୨୬ ତାରିଖ ସକାଳୁ ତାଣ୍ଡବ ରଚିବ ପବନ, ଜାଣନ୍ତୁ କେତେ ରହିବ ପବନର ବେଗ

ଓଡିଶାବାସୀମାନଙ୍କ ପାଇଁ ବାତ୍ୟା କୌଣସି ନୂଆ କଥା ନୁହେଁ । କିନ୍ତୁ କରୋନା ଭଳି ସ୍ଥିତିରେ ବାତ୍ୟାର ମୁକାବିଲା କରିବା ଅଳ୍ପ କଷ୍ଟକର ଅଟେ । ଏମିତିରେ ସରକାର ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରିସାରିଛନ୍ତି । ଓଡିଶାରେ ଗତ କିଛି ବର୍ଷ ତଳେ ଆସିଥିବା ବାତ୍ୟାର ପ୍ରକୋପ ବହୁତ ଅଳ୍ପ ଥିଲା ।

କିନ୍ତୁ ବର୍ତ୍ତମାନ ଯେଉଁ ବାତ୍ୟା ଆସୁଛି ତାହାର ପ୍ରକୋପ ଅତି ଭୟଙ୍କର ଅଟେ ବୋଲି ପାଣି ପାଗ ବିଭାଗ ଅନୁମାନ କରିଛି । ଏମିତିରେ ବାତ୍ୟା ୟାସ ସ୍ଥଳଭାଗ ଛୁଇଁବା ପରେ କେଉଁ ରୂପ ଧାରଣ କରିବ ଏହା ସମୟ ହିଁ କହିବ । ଆଜି ଆମେ ଆପଣଙ୍କୁ ବାତ୍ୟା ସମୟରେ କେଉଁ ସମୟରେ ପବନର ବେଗ କେତେ ରହିବ ସେହି ବିଷୟରେ କହିଦେଉଛୁ । ଓଡିଶାର ଉପକୂଲ ବର୍ତ୍ତୀ ଅଞ୍ଚଳରେ ଲୋକମାନେ ବାତ୍ୟା ସମୟର ପବନର ବେଗ କେମିତି ହୋଇଥାଏ ଏହା ଭଲ ଭାବରେ ଜାଣିଛନ୍ତି ।

ବାତ୍ୟା ସମୟରେ ଯଦି ପବନର ବେଗ ୧୦୦ କିମି ପ୍ରତି ଘଣ୍ଟା କିମ୍ବା ତାହା ଠାରୁ ଅଧିକ ହୋଇଯାଏ ତେବେ ଏହା ଧ୍ଵଂସର ଲୀଲା ଆରମ୍ଭ କରିଦିଏ । ରାସ୍ତାରେ ଆପଣଙ୍କୁ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡିଥିବାର ନଜର ଆସିଥାଏ । ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆଉ ଦୁଇ ଦିନ ପରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ଦେଇ ଅତିକ୍ରମ କରିବ ।

ଭାରତୀୟ ପାଣି ପାଗ ବିଭାଗ ବାତ୍ୟା ୟାସ ସ୍ଥଳଭାଗର କେଉଁ ସ୍ଥାନକୁ ଛୁଇଁବ ଏହାକୁ ନେଇ ସୂଚନା ଜାରି କରିସାରିଛି । ବର୍ତ୍ତମାନର ପାଣି ପାଗ ବିଭାଗ ବାତ୍ୟା ସମୟରେ ପବନର ବେଗ କେତେ କିମି ପ୍ରତି ଘଣ୍ଟା ରହିବ ଏହା ବିଷୟରେ ଆକଳନ କରିଛି । ବାତ୍ୟା ୟାସ ମେ ୨୪ ଦିନ ୧୧.୩୦ରେ ସାମୁଦ୍ରିକ ଝଡର ରୂପ ନେବ । ଏହି ସମୟରେ ୭୦ ରୁ ୮୦ କିମି ବେଗରେ ପବନ ବହିବ । ଯାହାର ଝଟକା ବେଳେ ବେଳେ ୯୦ କିମି ଭଳି ଅନୁଭବ ବି ହୋଇପାରେ ।

ପୁଣି ରାତି ୧୧.୩୦ରେ ଏହା ଭୀଷଣ ସାମୁଦ୍ରିକ ଝଡର ପରିଣତ ହୋଇଯିବ ଓ ଏହି ସମୟରେ ୯୦ ରୁ ୧୦୦ କିମି ପ୍ରତି ଘଣ୍ଟା ପବନ ବହିବ । ଯାହାର ଝଟକା ବେଳେ ବେଳେ ୧୧୦ କିମି ପ୍ରତି ଘଣ୍ଟା ରହିବ । ୨୫ ଓ ୨୬ ତାରିଖରେ ବାତ୍ୟା ୟାସ ଭେରି ସିଭିୟର ସାଇକ୍ଳୋନିକ ଷ୍ଟ୍ରୋମ ଅର୍ଥ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଉପକୂଳ ଅଞ୍ଚଳ ଗୁଡିକରେ ନିଜର ଅସଲ ରୂପ ଦେଖାଇବ ।  ମେ ୨୫ ଦିନ ୧୧.୩୦ରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ।

ଏହି ସମୟରେ ପବନର ବେଗ ୧୨୦ ରୁ ୧୩୦ କିମି ପ୍ରତି ଘଣ୍ଟା ବହିବ ।  ଏହି ସମୟରେ ଏହି ବେଗ ୧୪୫ କିମି ପ୍ରତି ଘଣ୍ଟା ବି ଛୁଇଁପାରେ । ସେହି ଦିନ ରାତି ୧୧.୩୦ରେ ପବନର ବେଗ ୧୪୫ ରୁ ୧୫୫ କିମି ପ୍ରତି ଘଣ୍ଟା ରହିବ ।  ଆପଣ ବାତ୍ୟାର ପ୍ରକୋପ ଦେଖି ପାରିବେ । ମେ ୨୬ରେ ୧୫୫ରୁ ୧୬୫ କିମି ବେଗରେ ପବନ ବହି ପାରେ ।  କୁହାଯାଉଛି କି ସେହି ସମୟରେ ୧୮୫ କିମି ପ୍ରତି ଘଣ୍ଟା ପବନ ବହିପାରେ ।

ମେ ୨୬ ପରେ ଧୀରେ ଧୀରେ ବାତ୍ୟାର ପ୍ରକୋପ କମ ହେବ ଓ ପବନର ବେଗ ବି ଧୀରେ ଧୀରେ କମ ହୋଇଯିବ । ପାଣି ପାଗ ବିଭାଗ ଆକଳନ କରିଛି କି ମେ ୨୬ ରାତି ୧୧.୩୦ରେ ୟାସ ବାତ୍ୟାର ପ୍ରକୋପ କମିଯାଇ ସେହି ସମୟରେ ୧୦୦ ରୁ ୧୧୦ କିମି ପ୍ରତି ଘଣ୍ଟାରେ ପବନ ବହିବ ଓ ୨୭ ତାରିଖ ସକାଳେ ବାତ୍ୟା ଥମିବାରେ ଲାଗିବ ।

Leave a Reply

Your email address will not be published. Required fields are marked *