ଜାଣନ୍ତୁ କାହିଁକି କରନ୍ତି ସତ୍ୟନାରାୟଣ ବ୍ରତର ପୂଜା ଓ କଣ ଏହାର ଲାଭ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ,ସବୁ ପୁର୍ଣିମାକୁ ସତ୍ୟନାରାୟଣ ଙ୍କର ପୂଜା ଉପାସନା କରାଯାଏ । ଏହିଦିନ ଭଗବାନ ସୃହାରୀ ବିଷ୍ଣୁ ଙ୍କ ନାରାୟଣ ରୂପର ପୂଜା କରାଯାଇଥାଏ । ଏହି ବ୍ରତ କରିବା ଦ୍ଵାରା ବ୍ରତ କରିବା ଲୋକର ଜୀବନରେ ଦୁଖ,ଶୋକ ଦୂର ହୋଇଥାଏ,ଜୀବନରେ ସୁଖ,ଶାନ୍ତି, ସମୃଦ୍ଧିର ଆଗମନ ହୋଇଥାଏ, ପୁତ୍ର ପ୍ରାପ୍ତ ହେବା ସହିତ ସବୁଠି ବିଜପ୍ରାପ୍ତିର ବରଦାନ ମିଳିଥାଏ । ଏହି ବ୍ରତକୁ କିଛି ବିଶେଷ ତିଥିର ଦରକାର ପଡେନି । ଆସନ୍ତୁ ,ଏହି ବ୍ରତର ପୂଜା ବିଧି କୁ ଜାଣିବା ।

ପୌରଣିକ କଥା ଅନୁସାରେ ,ଚିରକାଳ ପାଇଁ ଭଗବାନ ଶ୍ରୀ ହରି ବିଷ୍ଣୁ କ୍ଷୀର ସାଗରରେ ବିଶ୍ରାମ କରୁଥିଲେ ।

Image Courtesy: Google

ସେହିସମୟରେ ନାରଦ ଆସିଥିଲେ । ନାରଦଙ୍କୁ ଦେଖି ଭଗବାନ ଶ୍ରୀହରି ବିଷ୍ଣୁ କହିଲେ ମହର୍ଷି ଆପଣଙ୍କର ଆସିବାର ପ୍ରୟୋଜନ କଣ ଅଟେ ? ନାରଦ କହିଲେ କି ନାରାୟଣ ,ନାରାୟଣ ପ୍ରଭୁ । ଆପଣ ତ ପାଳନ କର୍ତା । ସବୁକିଛି ଜଣା ଆପଣଙ୍କୁ । ପ୍ରଭୁ ମୋତେ ଏମିତି କିଛି ସହଜ ଉପାୟ କୁହନ୍ତୁ, ଯାହାକୁ କରିବା ଦ୍ଵାରା ପୃଥିବୀବାସୀଙ୍କ କଲ୍ୟାଣ ହେବ ।

Image Courtesy: Google

ତା ପରେ ,ଭଗବାନ ଶ୍ରୀହରି କହିଲେ -ହେ ଦେବର୍ଷି ଯେଉଁ ବ୍ୟକ୍ତି ସାଂସାରିକ ସୁଖ ଭୋଗକରିବାକୁ ଚାହୁଁଛି ଓ ମୃତ୍ୟୁ ପରେ ପରଲୋକ ଯିବାପାଇଁ ଚାହୁଁଛି ,ତାକୁ ଭଗବାନ ଶ୍ରୀ ହରିଙ୍କ ପୂଜା ନିଶ୍ଚୟ କରନ୍ତୁ । ତାପରେ ନାରଦ ଭଗବାନ ବିଷ୍ଣୁଙ୍କୁ ବ୍ରତ ବିଧି କହିବ ପାଇଁ ଅନୁରୋଧ କରିଥିଲେ ।

Image Courtesy: Google

ଭଗବାନ ବିଷ୍ଣୁ ଶ୍ରୀହରି କହିଥିଲେ-ଏହା କରିବା ପାଇଁ ବ୍ୟକ୍ତି କୁ ଦିନଭରି ଉପବାସ ରହିବାକୁ ପଡିବ । ସନ୍ଧ୍ୟା କାଳରେ କୌଣସି ପଣ୍ଡିତକୁ ଡାକି ସତ୍ୟନାରାୟଣ କଥା ଶ୍ରବଣ କରିବା ଉଚିତ । ଭଗବାନଙ୍କ ଭୋଗରେ ଚରଣାମୃତ, ପାନ, ଧାଗା, ଚାଉଳ, ଖସା, ରାଶି, ସିନ୍ଦୁର, ଫୁଲ,ଫଳ,ପଞ୍ଚଗବ୍ୟ, ଗୁଆ, ଦୂର୍ବା ଆଦି ଅର୍ପଣା କରନ୍ତୁ । ଏଥିରେ ସତ୍ୟନାରାୟଣ ପ୍ରସନ୍ନ ହୋଇଥାନ୍ତି ।

Image Courtesy: Google

ଏଇ ପୂଜାରେ ସର୍ବ ପ୍ରଥମେ ଗଣେଶ ଙ୍କ, ଏହା ପରେ ଇନ୍ଦ୍ର ଦେବ ଓ ନବଗ୍ରହ ସହିତ କୁଳ ଦେବ ଦେବତା ଙ୍କ ପୂଜା କରାଯାଏ । ପୁଣି ଠାକୁର ଓ ନାରାଯଣଙ୍କ,ଏହା ପରେ ମାତା ଲକ୍ଷ୍ମୀ ,ପାର୍ବତୀଙ୍କ ସହିତ ସରସ୍ଵତୀଙ୍କ ପୂଜା କରାଯାଏ । ଶେଷରେ ବ୍ରହ୍ମା ଓ ଭଗବାନ ଶିବଙ୍କ ପୂଜା କରାଯାଏ । ଏହାପରେ ଆରତୀ ଓ ହୋମ କରି ପୂଜା ସମ୍ପର୍ଣ କରାଯାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *