କରୋନା ପରେ ହେଉଥିବା ଅସୁବିଧାରୁ କେମିତି ବଞ୍ଚିବେ- Dr. Bimal Chhajer

ବନ୍ଧୁଗଣ, କୋରୋନା ସଙ୍କ୍ରମଣ ରେ ବିଶ୍ଵରେ କରୋଡ ଲୋକ ସଂକ୍ରମିତ ହୋଇଛନ୍ତି । ସେଥି ମଧ୍ୟରୁ ୯୫ ରୁ ୯୮ ପ୍ରତିଶତ ଠିକ ହୋଇ ସାରିଲେଣି । ମାତ୍ର ତାହା ପରେ ମଧ୍ୟ ସଂକ୍ରମିତ ହୋଇ ଭଲ ହୋଇ ସାରିଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରର କଷ୍ଟ ଅନୁଭବ ହୋଇଥାଏ ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ, କେଉଁ କେଉଁ ଅସୁବିଧାର ସାମ୍ନା କରିବାକୁ ହୋଇଥାଏ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କୁ । ବନ୍ଧୁଗଣ ଯେଉଁ ମାନେ ଏହି ସଂକ୍ରମଣରୁ ଠିକ ହୋଇସାରିଛନ୍ତି ସେମାନଙ୍କ ଭିନ୍ନ ଭିନ୍ନ ପ୍ରକାରର କଷ୍ଟ ତଥା ଯନ୍ତ୍ରଣା ଅନୁଭବ ହୋଇଥାଏ, ଏହା ସମୁଦାୟ ୧୦ ପ୍ରକାରର ଅଟେ । ଆସନ୍ତୁ ଜାଣିବା ସେଗୁଡିକ କଣ କଣ ? ୧- କମଜୋରି, ଥକାନ, ଶରୀର ବ୍ୟଥା;- ବନ୍ଧୁଗଣ ଏହା ସାଧାରଣତଃ ଯେଉଁମାନେ କୋରୋନା ସଙ୍କ୍ରମଣରେ ସଂକ୍ରମିତ ଅଛନ୍ତି ସେ ସମସ୍ତଙ୍କୁ ଏ ଭଳି କଷ୍ଟ ଅନୁଭବ ହୋଇଥାଏ ।

୨- ଶୁକିଲା କାଶ ଅଥବା ଗଳାରେ ଯନ୍ତ୍ରଣା;- ବନ୍ଧୁଗଣ ଏହା ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ୧ ରୁ ୫ ସପ୍ତାହ ପର୍ଯ୍ୟନ୍ତ ଏଭଳି ଲକ୍ଷଣ ରହିଥାଏ ।

୩- ନିଶ୍ଵାସ ପ୍ରଶ୍ଵାସ ନେବା ରେ ଯନ୍ତ୍ରଣା ଅନୁଭବ ହେବା;- ବନ୍ଧୁଗଣ ଯେଉଁମାନଙ୍କୁ କରୋନା ହୋଇସାରିଛି ସେମାନଙ୍କ ଠାରେ ଏହି ଲକ୍ଷଣ ସାଧାରଣତ ଦେଖା ଦେଇଥାଏ ।

୪- ହାର୍ଟ ରେ ଦରଦ ଅନୁଭବ ହେବା ଅଥବା ପାଦ ଫୁଲିଯିବା;- ବନ୍ଧୁଗଣ ଯଦି ଆପଣଙ୍କୁ ଏଭଳି କିଛି ଲକ୍ଷଣ ଅନୁଭବ ହେଉଅଛି ତେବେ, ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

୫- ନିଦ ନ ହେବା, ଡର ଲାଗିବା, କୌଣସି କଥା ଭୁଲିଯିବା;-  ବନ୍ଧୁଗଣ ଆପଣ ଜାଣନ୍ତି କି ଏଭଳି କଣ ପାଇଁ ପରିଲକ୍ଷିତ ହେଉଅଛି ? କାରଣ କୋରୋନା ସଂକ୍ରମଣ ସମୟରେ ଆମ ଶରୀରରେ ଯେଉଁ ଇନଫ୍ଲାମେଶନ ହୋଇଥାଏ, ତାହା କେବଳ ଆମ୍ଭ ହାର୍ଟ ତଥା ଫୁସ ଫୁସ ରେ ହୋଇନଥାଏ, ଏହା ସଂପୂର୍ଣ୍ଣ ଶରୀରକୁ ପ୍ରଭାବିତ କରିଥାଏ ।

୬- ଭୋକ ନ ଲାଗିବା ତଥା ଓଜନ କମିଯିବା;- ବନ୍ଧୁଗଣ ପ୍ରାଏ ଦେଖିବାକୁ ମିଳୁଛି କୋରୋନା ସଂକ୍ରମଣ ରୁ ଭଲ ହେବାପରେ ପ୍ରାଏ ୧୦/୧୦ କିଗ୍ରା ଲୋକ ମାନଙ୍କ ଓଜନ କମିବାରେ ଲାଗିଛି । ଏହା ସହିତ ଭୋକ ନଲାଗିବା ତଥା ଖାଦ୍ୟପଦାର୍ଥ ରେ ସ୍ଵାଦ ନ ଲାଗିବା ଭଳି ଲକ୍ଷଣ ଅନେକ ଦିନ ପର୍ଯ୍ୟନ୍ତ ପରିଲକ୍ଷିତ ହେଉଅଛି ।

୭- ମସ୍ତିଷ୍କ ରେ ବ୍ୟଥା ଅନୁଭବ ହେବା;- ବନ୍ଧୁଗଣ କିଛି ଲୋକଙ୍କୁ ମସ୍ତିଷ୍କ ରେ ଅତ୍ୟନ୍ତ ବ୍ୟଥା ଅନୁଭବ ହୋଇଥାଏ, ଏହା ସାଧାରଣତଃ କୋରୋନା ମସ୍ତିଷ୍କ ମଧ୍ୟକୁ ପ୍ରବେଶ କରିଥିବା କାରଣରୁ ହୋଇଥାଏ । ଏହା ସହିତ ବାତ ମାରିବା ଭଳି ଲକ୍ଷଣ ମଧ୍ୟ ଦେଖାଯାଇଥାଏ ।

୮- ହାଲ୍କା ଜର ମାସ ସାରା ଲାଗି ରହିବା;- ବନ୍ଧୁଗଣ କିଛି ଲୋକଙ୍କ ଠାରେ ସାମାନ୍ୟ ମାତ୍ରାରେ ଶରୀରରେ ଜର ମାସ ସାରା ରହିଥାଏ ।

୯- ଅଚାନକ ଜୀବନ ଚାଲିଯାଇଥାଏ;- ବନ୍ଧୁଗଣ ଏହାର ମେଜର କାରଣ ହେଉଛି କ୍ଲଟିନ ।

୧୦- ଆଣ୍ଠୁ ଗଣ୍ଠି ରେ ବ୍ୟଥା ତଥା ୱାଇଟ ଫଙ୍ଗସ, ବ୍ଲାକ ଫଙ୍ଗସ ଦେଖାଯିବା;- ବନ୍ଧୁଗଣ ଏହା ସେମାନଙ୍କ ଠାରେ ଅଧିକ ଦେଖାଯାଇଥାଏ, ଯେଉଁ ମାନଙ୍କୁ କୋରୋନା ସମୟରେ ଅକ୍ସିଜେନ ପାଇପ ଲଗା ଯାଇଥାଏ ଅଥବା ଅକ୍ସିଜେନ ଲଗାଇବା ସମୟରେ ସେଥିରେ ଯେଉଁ ଲିକ୍ୱିଡ ଦିଆଯାଏ ସେଥିରେ ଯଦି ଫଙ୍ଗସ ରହିଥାଏ ତେବେ ତାହା ଶରୀରରେ ବ୍ୟାପିଥାଏ । ବନ୍ଧୁଗଣ, କୋରୋନା ସଂକ୍ରମଣ ପରେ ଯଦି ଏହିସବୁ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ଆପଣ ଆଦୌ ଭୟ କରନ୍ତୁ ନାହିଁ । ଏହିସବୁ ଲକ୍ଷଣ ଧୀରେ ଧୀରେ ଭଲ ହୋଇଥାଏ ଏଣୁ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ଟିପ୍ପଣୀ ଟି ଭଲ ଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *