ଯଦି କେଉଁଠି ବି ମିଳି ଯାଏ ତେବେ ତୁରନ୍ତ ନେଇ ଆସନ୍ତୁ ଘରକୁ , ଭାଗ୍ୟ ବଦଳି ଯିବ, ଟଙ୍କାକୁ ଚୁମ୍ବକ ଭଳି ଟାଣିଥାଏ

ହିନ୍ଦୁ ଧର୍ମ ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କର ସବୁଠୁ ଅଧିକ ମହତ୍ଵ ଅଛି । କାରଣ ସେ ଆପଣଙ୍କୁ ଧନ ପ୍ରଦାନ କରନ୍ତି ଓ ଜୀବନରେ ଖୁସି ବି ଦିଅନ୍ତି । ମାତା ଲକ୍ଷ୍ମୀ ସୁଖ, କାମ ଓ ବୈଭବ ଇତ୍ୟାଦି ପ୍ରଦାନ କରନ୍ତି । ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ସବୁବେଳେ ପ୍ରସନ୍ନ ରଖିବେ ତେବେ ସେ ସବୁବେଳେ ଆପଣଙ୍କ ଉପରେ ନିଜର କୃପା ବର୍ଷା କରିବେ । କିନ୍ତୁ ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ଅପମାନ କରିବେ ତେବେ ସେ ଆପଣଙ୍କ ଉପରେ ରୁଷ୍ଟ ହୋଇ ଯିବେ ।

ଏମିତିରେ ଆପଣଙ୍କ ନିକଟରେ ସବୁବେଳେ ଧନର ଅଭାବ ଦେଖାଯିବ । ଭଗବାନ ଶ୍ରୀ ହରି ଅତି ବୈଭବଶାଳି ଅଟନ୍ତି । ଲକ୍ଷ୍ମୀଙ୍କ ବିଭିନ୍ନ ସ୍ୱରୂପ ମଧ୍ୟରେ ମହାଲକ୍ଷ୍ମୀଙ୍କ ପଦ୍ମସ୍ବରୂପ ସବୁଠୁ ଅଧିକ ମହତ୍ଵପୂର୍ଣ ଅଟେ । କମଳଗଟ୍ଠା ଅର୍ଥାତ ପଦ୍ମ ଫୁଲର ମଞ୍ଜି ବିଷୟରେ ଆପଣମାନେ ଅଳ୍ପ ବହୁତ ଶୁଣିଥିବେ କିମ୍ବା ଜାଣିଥିବେ ।

ଆପଣ ଯଦି ଦୋକାନରେ ଏହି ପଦ୍ମ ଫୁଲର ମଞ୍ଜିର ମାଲା ଉପରେ ମହାଲକ୍ଷ୍ମୀଙ୍କ ଫଟୋ ସ୍ଥାପନା କରିବେ ତେବେ ଆପଣଙ୍କ ଦୋକାନ ଭଲ ଚାଲିବ । ବ୍ୟାପାର ଦୁଇ ଗୁଣା ବଢିଯିବ । ଏହି ପଦ୍ମ ଫୁଲ ମଞ୍ଜିର ମାଲା କିଛି ଦୋକାନରେ ଅତି ସହଜରେ ମିଳିଯିବ । ଯଦି ପଦ୍ମ ଫୁଲର ମଞ୍ଜିର ମାଲାକୁ ମହାଲକ୍ଷ୍ମୀଙ୍କ ଫଟୋରେ ଦେଇ ମାତାଙ୍କର ପୂଜା କରିବେ ତେବେ ଘରେ ସୁଖ ଶାନ୍ତି ବଢିଥାଏ । ଘରେ ବି ଆପଣ ଏହିଭଳି କରି ପାରିବେ । ପଦ୍ମ ଫୁଲର ମଞ୍ଜି ମାଲାକୁ ଆପଣ ନିଜ ବେକରେ ମଧ୍ୟ ପିନ୍ଧି ପାରିବେ ।

କିନ୍ତୁ ଏହା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ମନ୍ତ୍ରର ଜପ କରନ୍ତୁ । ଆପଣ ସବୁଦିନ ସ୍ନାନ କରିବା ପରେ ପଦ୍ମ ଫୁଲର ମଞ୍ଜି ମାଳା ପିନ୍ଧନ୍ତୁ ଓ ରାତିରେ ଶୋଇବା ପୂର୍ବରୁ କିନ୍ତୁ ଏହାକୁ ଖୋଲି ଦିଅନ୍ତୁ । ପୁଣି ତା ପର ଦିନ ସ୍ନାନ କରିବା ପରେ ଏହି ମାଲାକୁ ପିନ୍ଧନ୍ତୁ । ଏହି ମାଲାକୁ ଧରି ଆପଣ ମାତା ଲକ୍ଷ୍ମୀଙ୍କ ମନ୍ତ୍ରର ଜପ କରି ପାରିବେ । ପଦ୍ମ ଫୁଲର ମଞ୍ଜିରୁ ହିଁ ମଖନ ତିଆରି ହୋଇଥାଏ ଓ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରିବା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ।

ଏହି ପଦ୍ମ ଫୁଲର ମଞ୍ଜି ଦ୍ଵାରା ତାନ୍ତ୍ରିକମାନେ ଯଜ୍ଞ ଓ ପୂଜା ବି କରନ୍ତି । ଯାହା ଦ୍ଵାରା ନିର୍ଧନ ବି ଧନୀ ହୋଇଯାଏ । ଯଦି ଆପଣ ନିଜ ଘରେ ପଦ୍ମ ଫୁଲର ୭ – ୮ ଟି ମଞ୍ଜିକୁ ମାତା ଲକ୍ଷ୍ମୀଙ୍କ ନିକଟରେ ଅର୍ପିତ କରି ମଞ୍ଜିକୁ ନାଲି କପଡାରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖଛନ୍ତି ତେଏବେ ଆପଣଙ୍କ ଘରେ ଧନଧାନ୍ୟରେ ବୁଦ୍ଧି ହୋଇଯିବ । ଟଙ୍କାର ଅଭାବ ଆଉ କେବେ ବି ଆସିବ ନାହିଁ । ଘରର ଉନ୍ନତି ବି ହେବ । ଆପଣ ଏହାର ମଞ୍ଜି ଦ୍ଵାରା ବି ଘରେ ଗଛ ବି ଲଗାଇ ପାରିବେ ।

Leave a Reply

Your email address will not be published. Required fields are marked *