ପୁଅ ଏବଂ ବୋହୂ ଛାଡିଦେଲେ ଆଶ୍ରମରେ, ଅସହାୟ ହୋଇ ମଧ୍ୟ ଦାନ କଲେ ନିଜ ଅଙ୍ଗ, ସାଜିଲେ ଦୁନିଆ ପାଇଁ ଉଦାହରଣ- ଦେଖନ୍ତୁ Video କଣ କହୁଛନ୍ତି

ସନ୍ଧ୍ୟା ହେବା ମାତ୍ରେ ମନ୍ତ୍ର ଧୁନିରେ କମ୍ପି ଉଠି ପୁରା ଅଞ୍ଚଳ । ବନ୍ଧୁଗଣ ଆପଣ ମାନେ ଭାବୁଥିବେ ଏହି ମନ୍ତ୍ର ଧୁନି କିଏ ଓ କାହିଁକି ଗାନ କରୁଛନ୍ତି । ଏହି ମନ୍ତ୍ର ଜପ କରୁଥିବା ଲୋକଙ୍କର ମନ ଯେତିକି ପବିତ୍ର ତାଙ୍କ ମନ୍ତ୍ର ମଧ୍ୟ ସେତିକି ପବିତ୍ର । ଏମାନେ ଯେଉଁ କାମ କରିବା ପାଇଁ ନିସ୍ପତି ନେଇଛନ୍ତି ସେଥିରେ ଅନେକଙ୍କର ଜୀବନ ବଞ୍ଚି ପାରିବ । ବରଗଡ ସଦର ବ୍ଲକ ଚାକରକେନ୍ଦ ଠାରେ ରହିଛି ଶାନ୍ତି ତପୋବନ ଆଶ୍ରମ ବାମ ପ୍ରସ୍ତ ।

ଏଠାରେ ସମାଜରୁ ଅଭାବିତ ପ୍ରାୟ ୫୯ ଜଣ ବୃଦ୍ଧା ରୁହନ୍ତି । ଯେଉଁ ମାନେ ନିଜ ପରିବାର ପାଇଁ ଅଲୋଡା ହୋଇଛନ୍ତି ସେମାନେ ଆଜି ସମାଜକୁ ଦେଇଛନ୍ତି ନୂଆ ଦିଗଦର୍ଶନ । ଏଠାରେ ରହୁଥିବା ୪ଜଣ ବୃଦ୍ଧା ନିଜର ଅଙ୍ଗ ଦାନ ପାଇଁ ନିସ୍ପତି ନେଇଛନ୍ତି । ଏମାନେ ହେଉଛନ୍ତି ବରଗଡ ଜିଲ୍ଲା ଭଟଲି ଗାଁର ହିମାଂଶୁ ଶତପଥି ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଶତପଥି ।

ଏମାନଙ୍କର ସନ୍ତାନ ନ ଥିବାରୁ ପରିବାର ଲୋକେ ହତାଦାର କରିବାକୁ ଏମାନେ ଏହି ଆଶ୍ରମରେ ଦୀର୍ଘ ୫ବର୍ଷ ହେବ ରହୁଛନ୍ତି । ସେହିପରି ପାଇକମଲା ପୁରୀ ଗାଁର ଯାଜ୍ଞସେନୀ ପ୍ରଧାନ ସ୍ଵାମୀ ପରିତ୍ୟକ୍ତ ହେବା ପରେ ନିଜର ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ରହୁଥିଲେ ।

ସମସ୍ତଙ୍କର ବିବାହ ହେବା ପରେ ସେ ଏହି ଆଶ୍ରମରେ ଆଶ୍ରୟ ନେଇଛନ୍ତି । ଆଉ ଜଣେ ରାଜ୍କୁମାର ଗୁପ୍ତା ହେଉଛନ୍ତି ଭିନ୍ନକ୍ଷମ ଯିଏ ତାଙ୍କ ବିକଳାଙ୍ଗ ଝିଅକୁ ଧରି ଏଠାରେ ରହୁଛନ୍ତି । ଏମାନେ ସମସ୍ତେ ସମାଜ ଓ ପରିବାରର ଅବହେଳିତର ଶିକାର ହୋଇଛନ୍ତି । କିନ୍ତୁ ଏମାନଙ୍କର ଭାବନା ଆମ ଶଜାରୁ ବହୁତ ଉର୍ଦ୍ଧରେ ରହିଛି ।

କାରଣ ଏମାନେ ନିଜର ଅଙ୍ଗ ଦାନ ବୁର୍ଲା ମେଡିକାଲକୁ ଦେଇଛନ୍ତି । ଶରୀରର ଅଙ୍ଗ ଦାନ ସମ୍ପର୍କରେ ଅଞ୍ଜୁ ମିତଲ ନାମକ ମହିଳା ବୁଝାଇ ଥିଲେ । ତାଙ୍କ କଥାକୁ ବୁଝିବା ପରେ ଏମାନେ ୪ ଜଣ ବଡ ନିସ୍ପତି ନେଇଛନ୍ତି । ଏମାନଙ୍କର ଏହି ମହତ କାମକୁ ଆଶ୍ରମର କାର୍ଯ୍ୟ କର୍ତ୍ତା ମାନଙ୍କ ସହ ବିଭିନ୍ନ ସଂଘଠନ ଓ ଜଣ ସାଧାରଣ ସ୍ଵାଗତ କରିଥିବା ବେଳେ ଅନ୍ୟ ମାନଙ୍କୁ ଏହା ନିଶ୍ଚିନ୍ତ ଭାବେ ପ୍ରେରଣା ଯୋଗାଇବ ବୋଲି କୁହା ଯାଉଛି ।

ଏମାନେ ୪ ଜଣ ନିଜର ଅଙ୍ଗ ଦାନ କରିବାର ଯେଉଁ ନିସ୍ପତି ନେଇଛନ୍ତି ସେଥିପାଇଁ ସେମାନେ ନିଜକୁ ଧନ୍ୟ ମନେ କରିବା ସହ ଖୁସି ଅଛନ୍ତି ବୋଲି ମତଦାନ ଦେଇଛନ୍ତି । ବାସ୍ତବରେ ଏମାନେ ଯେଉଁ ମହାନ କାମ କରିବା ପାଇଁ ଯାଉଛନ୍ତି ବାସ୍ତବରେ ତାହା ପ୍ରଶଂସା ଯୋଗ୍ୟ ଅଟେ ।

ଯେଉଁ ପରିବାର ଏମାନଙ୍କୁ ଦିନେ ବୋଝ ବୋଲି ମନେ କରୁଥିଲା ସେମାନେ ଆଜି ନିଶ୍ଚୟ ଅନୁତାପ କରୁଥିବେ । କାରଣ ଆଜି ସେମାନଙ୍କର ବାପା ମା ସମ୍ପର୍କୀୟ ଅନ୍ୟ ର ଜୀବନ ବଞ୍ଚିବା ଲାଗି ପଦକ୍ଷେପ ନେଇଛନ୍ତି ଯାହା ଅନ୍ୟ ମାନଙ୍କ ପାଇଁ ଏକ ସନ୍ଦେଶ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ୪ଜଣ ବୃଦ୍ଧାଙ୍କ ଅଙ୍ଗ ଦାନକୁ ନେଇ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *