ଶେୟାର କରନ୍ତୁ ନିଜର ଫଟୋ ଓ ପାଆନ୍ତୁ ୫୦୦୦ ଟଙ୍କା

ଯଦି କରୋନା ବିରୁଦ୍ଧରେ ଯୁଧ୍ୟକୁ ଜିତିବାର ଅଛି ତେବେ ଟୀକାକରଣ ସହ କୋବିଡ ନିୟମ ମଧ୍ୟ ମାନି ଚାଲିବ ଉଚିତ । ଏହିଭଳି କିଛି ଆହ୍ଵାନ ସରକାର ଦେଉଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ଆମ ଦେଶରେ ଟୀକାକାରଣ କରାଯାଉଛି ଓ ସମସ୍ତେ ଟୀକା ନେବା ପାଇଁ ଜୋର ଦେଉଛନ୍ତି ।

କିନ୍ତୁ ଅନ୍ୟ ପଟେ ଟୀକାର ଅଭାବ ବି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । କିନ୍ତୁ ଏହା ସତ୍ବେ ବି ସମସ୍ତଙ୍କୁ ଟୀକା ନେବା ପାଇଁ କୁହାଯାଉଛି । କିନ୍ତୁ ଅନ୍ୟ ପଟେ କେତେକ ବ୍ୟକ୍ତିଙ୍କର କହିବା ଅଟେ କି ତାଙ୍କୁ ଟୀକା ବୁକ କରିବା ପାଇଁ ସ୍ଲଟ ମିଳୁ ନାହିଁ । ଏହି ସବୁ ମଧ୍ୟରେ ସରକାର ସମସ୍ତ ଜନତାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଘୋଷାଣ ଅନୁସାରେ ଆପଣ କେବଳ ଏହି ଛୋଟ କାମକୁ କରି ୫୦୦୦ ଟଙ୍କା ନେଇ ପାରିବେ ।

କିନ୍ତୁ ଏହି ଟଙ୍କା ପାଇବା ପାଇଁ କଣ କରିବାକୁ ପଡିବ ଚାଳନ୍ତୁ ଜାଣିବା । କହିବାକୁ ଗଲେ ବର୍ତ୍ତମାନ ପୁରା ଦେଶରେ ଓ ରାଜ୍ୟରେ ବି କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏମିତିରେ ସରକାର ସବୁ ସ୍ଥାନରେ ଲକଡାଉନ ଓ ସଟଡାଉନ କରିଦେଇଛନ୍ତି । ଏହା ମଧ୍ୟରେ ପୁରା ଦେଶରେ ଟୀକା କରଣ ଅଭିଯାନ ଚାଲିଛି । ୧୮ ବର୍ଷରୁ ବି ଉର୍ଦ୍ଧ ସମସ୍ତଙ୍କୁ ବର୍ତ୍ତମାନ ଟୀକା ଦିଆଯାଉଛି । ଏମିତିରେ ଏହି ଟୀକା ମାଧ୍ୟମରେ ଆପଣ ୫୦୦୦ ଟଙ୍କା ବି ଜିତି ପାରିବେ ।

କିନ୍ତୁ ଏଥିପାଇଁ ଆପଣଙ୍କୁ କେବଳ ଟୀକା ନେଉଥିବା ସମୟର ଏକ ଫଟୋ ଶେୟାର କରିବାକୁ ପଡିବ । କେନ୍ଦ୍ର ସରକାରଙ୍କ ନୂତନ ଘୋଷଣା ଅନୁସାରେ ଯେଉଁ ବ୍ୟକ୍ତି ଭଲ ଟ୍ୟାଗଲାଇନ ସହ ନିଜର ଟୀକା କରଣ କରୁଥିବା ସମୟର ଫଟୋ ଶେୟାର କରିବ ସେମାନେ ୫୦୦୦ ଟଙ୍କା ପୁରଷ୍କାର ସ୍ଵରପ ପାଇ ପାରିବେ । ଯଦି ଆପଣ ୫୦୦୦ ଟଙ୍କା ଜିତିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ mygov.in ୱେବସାଇଟକୁ ଯାଆନ୍ତୁ । ଏହା ପରେ ସେଠି ଲଗଇନ ପାର୍ଟିସିପେଟ ଟ୍ୟାବ ଉପରେ କ୍ଲିକ କରନ୍ତୁ ।

ଏହା ପରେ ରେଜିସ୍ଟ୍ରେଶନର ସମସ୍ତ ବିବରଣୀ ଦେବାକୁ ପଡିବ । myGovIndiaର ଟ୍ଵିଟର ହ୍ୟାଣ୍ଡଲରେ ଏହା ବିଷୟରେ ସମସ୍ତ ସୂଚନା ଦିଆଯାଇଛି । ଟ୍ଵିଟ କରି କୁହାଯାଇଛି କି ଯଦି ଆପଣ ଟୀକା ନେଇଛନ୍ତି ତେବେ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରନ୍ତୁ । myGovIndiaର ଟ୍ଵିଟର ହ୍ୟାଣ୍ଡଲରେ ଗୋଟିଏ ଲିଙ୍କ ବି ଶେୟାର କରାଯାଇଛି ।

ଯାହା ଉପରେ କ୍ଲିକ କରି ଆପଣ ନିଜର ଫଟୋ ଶେୟାର କରି ପାରିବେ ଓ ଏହି ଫଟୋ ସହିତ ଭଲ ଟ୍ୟାଗଲାଇନ ଦେବାକୁ ଚେଷ୍ଟା କରନ୍ତୁ । ଏହା ପରେ ପ୍ରତି ମାସରେ ୧୦ ଟି ଭଲ ଟ୍ୟାଗ ଲାଇନକୁ ବାଛି ତାଙ୍କୁ ୫୦୦୦ ଟଙ୍କା ଦିଆଯିବ ବୋଲି କୁହାଯାଇଛି । ଏମିତିରେ ଯଦି ଆପଣ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟ କିଛି ଦିନ ହେବ ଟୀକା ନେଇଛନ୍ତି ତେବେ ନିଜର ଟୀକାକରଣ ଫଟୋ ସହ ଏକ ଭଲ ଟ୍ୟାଗଲାଇନ ଦେଇ ଫଟୋ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *