ଯଦି ଆପଣଙ୍କ ଆଖି ମଧ୍ୟ କେବେ ଅଚାନକ ଫଡକେ- ତେବେ ଜାଣି ନିଅନ୍ତୁ ଏହା ହେଉଛି ତାର କାରଣ

ଆମ ଜୀବନନେ ଏମତି କିଛି ଘଟଣା ହୋଇଥାଏ ଯାହା କେବଳ ସଙ୍କେତ ରେ ହୋଇଥାଏ, ବହୁତ କିଛି କଥା ସେହି ସଙ୍କେତରେ ଲୁଚି ରହିଥାଏ, କେବଳ ଡେରି ହେଇଥାଏ ଏହି ସଙ୍କେତକୁ ବୁଝିବାରେ । ଆମ ଜୀବନରେ ଏମିତି ଅନେକ ସଙ୍କେତ ଆସେ ଯାଏ କିନ୍ତୁ ଏହି ସଙ୍କେତକୁ ଯିଏ ସଙ୍ଗେ ସଙ୍ଗେ ବୁଝିଯାଏ ସିଏ ସଫଳତା ହାସିଲ କରିଥାଏ । ଆମ ହିନ୍ଦୁ ଧର୍ମରେ ଏମିତି ଅନେକ ଶୁଭ-ଅଶୁଭ ସଙ୍କେତ ଅଛି, ଏହି ସଙ୍କେତକୁ କେବେଠୁ ମାନ୍ୟତା ଦିଆ ଯାଉଛି ।

ଏହି ମାନ୍ୟତାକୁ ଆଧାର କରି ଆମେ ଅନେକ କଥାକୁ ମାନିନେଇଥାଉ ଯାହା ପଛରେ ସତ ମଧ୍ୟ ହୋଇଥାଏ । ମଣିଷଙ୍କ ଜୀବନରେ ଏମିତି ଅନେକ ଘଟଣା ଘଟିଥାଏ ଯାହା ଜୀବନରେ ହୋଇଥିବା ଅଶୁଭ ଓ ଶୁଭ ସଙ୍କେତ ଦେଇଥାଏ ।

ଆଜି ଆମେ ଆଖି ଅଚାନକ ଫଡକିବାର ସଙ୍କେତ ବିଷୟରେ କହିବୁ, ଯାହା ଶାସ୍ତ୍ର ଅନୁସାରେ ଶୁଭ ଓ ଅଶୁଭ ଦୁଇଟି ସଙ୍କେତ ଦେଇଥାଏ । ଆଜି ଆମେ ଆପଣଙ୍କୁ ଆଖି ଫଡକିବାର ସଙ୍କେତ ବିଷୟରେ କହିବୁ । ଆଖି ମଣିଷର ଗୋଟେ ପ୍ରକାରର ଆଇନା ଅଟେ ଯାହା ତା ବିଷୟରେ ସବୁ କିଛି କହିବ । କୌଣସି ବ୍ଯକ୍ତିର ଆଖି ତାର ସ୍ୱାସ୍ଥ୍ୟ ବିଷୟରେ କହେ ।

ଠିକ ଏମିତି କିଛି ସଙ୍କେତ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହା ଆପଣ ଜାଣିଯିବେ ଆଖିର ଫଡକିବା ଶୁଭ ସଙ୍କେତ କିମ୍ବା ଅଶୁଭ ସଙ୍କେତ ଅଟେ । ଶାସ୍ତ୍ର ଅନୁସାରେ ମହିଳାଙ୍କ ବାମ ଆଖି ଫଡକେ ତେବେ ଏହା ତାଙ୍କ ବହୁତ ଭଲ ସଙ୍କେତ ଅଟେ । ଆଉ ଯଦି ମହିଳାଙ୍କ ଆଖି ଜୋରରେ ଫଡକେ ତେବେ ଏହା ତାଙ୍କ ପାଇଁ ବହୁତ ଭଲ ଖବର ତାଙ୍କ ବାହାଘର ବହୁତ ଶୀଘ୍ର ହେବ ।

ଆଉ ଯଦି ମହିଳାଙ୍କ ଡାହାଣ ଆଖି ଫଡକେ ତେବେ ଏହା ତାଙ୍କ ଏକ ଅଶୁଭ ସଙ୍କେତ ଅଟେ । ଶାସ୍ତ୍ର ଅନୁସାରେ ଯଦି ପୁରୁଷଙ୍କ ବାମ ଆଖି ଫଡକେ ତେବେ ତାଙ୍କ ପାଇଁ ଏକ ସମୟ ଆସିବ ଯେଉଁଥିରେ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିବ, ଏଥିପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ ପଡିବ । ଯଦି ପୁରୁଷଙ୍କ ଡାହାଣ ଆଖି ଫଡକେ ତେବେ ତାଙ୍କ ପାଖକୁ ଏକ ଶୁଭ ସମାଚାର ଆସିବାର ସମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *