କାରୋନା ଆଣିଲା ହ୍ୟୁମାନ ସାଗରଙ୍କ ଜୀବନରେ ବହୁତ ବଡ ଦୁଃଖର ଖବର

କାରୋନାର ଦ୍ଵିତୀୟ ଲହରୀ ତାର ତାଣ୍ଡବ ଏବେ ଦେଶରେ ରଚିବାର ଲାଗିଛି । ଆକ୍ରାତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । “କାରୋନା” ଏହି ନାମ ଶୁଣିଲେ ଯେମିତି ଶରୀରରେ ମୃତ୍ୟୁର ଆତଙ୍କ ଖେଳି ଯାଉଛି । ବିଗତ ଏକ ବର୍ଷ ହେଲା ଏହି ମହାମାରୀ ସାରା ବିଶ୍ବରେ ନିଜର ଆତଙ୍କିତର ରାଜ୍ୟ ଚଲାଉଛି ।

ସାରା ବିଶ୍ଵ ଏବେ ଏହି ମହାମାରୀ ପାଇଁ ଆତଙ୍କିତ ଓ ଭୟବିତ । ଦିନକୁ ଦିନ ଏହି ମହାମାରୀ ନିଜର କରାଲ ରୂପ ଦେଖାଇଚାଲିଛି । ଦେଶରେ ଜନତା ଏହି ରୋଗରେ ଅଧିକରୁ ଅଧିକ ଶିକାର ହେଉଥିବା ବେଳେ ଏହି ମହାମାରୀ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହି କିଛିଦିନ ହେଲା ଅନେକ ପରିବାର ନଷ୍ଟ ହେଇ ଯାଇଛି ଏହି ମହାମାରୀ କାରଣରୁ ।

ସେ କୌଣସି ବର୍ଗର ଲୋକ ହୁଅନ୍ତୁ ବା କୌଣସି ଶ୍ରେଣୀର କେହି ଏହି ମାହାମାରୀ କବଳରୁ ବାଦ ପଡି ନାହାନ୍ତି । ତେବେ ଏବେ କାରୋନା ଆସି ପହଞ୍ଚିଛି ଓଡିଶାର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କା ଘରେ । କିଛିଦିନ ପୂର୍ବେ ହ୍ୟୁମାନ ସାଗରଙ୍କା ପିତା କାରୋନାରେ ପୀଡିତ ହୋଇ ବୁର୍ଲାର ଭୀମସାଗର ହସ୍ପିଟାଲରେ ଭର୍ତି ହୋଇଥିଲେ । ଏହି ଖବର ସୂନୀ କଟକରୁ ସଙ୍ଗେ ସଙ୍ଗେ ଘରକୁ ଯାଇଥିଲେ ହ୍ୟୁମାନ ସାଗର । ତେବେ ଏହା ତାଙ୍କ ପାଇଁ ସବୁଠାରୁ ବଡ ଦୁଖର ସମାଚାର ଥିଲା ।


ହ୍ୟୁମାନ ସାଗରଙ୍କା ବାପା ପେଷାରେ ଜଣେ ଶିକ୍ଷକ ଥିଲେ । ଆପଣ ଯାନୀ ଆଶ୍ଚର୍ଯ୍ୟ ହେବେ ଯେ ହ୍ୟୁମାନ ସାଗର ଙ୍କ ବାପା ତାଙ୍କର ପ୍ରଥମ ସଂଗୀତା ଗୁରୁ ଥିଲେ । ହ୍ୟୁମାନ ସାଗରଙ୍କ ମତରେ ସେ ବାଲ୍ୟ କାଳରେ ବହୁତ ଭଲ ପାଠ ପଢୁଥିଲେ ଓ ତାଙ୍କର ସଂଗୀତା ପାଇଁ ଜାମାରୁ ରୁଚି ନଥିଲା । କିନ୍ତୁ ତାଙ୍କ ପିତାମାତାଙ୍କ ଚେଷ୍ଟାରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ଓ ସମୟାନୁକ୍ରମେ ସେ ସ୍କୁଲ ଓ କଲେଜରେ ସଂଗୀତା ଗାଈ ସଂଗୀତା ଦୁନିଆରେ ନିଜର ପ୍ରଥମ ଚରଣ ଉଠାଇଥିଲେ ।

ପିତାମାତାଙ୍କ ପ୍ରେରଣା ପାଇଁ ସେ ଆଜି ସଂଗୀତା ଦୁନିଆରେ ପ୍ରସିଦ୍ଧ ହୋଇ ପାରିଛନ୍ତି ବୋଲି ହ୍ୟୁମାନ ସାଗର ମତ ଦେଇଛନ୍ତି । ତେବେ ଏବେ ତାଙ୍କ ଜୀବନରେ ଦୁଖର ଲହରୀ ଖେଳି ଯାଇଛି, କାରୋନା ଯୁଦ୍ଧରେ ହାରି ଯାଇ ତାଙ୍କ ବାପା ସେସ ନିଶ୍ଵାସ ତ୍ୟାଗ କରିଛନ୍ତି । ତେବେ ତାଙ୍କ ପିତା ଓ ଟା ସହିତ ତାଙ୍କର ପ୍ରଥମ ଗୁରୁଙ୍କୁ ହରେଈ ସେ ଦୁଖରେ ଭାଙ୍ଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *