କାହିଁକି ବାତ୍ୟାର ନାଁ ୟାସ, କିଏ ଦେଇଛି ୟାସର ନାଁ ?

ଓଡିଶା ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଅଧିକ ବାତ୍ୟାର ମୁକାବିଲା କରିଛି । ଏହା ସହିତ ସବୁ ବାତ୍ୟାରେ କିଛି କ୍ଷୟକ୍ଷତି ବି ହୋଇଥାଏ ଓ ଜନଜୀବନ ମଧ୍ୟ ନଷ୍ଟ ହୋଇଥାଏ । କିନ୍ତୁ ସରକାରଙ୍କ ସଠିକ ପଦକ୍ଷେପ ଦ୍ଵାରା ବହୁତ ଜଲ୍ଦି ଓଡିଶା ସମସ୍ତ ବାତ୍ୟାରୁ ଜଲ୍ଦି ମୁକ୍ତି ହୋଇଯାଏ ।

ଅର୍ଥାତ ବାତ୍ୟା ପରେ ସରକାର ସମସ୍ତ ପ୍ରକାରର ସୁବିଧା ଓ ସୁଯୋଗକୁ ପୁଣି ଥରେ ସରଲ କରିବା ପାଇଁ ଚେଷ୍ଟାରେ ଲାଗି ଯାଆନ୍ତି । କହିବାକୁ ଗଲେ ବାତ୍ୟା ୟାସ ପୂର୍ବରୁ ଏମିତି ବହୁତ ବାତ୍ୟା ଅଛି ଯାହା ଓଡିଶା ମଧ୍ୟ ଦେଇ ଗତି କରିସାରିଛି । କହିବାକୁ ଗଲେ ଫାଇଲିନ, ତିତଲୀ, ଅମ୍ପାନ ଓ ଫନି ପରେ ବର୍ତ୍ତମାନ ୟାସ ଓଡିଶା ଉପରକୁ ମାଡି ଆସୁଛି । ୨୬ ତାରିଖ ସନ୍ଧ୍ୟା ସମୟରେ ଏହି ବାତ୍ୟା ପାରାଦ୍ଵୀପ ଓ ସାଗର ଦ୍ଵିପ ମଧ୍ୟରେ ସ୍ଥଳଭାଗ ଛୁଇଁବ ।

ଏମିତିରେ ବେଳେ ବେଳେ ଆପଣ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥିବ କି ଏହି ବାତ୍ୟାର ନାଁ ଏହିଭଳି କାହିଁକି ହୋଇଥାଏ ଓ ଏହି ସମସ୍ତ ବାତ୍ୟାର ନାମକରଣ କିଏ କରିଥାଏ । ଆଜି ଆମେ ଆପଣଙ୍କୁ ଏହି ବାତ୍ୟା ଗୁଡିକର ନାମକରଣ କେମିତି ହୋଇଥାଏ ଓ ଏହାର ରହସ୍ୟ ବିଷୟରେ କହିବୁ । କହିବାକୁ ଗଲେ ଓଡିଶାକୁ ମାଡି ଆସୁଥିବା ବାତ୍ୟା ୟାସର ନାମକରଣ ଓମାନ ଦେଶ କରିଛି । ୟାସ ପ୍ୟାରିସ ଭାଷାରୁ ଆସିଛି । ଯାହାର ଇଂରାଜୀର ଅର୍ଥ ଜସ୍ମିନ ।

ସାମୁଦ୍ରିକ ଝଡର ଏହି ନାମକରଣ ପ୍ରକ୍ରିୟା ବହୁତ ବର୍ଷ ହେବ ଚାଲି ଆସୁଛି । ସମୁଦ୍ରରେ ସୃଷ୍ଟି ହେଉଥିବା ସମସ୍ତ ବାତ୍ୟାର କୌଣସି ନା କୌଣସି ନାଁ ଅବଶ୍ୟ ରହିଥାଏ । ଏହା ସହିତ ଏହି ବାତ୍ୟା ନାଁ ପଛରେ ଏକ ରୋମାଞ୍ଚକ ପୂର୍ଣ ଅର୍ଥ ବି ରହିଥାଏ । କୁହାଯାଏ କି ପୂର୍ବେ ବାତ୍ୟାର କୌଣସି ବି ନାମକରଣ ହେଉ ନ ଥିଲା । ଏହା ମଧ୍ୟରେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ ଭଳି ଏସିଆର ପ୍ରାୟତଃ ଦେଶ ବାତ୍ୟାର ସମ୍ମୁଖୀନ କରିସାରିଛନ୍ତି । ସମସ୍ତେ ବାତ୍ୟାକୁ ଯେଉଁ ବର୍ଷରେ ଆସୁଥିଲା ସେହି ବର୍ଷକୁ ହିଁ ବାତ୍ୟାର ନାମକରଣ କରି ଦେଉଥିଲେ ।

ଏହା ପରେ ୨୦୦୦ ମସିହା ଠାରୁ ବାତ୍ୟାର ନାମକରଣ ଆରମ୍ଭ ହୋଇଥିଲା । ପ୍ରଥମ ଭାରତ ମହାସାଗର କ୍ଷେତ୍ରର ୮ ଟି ଦେଶ ଏହି ନାମ କରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେହି ସମସ୍ତ ଦେଶ ଗୁଡିକ ହେଲା ଭାରତ, ମିଆଁମାର, ବାଂଲାଦେଶ, ମାଲଦ୍ଵୀପ, ଓମାନ, ଥାଇଲ୍ୟାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା । ଏହା ପରେ ୨୦୧୮ରେ ଇରାନ, ୟମେନ, ସାଉଦିଆରବ, କତର, ୟୁଏଇ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସମୁଦ୍ରରେ ସୃଷ୍ଟି ହେଉଥିବା ସମସ୍ତ ବାତ୍ୟାର ନାମକରଣ ଏହି ୧୩ ଟି ଦେଶ ମିଶି କରୁଛନ୍ତି ।

କହିଦେଉଛି କି ଏହି ନାମକରଣ ପ୍ରକ୍ରିୟା ଆଲ୍ଫାବେଟ ହିସାବରେ ହୋଇଥାଏ । ଯଦି ଭାରତ ମହାସାଗରରେ ବାତ୍ୟା ଆସେ ତେବେ ଆଲ୍ଫାବେଟ ଅନୁସାରେ ଯେଉଁ ଦେଶର ନାଁ ଆଗେ ଆସିବ ସେ ହିଁ ବାତ୍ୟାର ନାମ କାରଣ କରିବ । ଯେମିତି କି ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାଁ ମିଆଁମାର ଦେଇଥିଲା ଓ ସେହି ଆଲ୍ଫାବେଟ ଅନୁସାରେ ବର୍ତ୍ତମାନ ଓମାନ ୟାସର ନାମକରଣ କରିଛି । ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି କି ଏହି ବାତ୍ୟା ପାରାଦ୍ଵୀପ ଓ ସାଗର ଦ୍ଵିପ ଉପକୂଳ ଛୁଇଁବ ବୋଲି ଆକଳନ କରିଛି । ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗର କିଛି ସ୍ଥାନରେ ବାତ୍ୟା ୟାସର ପ୍ରକୋପ ଦେଖାଯିବ ।

Leave a Reply

Your email address will not be published. Required fields are marked *