ଯଦି ପ୍ରେମରେ ଧୋକା ମିଳେ ତ ତାକୁ ନିଜ ମନ ଓ ହୃଦୟରୁ ଏମିତି ବାହାର କରନ୍ତୁ- Krishna Vani

ପ୍ରେମ ଏକ ଏମିତିକା ଶବ୍ଦ ଯାହାକୁ ଶୁଣିବା ମାତ୍ରେ ମନରେ କିଛି ବହୁତ ଅଦ୍ଭୁତ ଅନୁଭବ ହୋଇଥାଏ । ତେବେ ପ୍ରେମ ର ଅର୍ଥ କେବଳ ମା ବାପା ଙ୍କ ପ୍ରେମ ନୁହଁ ସବୁ ପ୍ରକାର ପ୍ରେମ ଅଟେ କିନ୍ତୁ ଧୋକା ଖାଇବା ର ପ୍ରେମ ସ୍ଵାମୀ ସ୍ତ୍ରୀ ବା ପ୍ରେମିକା ପ୍ରେମିକ ରେ ହୋଇଥାଏ । ତେବେ କାହାକୁ ମନରୁ ଭଲ ପାଇଥିଲେ ଧୋକା ବହୁତ କଷ୍ଟ ଦେଇଥାଏ ଆଉ ସମସ୍ତେ ଏହି କଷ୍ଟକୁ ସମ୍ଭାଳି ପାରନ୍ତି ନାହିଁ । ବହୁତ ଲୋକ ନିଜ ଜୀବନ ମଧ୍ୟ ତ୍ୟାଗ କରି ଦିଅନ୍ତି କାହିଁକିନା ସେ ଏହି ଦରଜ ବର୍ଦାଷ୍ଟ କରି ପାରନ୍ତି ନାହିଁ ।

ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ ଜେ ଭଲ ପାଇବାର ଧୋକା ପାଇଲେ ଆପଣ ନିଜକୁ କେମିତି ସମ୍ଭାଳିବେ ଆଉ କେମିତି ସେହି କଷ୍ଟରୁ ବାହାରି ପାରିବେ । ପ୍ରେମ ଏକ ବହୁତ ଭାବନାତ୍ମକ ସମ୍ପର୍କ ଅଟେ, ମଣିଷ ସବୁ କଥା ସମ୍ଭାଳି ପାରେ କିନ୍ତୁ ଭାବନାତ୍ମକ୍ ସ୍ତର ରେ ଧୋକା ପାଇଲେ ମଣିଷ ନିଜକୁ ସମ୍ଭାଳିବା ବହୁତ କଷ୍ଟକର ହୋଇଥାଏ ।

ଜୀବନରେ ଆପଣ ବହୁତ ଏମିତି ଲୋକଙ୍କୁ ଦେଖିଥିବେ ଯିଏ ଧୋକା ପାଇବା ପରେ ନିଜକୁ ଗୋଟେ ଘରେ ବନ୍ଦ କରିଥାନ୍ତି ଆଉ ସେହି ବ୍ୟକ୍ତିକୁ ଭୁଲିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଯେତେ ଆପଣ କାହାକୁ ଭୁଲିବାକୁ ଚେଷ୍ଟା କରିବେ ସେ ସେତେ ମନେ ପଡ଼ିଥାଏ ଆଉ ଏହି ପରିସ୍ଥିତି ଏତେ ଖରାପ୍ ହୋଇଥାଏ ଜେ ମଣିଷ ମାନସିକ ଭାବନା ଦ୍ୱାରା ଭାଙ୍ଗି ଯାଇଥାଏ ।

ତେବେ ବହୁତ ଲୋକ ଏହା ଭାବନା ରଖନ୍ତି ଜେ ପିଇବା ପରେ ମୁଁ ତାକୁ ଭୁଲି ଦେବୀ କିନ୍ତୁ ଏମିତି କିଛି ହୋଇନଥାଏ ଆପଣ ପିଇବା ପରେ ସେହି ବ୍ୟକ୍ତିକୁ ଫୋନ କରି ନହେଲେ ସାମ୍ନାକୁ ଯାଇ ଏମିତି କିଛି କାମ କରିଥାନ୍ତି ଯାହା ଆପଣଙ୍କ ବ୍ୟକ୍ତିତ୍ଵ ନୁହଁ ଆଉ ନା ଏମିତିକା କାମ କରିବା ଦ୍ୱାରା ସେହି ବ୍ୟକ୍ତି ଆପଣଙ୍କୁ ମିଳିଥାଏ ।

ବହୁତ ଲୋକ ଯେତେବେଳେ ଭଲ ପାଇଥାନ୍ତି ତାଙ୍କୁ ଲାଗେ ତାଙ୍କୁ ପୁରା ଦୁନିଆ ମିଳି ଯାଇଛି ଆଉ ସେହି ପ୍ରେମ ତାଙ୍କ ଜୀବନରୁ ଗଲା ପରେ ସେ ଏମିତିକା ଅନୁଭବ କରନ୍ତି ଯେମିତି ତାଙ୍କ ପୁରା ଜିବନ ବର୍ବାଦ ହୋଇଯାଇଛି । ଏମିତିକା ଭାବନା ମନରେ ଆସିବା ପରେ ମଣିଷ ଅନ୍ୟ ବ୍ୟକ୍ତି ଜିବନ ଖରାପ କରିବା ବିଷୟରେ ଭାଵିଥାଏ ଆଉ ଖରାପ କାମ କରିବାରେ ନିଜ ସମୟ ନଷ୍ଟ କରିଥାଏ ।

ଆପଣଙ୍କୁ ନିଜକୁ ନିଜ ପରିବାର ସାଙ୍ଗ ଆଉ କାମରେ ବ୍ୟସ୍ତ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କ ମନରେ କିଛି ଖରାପ ଭାବନା ଆସିବ ନାହିଁ । ଏହା ଛଡ଼ା ବହୁତ ଲୋକ କିଛି ଏମିତି ଲକ୍ଷ୍ୟ କରନ୍ତି ଯାହା ବହୁତ କଷ୍ଟ ହୋଇଥାଏ ଆଉ ନିଜର ଧ୍ୟାନ ସେଇଥିରେ ଲଗେଇଥାନ୍ତିଁ ଯାହା ଦ୍ଵାରା ତାଙ୍କ ଜୀବନ ସବୁ ଦିନ ପାଇଁ ବଦଳି ଯାଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *