ଯାଇଥିଲେ ମେଡିଟେସନ ପାଇଁ, କିନ୍ତୁ ସମୁଦ୍ର ଭିତରୁ ଉଦ୍ଧାର କରିଲେ 3 ଜଣଙ୍କୁ… ଦେଖନ୍ତୁ Video କଣ କହୁଛନ୍ତୁ ବ୍ୟକ୍ତି ଜଣଙ୍କ

ଘର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ପଥରପୁଞ୍ଜି ଗାଁରେ । ଚିତ୍ତରଜନରାଜା ସୁନାଖଳା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର । ସେ ସେଠାରେ କର୍ମଚାରୀ ଭାବେ ବର୍ତ୍ତମାନ କାମ କରୁଛନ୍ତି । ଗତ ୫ ତରାଇଖରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ମେଡିଟେସନ ପାଇଁ ପୁଡୁଚେରୀ ପଠା ଯାଇଥିଲା ।

୮ ତାରିଖରେ ସେ ପୁଡୁଚେରି ସମୁଦ୍ର କୂଳରେ ବୁଲୁଥିବା ସମୟରେ ଜାତୀୟ ଜୁନିୟର ବକସିଙ୍ଗ ପ୍ରତିଯୋଗୀତାରେ ଭାଗ ନେବାକୁ ଆସିଥିବା କୋୟାମ୍ବୁଟୁର ୧୭ ବର୍ଷୀୟା ଅମ୍ରିତା ସିବାକୁମାରନ ଓ ତାଙ୍କର କୋଚ ସର୍ବେସନଙ୍କ ସହ ଆଉ ୩ଜଣ ସମୁଦ୍ରରେ ବୁଡି ଯାଉଥିବା ଦେଖିବାକୁ ପାଇଥିଲେ ଚିତ୍ତରଞ୍ଜନ । କିନ୍ତୁ ସେଠାରେ ଥିବା ଲୋକେ ଓ କୋଷ୍ଟଗାର୍ଡ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାହସ କରିଲେ ନାହି ।

ଶେଷରେ ଚିତ୍ତରଞ୍ଜନ ସମୁଦ୍ର ଭିତରକୁ ଡେଇଁ ପଡି ୩ଜଣଙ୍କୁ ଉଦ୍ଧାର କରିଲେ । କିନ୍ତୁ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଚିତ୍ତରଞ୍ଜନଙ୍କ ଏହି ଦୁଶାସିକ କାମ ପାଇଁ ପୁଡୁଚେରି ବାଚସ୍ପତି ନିଜ ବାସ ଭବନରେ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ତାଙ୍କୁ ସାହସୀ ବିଜୁ ପଟ୍ଟନାୟକଙ୍କ ସହ ତୁଳନା କରି ଟ୍ବିଟ କରିଛନ୍ତି ।

ସେ ଓଡିଶାରେ ପହଞ୍ଚିବା ପରେ ସୁନାଖଳା ଶ୍ରୀ ଅରବିନ୍ଦ ଆଶ୍ରମ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ତାଙ୍କର ଶିକ୍ଷକ ତଥା ଶିକ୍ଷୟତ୍ରି ମାନେ ଚିତ୍ତଙ୍କୁ ଘୁରି ଘୁରି ପ୍ରଶଂସା କରିଛନ୍ତି । ଏ ନେଇ ଚିତ୍ତରଞ୍ଜନା କହିଛନ୍ତି ସେ ଯେତେବେଳେ ସମୁଦ୍ର ଭିତରେ ୪ ଜଣଙ୍କୁ ବୁଡି ଯାଉଥିବାର ଦେଖିଲେ ସେ ଆଗ ପଛ କିଛି ନ ଭାବି ସମୁଦ୍ର ଭିତରକୁ ଡେଇଁ ପଡିଥିଲେ । ସେମାନଙ୍କ ମଧ୍ୟରୁ ସେ ୩ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ସେଠାରେ ଥିବା ଲୋକେ ବା ପୋଲିସ ଗାଡି ମଧ୍ୟ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପ୍ରକାରର ଚେଷ୍ଟା କରି ନ ଥିଲେ ବୋଲି ଚିତ୍ତରଞ୍ଜନ କହିଛନ୍ତି । ବିଦ୍ୟାଳୟର କର୍ମକର୍ତ୍ତା ନିଜ ରାଏରେ କହିଛନ୍ତି ଯେ ତାଙ୍କ ବିଦ୍ୟାଳୟର ଉଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନନଙ୍କୁ ସଂପୂର୍ଣ୍ଣ ଭାବେ ଶିକ୍ଷା ଦେବା ଯେଉଁଥିରେ ସେମାନେ ସବୁ କ୍ଷେତ୍ର ରେ ପାରଙ୍ଗମ ହୋଇ ପାରିବେ ।

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେଣ୍ଡାର ଉଦେଶ୍ୟ ହେଉଛି ପ୍ରତେକ ବିଦ୍ୟାର୍ଥୀ ସବୁ ସ୍ତରରେ ପାରଙ୍ଗମ ଥିବେ । ଖାଲି ପାଠ ପଢାରେ ନୁହେଁ ବରଂ ମାନସିକ, ଶାରୀରିକ, ଭାଇଟାଳ ଏ ସବୁ ସ୍ତରରେ ଯେପରି ବିଦ୍ୟାର୍ଥୀ ମାନେ ପାରଙ୍ଗମ ହେବେ । ତେବେ ଚିତ୍ତରଞ୍ଜନଙ୍କର ଏଭଳି ମହାନ କାମ ପାଇଁ ବାସ୍ତବରେ ସେ ପ୍ରଶଂସା ଯୋଗ୍ୟ ଅଟନ୍ତି । ତାଙ୍କର ଏହି ମହାନ କାମ ପାଇଁ କେବଳ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ନୁହେଁ ବରଂ ସାରା ରାଜ୍ୟ ତାଙ୍କ ପାଇଁ ଗର୍ବିତ ମନେ କରୁଛି । ଆଗକୁ ସେ ନିଜ ଜୀବନରେ ଏମିତି କିଛି କାମ କରନ୍ତୁ ବୋଲି ବିଦ୍ୟାଳୟ ପକ୍ଷରୁ କୁହା ଯାଇଛି ।

ବନ୍ଧୁଗଣ ଆପଣଙ୍କର ଚିତ୍ତରଞ୍ଜନଙ୍କର ଏହି ମହାନ କାମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *