ICU ରେ ଭର୍ତ୍ତି ହେଲେ Ollywood ମ୍ୟୁଜିକ ଡିରେକ୍ଟର Goodly Ratha, ଅବସ୍ଥା ଗୁରୁତ୍ଵର

ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରିରୁ ବହୁତ ବଡ ଖବର ସାମ୍ନାକୁ ଆସୁଛି । କୁହାଯାଉଛି କି ଓଲିଉଡ ଦୁନିଆର ଫିଲ୍ମ ଓ ଆଲବମ ଗୀତ ଗୁଡିକରେ ସଙ୍ଗୀତ ନିର୍ଦେଶନା ଦେଉଥିବା ଓ ଗୀତ ଗାଉଥିବା ଗୁଡୁଲି ରଥଙ୍କୁ ଅଚାନକ ହାର୍ଟ ଆଟାକ ଆସିଛି । ଗୁଡୁଲି ରଥ ଆମ ଓଡିଶାର ଜଣେ ଖ୍ୟାତିନାମା ସଙ୍ଗୀତ ନିର୍ଦେଶକ ଅଟନ୍ତି । ସେ ଓଡିଶାର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶନାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ସେ ଓଡିଆ ଫିଲ୍ମ ଗୁଡିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ କେତେକ ଓଡିଆ ସିରିଏଲରେ ବି ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ସେ ବର୍ତ୍ତମାନ ସମୟରେ ବି କେତେକ ସିରିଏଲ ଓ ଓଡିଆ ଫିଲ୍ମରେ ସଙ୍ଗୀତ ନିର୍ଦେଶନା ଦେଉଛନ୍ତି ।

କିନ୍ତୁ ବର୍ତ୍ତମାନ ଅଚାନକ ଶୁଣିବାକୁ ମିଳୁଛି କି ସେ ଆଇସିଇଉରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ ଭୁବନେଶ୍ଵରରେ ଥିବା ହାଇ ଟେକ ହସ୍ପିଟାଲରେ ୨୧ ତାରିଖ ଦିନ ତାଙ୍କୁ ଆଇସିଇଉରେ ଭର୍ତ୍ତି କରାଯାଇଛି । କହିବାକୁ ଗଲେ ଅଚାନକ ତାଙ୍କୁ ହୃଦ ଘାତ ଭଳି କିଛି ଲକ୍ଷଣ ନଜର ଆସିବା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁଡୁଲି ରଥ ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶନା ସହିତ ଜଣେ ଭଲ ଗାୟକ ଅଟନ୍ତି ।

କେବଳ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ନୁହେଁ କେତେକ ଶୋରେ ବି ସେ ଜଜ ରୂପରେ ନଜର ଆସିଛନ୍ତି । ସେ ନିଜର ସଙ୍ଗୀତ ନିର୍ଦେଶନା ଦ୍ଵାରା ଲୋକମାନଙ୍କ ମନ ଜିତି ପାରିଛନ୍ତି । ଜୀ ସାର୍ଥକର ସବୁ ଠାରୁ ଲୋକ ପ୍ରିୟ ଚଳଚିତ୍ର ଦୁର୍ଗଦିନାସିନୀ ୨ ରେ ବି ଗୁଡୁଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଯାହାକି ସମସ୍ତଙ୍କୁ ବହୁତ ପସନ୍ଦ ବି ଆସିଥିଲା । ଗୁଡୁଲି ରଥ ଅଚାନକ ଅସୁସ୍ଥ ହେବାର ମୁଖ୍ୟ କାରଣ କଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

ଏହା ସହିତ ସେ ଅନ୍ୟ କେଉଁ ରୋଗ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତାହା ବିଷୟରେ ବି ଜଣା ନାହିଁ । କିନ୍ତୁ ସୂଚନା ମିଳୁଛି କି ଗୁଡୁଲି ରଥ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଛନ୍ତି । କହିବାକୁ ଗଲେ ତାଙ୍କର ହୃଦଘାତ ଜନିତ ସମସ୍ୟା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମିତିରେ ଆମେ ଆଶା କରୁଛୁ କି ସେ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ଓ ଆମକୁ ନୂଆ ନୂଆ ଗୀତ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *