ଯଦି ଆପଣ ବି ଚାହୁଁଛନ୍ତି ଖ୍ୟାତି ଏବଂ ସମ୍ମାନ ତାହେଲେ ରବିବାର ଦିନ ନିଶ୍ଚିନ୍ତ କରନ୍ତୁ ଏହି ଉପାୟ

ପରିବାର ଏବଂ ସମାଜରେ ମାନ ସମ୍ମାନ ପାଇବାକୁ ସବୁ ବ୍ୟକ୍ତି ଚାହାନ୍ତି । କିନ୍ତୁ କେବେ କେବେ ଏମିତି ବି ହୋଇଥାଏ ଯାହା କିଛି କାରଣ ପାଇଁ ବ୍ୟକ୍ତିକୁ ମାନ ସଂମ୍ମାନ ମିଳିନଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ଆପଣ ଜୀବନରେ ଆପଣାଇ ଆପଣ ବି ସବୁ ଜାଗାରେ ସଂମ୍ମାନ ପାଇବା ପାଇଁ ହକଦାର ହେଇପାରିବେ । କୁଣ୍ଡଳୀରେ ଏହି ଦୋଷ କାରଣରୁ ବ୍ୟକ୍ତି ମାନ ସଂମ୍ମାନ ପାଇବାରୁ ବଞ୍ଚିତ ହୋଇଥାଏ ।

ଆସନ୍ତୁ ଜାଣିବା ଏହି ବିଷୟରେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ କମଜୋର ହୋଇଥାନ୍ତି ତେବେ ବ୍ୟକ୍ତିଙ୍କୁ ସବୁ ଜାଗାରେ ନିନ୍ଦା ସହିବାକୁ ପଡିଥାଏ । ଏହା ଛଡା ଯଦି କୁଣ୍ଡଳୀରେ ସୂର୍ଯ୍ୟ କମଜୋର ହୋଇଥାନ୍ତି ବ୍ୟକ୍ତିକୁ ଠିକ କାମ କରିବା ପରେ ବି ନିନ୍ଦା ସହିବାକୁ ପଡିଥାଏ । ଯଦି ସମାଜରେ ବ୍ୟକ୍ତିଙ୍କୁ ମାନ ସଂମ୍ମାନ ମିଳି ନଥାଏ ସେ ସବୁ କ୍ଷେତ୍ରରେ ତାଙ୍କୁ ବହୁତ ନିରାଶ ଲାଗିଥାଏ ଏବଂ ବ୍ୟକ୍ତି ଡିପ୍ରେସନର ଶିକାର ହୋଇଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଙ୍କ ଅନୁସାରେ ଏହି ଦୋଷରୁ ମୁକ୍ତି ପାଇବା ପାଇଁ ସବୁ ବ୍ୟକ୍ତିଙ୍କୁ ସୂର୍ଯ୍ୟ ଙ୍କ ଉପାସନା ନିହାତି କରିବା ଦରକାର କାରଣ କୁଣ୍ଡଳୀରେ ଏହି ଦୋଷକୁ ସୂର୍ଯ୍ୟ ଦୋଷ ବୋଲି କୁହାଯାଇଥାଏ । ଯଦି ବ୍ୟକ୍ତି ସୁର୍ଜ୍ୟଦୟ ପୂର୍ବରୁ ନିଦରୁ ଉଠିବା ଆରମ୍ଭ କରିଦିଏ ତା ଜୀବନରେ ସବୁ କ୍ଷେତ୍ରରେ କେବଳ ସଫଳତା ହିଁ ପାଇପାରିବ ।

ଏମିତି ଦୂର କରିବେ ରବି ଦୋଷକୁ

ଏହି ଗୋଟେ ଉପାୟ ନିୟମିତ କଲେ ମାନ ସଂମ୍ମାନ ମିଳିବା ସହିତ ସମାଜରେ ପଦ ପ୍ରତୀଷ୍ଟା ରେ ବି ସାହାଜ୍ଯ କରିବ । ଆଜିକାଲି ଲୋକମାନଙ୍କର ଜୀବନ ବ୍ୟସ୍ତ ହେଇଯାଇ ଥିବାରୁ ସେମାନେ ସୁର୍ଜ୍ୟଦୟ ପୂର୍ବରୁ ଉଠି ପାରନ୍ତି ନାହିଁ କିନ୍ତୁ ଆପଣ ଆପଣଙ୍କ ପାଖରେ ଯେତେବୀ ସଫଳ ଲୋକ ଅଛନ୍ତି ସେମାନେ ସମସ୍ତେ ସୁର୍ଜ୍ୟଦୟ ପୂର୍ବରୁ ଉଠିଥାନ୍ତି ।

ଯଦି ଆପଣ ସୁର୍ଜ୍ୟଦୟ ପୂର୍ବରୁ ଉଠି ସୂର୍ଯ୍ୟ ନମସ୍କାର କରିବେ ତାହେଲେ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଙ୍କ ସ୍ତାନ ମଝବୁତ ହୋଇଥାଏ । ଏହା ସହିତ ଯଦି କୌଣସି ବ୍ୟକ୍ତି ସୁର୍ଜ୍ୟଦୟ ପୂର୍ବରୁ ଉଠି ସେ ସମୟରେ ‘ଓମ ଭାସ୍କରାୟ ନମଃ’କୁ ପ୍ରତିଦିନ ୧୦୮ ଥର ଜପ କରିବା ଦ୍ଵାରା ବ୍ୟକ୍ତିଙ୍କୁ ସବୁ କ୍ଷେତ୍ରରେ ମାନ ସଂମ୍ମାନ ମିଳିଥାଏ ।

Leave a Reply

Your email address will not be published. Required fields are marked *