୍ଡା ପାଗ ରେ ଝାଳ ବୋହିବା ଆରମ୍ଭ ହୁଏ ତ ଏହା ହୃଦଘାତର ଏକ ଲକ୍ଷଣ ଅଟେ ।

୬.ପାଦ କିମ୍ବା ଶରୀରର ଅନ୍ୟ ଅଂଶ ଫୁଲିବା-

ଯଦି ଶରୀରର ଅନ୍ୟ ଅଂଶ କୁ ରକ୍ତ ପଠାଇବା ପାଇଁ କଷ୍ଟ ହେଇଥାଏ ତ ବାକି ରକ୍ତ ବାହିକା ଫୁଲିଯାଏ ଓ ସେଥିରେ ସୃଜନ ଆସିଥାଏ । ଏମିତିକି ଶରୀରର ସୃଜନ ହେବା ହୃଦଘାତର ଗୋଟିଏ ଲକ୍ଷଣ ହୋଇଥାଏ ।

Leave a Reply

Your email address will not be published. Required fields are marked *