ବଲୀଉଡର କିଛି ଟପ ତାରକା ଯିଏ ନିଜ ଭାଇ ଭଉଣୀଙ୍କ ପାଇଁ ନିଜ ଜୀବନ ମଧ୍ୟ ଦେଇପାରନ୍ତି

ବଲୀଉଡ ରଙ୍ଗୀନ ପର୍ଦାରେ ଆପଣ କେତେ ଫିଲ୍ମରେ ଭାଇ ଭଉଣୀର ଭଲ ପାଇବା ଉପରେ ବହୁତ କାହାଣୀ ବିଷୟରେ ଦେଖିବାକୁ ପାଇଥିବେ, ତେବେ ଫିଲ୍ମରେ ଆପଣ ଭାଇ ଭଉଣୀ ପାଇଁ ଜୀବନ ମଧ୍ୟ ଦବା ପାଇଁ ପ୍ରସ୍ତୁତ ହୋଇଥାନ୍ତି ଏହା ଦେଖିବାକୁ ପାଇଥିବେ, କିନ୍ତୁ ଏମିତି କିଛି ସେଲିବ୍ରେଟି ଅଛନ୍ତି ଯିଏ ପ୍ରକୃତରେ ମଧ୍ୟ ନିଜ ଭାଇ ବା ଭଉଣୀକୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କ ପାଇଁ ଜୀବନ ମଧ୍ୟ ଦେଇ ପାରନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଭାଇ ଭଉଣୀ ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ବଣ୍ଡିଙ୍ଗ ବହୁତ ମଜବୁତ ଅଟେ, ତେବେ ଏହି ଯୋଡ଼ିଙ୍କ ଭଲ ପାଇବା ସୋଶିଅଲ ମିଡିଆ ରେ ଦେଖିବାକୁ ମିଳିଥାଏ ।

Image Courtesy: Google

ଅର୍ଜୁନ ଓ ଅଂଶୁଲା କପୁର :

ଅର୍ଜୁନ କପୁର ଓ ଅଂଶୁଲା ଏହି ଦୁଇ ଭାଇ ଭଉଣୀ ଭଲ ପାଇବା ଖବର ଆପଣ ମଧ୍ୟ ଶୁଣିବାକୁ ପାଇଥିବେ, କଫି ୱିଥ କରନରେ କରନ ଜୋହାର ଅର୍ଜୁନକୁ ପଚାରିଥିଲେ ଯେ ଆପଣ ୨୦ ବର୍ଷ କୋମା ରେ ରହିଲା ପରେ ହୋଶରେ ଆସିଲା ପରେ ପ୍ରଥମେ କାହାକୁ ଦେଖିବାକୁ ଚାହିଁବେ । ଏହି ପ୍ରଶ୍ନ ଉତ୍ତର ରେ ଅର୍ଜୁନ କହିଥିଲେ ସର୍ବ ପ୍ରଥମେ ଅଂଶୁଲା ବିଷୟରେ ପଚାରିବେ ଯେ ସେ କୌଠି ଅଛନ୍ତି ? ଏହି ଉତ୍ତର ଦ୍ଵାରା ଜଣା ପଡୁଛି ଯେ ସେ ନିଜ ଭଉଣୀକୁ କେତେ ଭଲ ପାନ୍ତି ।

Image Courtesy: Google

ଶାହିଦ କପୁର ଓ ଇଶାନ ଖଟ୍ଟର :

ଶାହିଦ କପୁର ଭଲ ପାଇବା ସେତେବେଳେ ଦେଖିବାକୁ ମିଳିଥିଲା ଯେବେ ଆସନ୍ତା ସମୟରେ ନିଜ ଇଣ୍ଟରଭ୍ୟୁରେ ସେ ନିଜ ଭାଇ କଥା କହୁଥିଲେ । ଯାହା ଦ୍ଵାରା ଏହା ସଫା ଜଣା ପଡୁଥିଲା ଯେ ତାଙ୍କୁ ନିଜ ଭାଇ ପାଇଁ କେତେ ଚିନ୍ତା ଅଛି, ସେ ସବୁବେଳେ ନିଜ ଭାଇକୁ ପୂର୍ଣ ରୂପରେ ପ୍ରୋଟେକ୍ଟ କରନ୍ତି ।

ସୋନମ ଓ ରିହା କପୁର :

ଅନିଲ କପୁରଙ୍କ ଝିଅ ସୋନମ କପୁରକୁ ସମସ୍ତେ ଜାଣିଛନ୍ତି, କିନ୍ତୁ ତାଙ୍କ ଦ୍ଵିତୀୟ ଝିଅ ରିହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି, ପରଦା ପଛରେ ଥିବା ରିହା ନିଜ ଭଉଣୀ ସୋନମ ପାଇଁ ଷ୍ଟାଇଲିସ କରିବାରେ ବହୁତ ସାହାଜୟକ ଅଟନ୍ତି । ଏହି ଦୁଇ ଭଉଣୀ ସତରେ ବହୁତ ଭଲ ସାଙ୍ଗ ଅଟନ୍ତି ଓ ଦୁହେଁ ବହୁତ ସପୋର୍ଟ ମଧ୍ୟ କରନ୍ତି ।

Image Courtesy: Google

ଜାହ୍ନବୀ ଓ ଖୁସି କପୁର :

ବୋନୀ କପୁର ଓ ଶ୍ରୀ ଦେବୀଙ୍କ ଦୁଇ ଝିଅଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଟେ, ଆସନ୍ତା ସମୟରେ ଏହି ଦୁଇ ଭଉଣୀ ପ୍ରାୟତଃ ସବୁବେଳେ ଏକାଠି ଫଟୋ ସୋଶିଅଲ ମିଡିଆ ରେ ଅପଲୋଡ କରିବାର ଦେଖା ଦିଅନ୍ତି । ମା ଶ୍ରୀ ଦେବୀଙ୍କ ନିଧନ ପରେ ଝନବି ନିଜ ସାନ ଭଉଣୀ ଉପରେ ବହୁତ ଧ୍ୟାନ ରଖନ୍ତି ଓ ତାଙ୍କୁ ଏକୁଟିଆ ଛାଡନ୍ତି ନାହିଁ ।

Leave a Reply

Your email address will not be published. Required fields are marked *