ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ତିଜୋରି ପୂର୍ଣ୍ଣ ରହୁ ତେବେ ଆଜି ହିଁ କରି ନିଅନ୍ତୁ ଏହି ଉପାୟ

ଆଜିର ଏହି ପୁରା ଆଧୁନିକ ସମୟରେ ପ୍ରତ୍ୟେକଟି ମଣିଷ ପ୍ରଯତ୍ନ କରେ କି ତା ପାଖରେ ଏହି ସଂସାରର ସବୁ ପ୍ରକାରର ସୁଖ ଭୋଗିବାର ସାମଗ୍ରୀ ରହୁ ଏବଂ ନିଶ୍ଚିତ ରୂପରେ ଏହା ପାଇଁ ତା ପାଖରେ ଧନର ଆବଶ୍ୟକତା ପଡିଥାଏ । ଦେଖିବାକୁ ଗଲେ ପ୍ରତ୍ୟେକ ବ୍ୟକ୍ତି ଧନ ଅର୍ଜନ କରିବା ପାଇଁ ନିଜ ନିଜ ଉପାୟରେ ଚେଷ୍ଠା କରିଥାନ୍ତି ଯାହାଦ୍ୱାରା ସେ ନିଜକୁ ଓ ନିଜ ପରିବାରକୁ ସବୁ ପ୍ରକାରର ସୁବିଧା ଦେଇ ପାରିବେ । ବହୁତ ଥର ଏମିତି ବି ସମୟ ଆସେ ଯେବେ ତାକୁ ବହୁତ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଏବଂ ଏମିତି ବି ହୁଏ ସେ ପରିଶ୍ରମ କରିବା ପରେ ମଧ୍ୟ ତାକୁ ଧନର ପ୍ରାପ୍ତି ହୋଇ ନ ଥାଏ ।

ଆଜି ଆମେ ଆପଣଙ୍କୁ ତନ୍ତ୍ର ଶାସ୍ତ୍ରର କିଛି ବହୁତ ଭଲ ଉପାୟ ଜଣାଇବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା କେବଳ ଧନର ବୃଦ୍ଧି ହେବ ତା ନୁହେଁ ସଫଳତା ବି ଆପଣଙ୍କ ପାଦ ଛୁଇଁବ । କେବଳ ଏତିକି ନୁହେଁ ଏହି ଉପାୟ କରିବା ଦ୍ଵାରା କାର୍ଯ୍ୟରେ ଆସୁଥିବା ସବୁ ପ୍ରକାରର ବାଧା ଦୂର ହୋଇଥାଏ ।

୧. ଯଦି ଆପଣ ଚାହୁଁଥାନ୍ତି ଆପଣଙ୍କ ତିଜୋରି ସବୁବେଳେ ପୂର୍ଣ୍ଣ ରହୁ ତେବେ ଆପଣ ସେଥିରେ ମକଦ୍ଦମା ବା କୌଣସି ପ୍ରକାରର କୋର୍ଟକଚେରୀର କାଗଜ ରଖନ୍ତୁ ନହିଁ ଏମିତି କରିବା ଦ୍ଵାରା ଧନ ହାନି ହୋଇଥାଏ ।

୨. ଆଉ ଗୋଟିଏ କଥାର ବିଶେଷ ଧ୍ୟାନ ରଖିବେ କେବେ ବି ମନ୍ଦିରରେ ଧନ ରଖିବାର ସ୍ଥାନ କରନ୍ତୁ ନହିଁ ।

୩. ଏମିତି ବି ବେଳ ଆସେ ଯେତେବେଳେ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେହି ସମୟରେ ବା କେବେ ବି ନିଜର ତିଜୋରି ଖାଲି ରଖନ୍ତୁ ନାହିଁ। ଏମିତି କରିବା ଦ୍ଵାରା ନକରାତ୍ମକ ଶକ୍ତିଙ୍କର ପ୍ରଭାବ ପଡିଥାଏ ଓ ଧନ ହାନି ହୋଇଥାଏ ।

୪. ଘରେ ଧନର ଆଗମନ ସବୁବେଳେ ରହିବାପାଇଁ ଆପଣ ତିଜୋରିରେ ରଖିଥିବା କିଛି ନୋଟରେ ଚନ୍ଦନର ଅତର ଲଗାଇ ସମୃଦ୍ଧି ରୂପରେ ରଖନ୍ତୁ। ଏମିତି କରିବା ଦ୍ଵାରା ଘରର ଦରିଦ୍ରତା ଦୂର ହୋଇଥାଏ ।

୫. ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବାସ୍ତୁ ଅନୁସାରେ ଧନ ବୃଦ୍ଧି ପାଇଁ ଆପଣ ସବୁବେଳେ ତିଜୋରିର ମୁହଁ ଉତ୍ତର ଦିଗକୁ ରଖନ୍ତୁ । ଏହି ଦିଗ ଧନ ଲାଭ ପାଇଁ ସବୁଠାରୁ ଭଲ ହୋଇଥାଏ ।

୬. ମୟୂର ପକ୍ଷୀ ଆଣି ସେଥିରେ ଗୋଲାପର ଅତର ଲଗାଇ ତାକୁ ଧଳା ରେଶମ ବସ୍ତ୍ରରେ ବାନ୍ଧି ତିଜୋରିରେ ରଖି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *