ଜାଣନ୍ତୁ କାହିଁକି କରାଯାଏ ଖଣ୍ଡିତ ଶିବଲିଙ୍ଗର ପୂଜା- ଏହା ପଛର କାରଣ

ହିନ୍ଦୁ ଧର୍ମ ଅନୁଯାଇ ପୁରା ରୀତିନୀତି ଅନୁଯାଇ ମୂର୍ତ୍ତି ବା ପ୍ରତିମା ପୂଜା କରା ଯାଇ ଥାଏ, କିନ୍ତୁ ମୂର୍ତ୍ତି ପୂଜା କରିବାର ବି କେତେକ ନିୟମ ଅଛି । ଏହି ନିୟମ ପ୍ରତେକ ବ୍ୟକ୍ତି ଉପରେ ଅଛି ଏବଂ ସମସ୍ତଙ୍କୁ ଏହା ମାନିବାକୁ ପଡେ । କୌଣସି ଲୋକ ଅଶୁଦ୍ଧ ହାତରେ ମୂର୍ତ୍ତି କୁ ଛୁଇଁ ପାରିବେ ନାହିଁ, କେବେ ବି ଅଗାଧୁଆ ମୂର୍ତ୍ତି ପୂଜା ହୋଇ ପାରିବ ନାହିଁ, ଏହା ଛଡା ଦେବୀ ଦେବତାଙ୍କୁ ଚଢା ଯାଉ ଥିବା ଭୋଗ ମଧ୍ୟ ଶୁଦ୍ଧ ହବା ଅତି ଆବଶ୍ୟକ ଅଟେ ।

ଶାସ୍ତ୍ର ଅନୁଯାଇ ଯେଉଁ ମୂର୍ତ୍ତି ବା ପ୍ରତିମା ଖଣ୍ଡିତ ହୋଇ ଥାଏ ତାକୁ ତୁରନ୍ତ ମନ୍ଦିର ବାହାରୁକୁ ପଠା ଯାଏ ।

ଏମିତି ଏଥିପାଇଁ କରା ଯାଏ କାହିଁକିନା ଖଣ୍ଡିତ ମୂର୍ତ୍ତି ଘରେ ବା ମନ୍ଦିର ରେ ରଖିଲେ ଶୁଭ ମାନନ୍ତି ନାହିଁ । ଆପଣଙ୍କୁ ଆଜି ଆମେ କହିବାକୁ ଚାହୁଁଛୁ ଯେ ଖଣ୍ଡିତ ମୂର୍ତ୍ତି ବା ପ୍ରତିମା ପୂଜା କରିବା ଉଚିତ ନୁହଁ, ଏବଂ ଏହି କଥା କେବଳ ଶାସ୍ତ୍ର ରେ ନୁହଁ ଅଲଗା ସବୁ ଜାଗାରେ ମଧ୍ୟ ପଢିବାକୁ ମିଳିଛି ଏବଂ ଶୁଣିବାକୁ ମଧ୍ୟ ପାଇଛୁ ।

କିନ୍ତୁ ଭଗବାନ ଶିବଙ୍କ କଥା କହିବାକୁ ଗଲେ ଆପଣ ଦୁନିଆ କୌଣସି ଶିବଲିଙ୍ଗ ପୂଜା କରି ପାରିବେ । ଶିବଲିଙ୍ଗ ଖଣ୍ଡିତ ହେଲେ ମଧ୍ୟ ପୂଜା କରା ଯାଏ, ଏହି କାରଣ ପାଇଁ ଯେଉଁ ଜାଗାରେ ଥିଲେ ମଧ୍ୟ ଶିବଲିଙ୍ଗ ପୂଜା ହୋଇ ଥାଏ । ଯଦି ଆପଣ ନିଜ ଘରେ ଶିବଲିଙ୍ଗ ରଖିବା ପାଇଁ ଚାହୁଁ ନାହାନ୍ତି ତେବେ ଏହାକୁ ଘର ବାହାରେ ନରଖି ଜଳରେ ପ୍ରବାହିତ କରିବା ଉଚିତ ଅଟେ ।

ଏହା ଛଡା ଯଦି ଆପଣ ଚାହାନ୍ତି ତେବେ ଆପଣ ଖଣ୍ଡିତ ଶିବଲିଙ୍ଗ ନିଜ ଘରେ ରଖି ତାହାକୁ ପୂଜା କରି ପାରିବେ । କିନ୍ତୁ ଗୋଟେ କଥା ମନେ ରଖନ୍ତୁ ଯଦି ଥରେ ଶିବଲିଙ୍ଗ ଖଣ୍ଡିତ ହୋଇ ଗଲା ତେବେ ଏହାକୁ ଆଉଥରେ ପୂର୍ଣ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଯଦି ଆପଣଙ୍କୁ କେଉଁଠି ଶିବଲିଙ୍ଗ ଦେଖା ଯାଏ ତେବେ ଭଗବାନଙ୍କୁ ପ୍ରଣାମ କରିବା ଉଚିତ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *