ଏହି 5 ଟି ଗଛର ପତ୍ରରେ ଥାଏ ରୋଗପ୍ରତିରୋଧକ ଶକ୍ତି ବଢାଇବାର ଗୁଣ, ଆଜି ହିଁ ଲଗାନ୍ତୁ ନିଜ ଘରେ

କୋରନା ଭାଇରସ ମହାମାରୀ ଆମ୍ଭମାନଙ୍କୁ ରୋଗପ୍ରତିରକ୍ଷା ଶକ୍ତିର ମହତ୍ଵ ବୁଝାଇ ଦେଇଛି । ଏହି କାରଣରୁ ବଜାରରେ ରୋଗ ପ୍ରତିରୋଧ ଶକ୍ତି ବଢାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ଆସିଲାଣି । ରୋଗ ପ୍ରତିରୋଧ କିଛି ଏମିତି ଜିନିଷ ନୁହେଁ ଦୁଇ ଚାରି ଦିନରେ ବଢିଯିବ । ସେଥିପାଇଁ ଏହି ଅଭ୍ୟାସକୁ ଲମ୍ବ ସମୟ ପର୍ଯ୍ୟନ୍ତ ଜାରିରଖିବାକୁ ହେବ । ତାହେଲେ ଯାଇ ଭାଇରସ ଓ ଅଲଗା ରୋଗରୁ ମୁକ୍ତି ମିଳିବ । ପ୍ରକୃତି ବହୁତ ଜିନିଷ ରଖିଛି, ଯାହା ରୋଗ ପ୍ରତିରକ୍ଷା ବଢେଇବାର କାମ କରିଥାଏ ।

ଏମିତି ଗଛ ଅଛି, ଯାହାଙ୍କ ପତ୍ରରେ ଆଣ୍ଟି ଭାଇରାଲ ଗୁଣ ରହିଛି ସାଥିରେ ବହୁତ ସାରା ପୋଷାକ ତତ୍ଵ ରହିଛି । ଯାହା ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ । ଆସନ୍ତୁ ଆମେ ଆପଣଙ୍କୁ ଏହି 5 ଟି ଗଛ ବିଷୟରେ କହିବୁ ।

Image Courtesy: Google

ତୁଳସୀ ଗଛ :- ତୁଳସୀ ପତ୍ରକୁ ଆୟୁର୍ବେଦରେ ବହୁତ ଉପକାରୀ ଅଟେ । ହିନ୍ଦୁ ସଭ୍ୟତାରେ ମଧ୍ୟ ଏହାର ବହୁତ ମହତ୍ଵ ରହିଛି । ତୁଳସୀ ପତ୍ରରେ ଆଣ୍ଟି ଭାଇରାଲ, ଆଣ୍ଟି ବ୍ୟାକଟିରିୟାଲ ଓ ଆଣ୍ଟି ଇନଫ୍ଲେମେଟ୍ରି ଗୁଣ ରହିଛି । ସେଥିପାଇଁ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ଉପକାରୀ ହୋଇଥାଏ । ତୁଳସୀ ପତ୍ରକୁ ଆପଣ କାସ, ଥଣ୍ଡା, ଓ ଅଲଗା ପ୍ରକାର ଭାଇରାଲ ଇନଫେକସନ ପାଇଁ ବ୍ୟବହାର କରିପାରିବେ । ତୁଳସୀ ପତ୍ରକୁ ପ୍ରତିଦିନ କଳା ଚାରେ ପକାଇ ପିଇଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବ । ତୁଳସୀ କୁ ବହୁତ ଆଦିକ ଫୁଟାଇବା ଉଚିତ ନୁହେଁ, ସେଥିପାଇଁ ଚା ବାନେଇ ଛଣିବାର ତିନି ଚାରି ମିନିଟ ପୂର୍ବରୁ ତୁଳସୀ ପତ୍ରକୁ ପକାନ୍ତୁ ।

Image Courtesy: Google

ଗିଲୋୟ :-ଗିଲୋୟ ଗୋଟେ ଏମିତି ପ୍ରକାର ଆୟୁର୍ବେଦିକ ଗଛ ଅଟେ, ଯାହା ଦ୍ଵାରା କୋରୋନା ଭାଇରସର ଚିତ୍କିତ୍ସା  ପାଇଁ ଗିଲୋୟ ଗଛ ଉପରେ ଆୟୁର୍ବେଦା ଚର୍ଯ୍ୟା ଅଧିକ ଭରସା କରିଛନ୍ତି । ଗିଲୋୟରେ କୌଣସି ଅଲଗା ଗଛ ଅପେକ୍ଷା ଅଧିକ ଆଣ୍ଟି ଭାଇରାଲ ଗୁଣ ରହିଛି, ଯାହା ଫଳରେ ଏହା ବହୁତ ଗଭୀର ଇନଫେକସନକୁ ବି ଦୂର କରିପାରିବ । ଗିଲୋୟର ବ୍ୟବହାର କରିବା ପାଇଁ ଅଳ୍ପ ପତ୍ରକୁ ଛିଣ୍ଡାଇ ଗରମ ପାଣିରେ ଫୁଟାଇ ଏହାକୁ ଛାଣି ସେବନ କରନ୍ତୁ । ମିଠା ପାଇଁ ଟିକେ ଅରଗନିକ ମହୁ ଓ ଗୁଡ ପକାଇ ପାରିବେ । ଗିଲୋୟ ସେବନ କରିବା ଦ୍ଵାରା ରୋଗପ୍ରତିରୋଧ କରିବାରେ ବହୁତ ଫାଇଦା ମିଳିଥାଏ ।

Image Courtesy: Google

ଆଲୋଭେରା :- ଆଲୋଭେରା ସର୍ବଗୁଣ ସମ୍ପର୍ଣ ଅଟେ, ଏହାକୁ ବିଉଟି ଠୁ ନେଇ ରୋଗକୁ ଠିକ କରିବା ପାଇଁ ବହୁତ ରୂପରେ ସାହାର୍ଯ୍ୟ କରିଥାଏ । ଆଲୋଭେରା ପତ୍ରରେ ବହୁତ ସାରା ଔଷଧୀୟ ଗୁଣ ରହିଛି, ଯାହା ଆପଣଙ୍କୁ ଭାଇରସ ଓ ଇନଫେକସନ ଠୁ ବଞ୍ଚାଇ ପାରିବ । ଏହାର ବ୍ୟବହାର ମୁହଁ ଓ କେସରେ  ମଧ୍ୟ କରିପାରିବେ । ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ ଛୋଟ ଟୁକୁଡା ନେଇ ସେଥିରୁ ଜେଲି ବାହାର କରି ଟିକେ ଗରମ ପାଣି ସହିତ ଜେଲି ଭଳି ଖାଇଦିଆନ୍ତୁ ।

Image Courtesy: Google

ଗହମ ଗଛ :- ଏହି ତାଲିକାରେ ଗହମ ଗଛ କଥା ସୂନୀ ଟିକେ ଆଶ୍ଚର୍ଯା ଲାଗୁଥିବ, କିନ୍ତୁ ଯେବେ ଆପଣ ଗହମ ଘାସ ବିଷୟରେ ଜାଣିବେ ତ ଆଶ୍ଚର୍ଯା ହେବେ । ଗହମ ପତ୍ରରେ କ୍ଳୋରୋଫିଲ୍ସ, ମ୍ୟ୍ୟାଗ୍ନେସିୟମ, ଜିଙ୍କ ଓ ଆୟରନର ମାତ୍ର ଅଧିକ ଥାଏ । ଏହି କାରଣରୁ ରୋଗପ୍ରତିରୋଧକ ଶକ୍ତି ବଢାଇ ଥାଏ । ଗହମ ଗଛର ବ୍ୟବହାର କରିବା ପାଇଁ ୮ ରୁ ୧୦ ଗଛ ମୂଳରୁ ଅପଡି ତାକୁ ଧୋଇଦିଅନ୍ତୁ ଓ ଅଥିରେ ଟିକେ ପାଣି ଦେଇ ଛେରା ସହିତ ପେଶୀ ଦିଅନ୍ତୁ । ଏହାକୁ ଜୁସ ଭଳି ବନେଇ ପିଅନ୍ତୁ । ଧ୍ୟାନ ଦେବେ ଏହାକୁ ପିଇଲା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନହିଁ।

ଲିମ୍ବ ପତ୍ର :- ଲିମ୍ବ ପାତ୍ର ବହୁତ ପିତା ହୋଇଥାଏ, କିନ୍ତୁ ଏହାର ବହୁତ ଔଷଧୀୟ ଗୁଣ ରହିଥାଏ । ଲିମବରେ ବହୁତ ଶକ୍ତିଶାଳୀ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି । ଲିମ୍ବ ପତ୍ରର ସେବନ କରିବା ଦ୍ଵାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ, ଶରୀରରେ ରୋଗ ଓ ବିମାରି କୁ ଲଢିବା ପାଇଁ କ୍ଷମତା ରହିଥାଏ । ଆପଣ ଚାହିଁଲେ ଲିମ୍ବ ପତ୍ରକୁ ଗରମ ପାଣିରେ ଫୁଟାଇ ଏହାର ପାଣିକୁଆ ପିଇପାରିବେ ଓ ଏହାକୁ ଜୁସ ବନାଇ ପିଇପାରିବେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *