ଜନ୍ମ ବାରରୁ ଜାଣନ୍ତୁ ନିଜର ସ୍ଵଭାବ- Astrology Tips

ସମସ୍ତେ ଭାବନ୍ତି ମୁଁ ଏହି ଭଳି କଣ ପାଇଁ ଅଛି, କେହି ବହୁତ୍ ରାଗି ସ୍ୱଭାବର ହୋଇଥାନ୍ତି ତ କେହି ଶାନ୍ତ ଆଉ କିଏ କିଏ ବହୁତ୍ ମଜାଳିଆ ସ୍ୱଭାବର ହୋଇଥାନ୍ତି ତ କେହି ବହୁତ୍ ଇମୋଶ୍ନାଲ ସ୍ୱଭାବର ହୋଇଥାନ୍ତି । କିନ୍ତୁ କେହି ଏକଥା ଜାଣି ନଥାନ୍ତି ଜେ ତାଙ୍କ ଏହି ଭଳି ସ୍ଵଭାବ ପଛରେ କାରଣ କଣ ରହିଥାଏ । ମଣିଷ ନିଜ ଜୀବନରେ ବହୁତ୍ ଦୁଃଖ ପାଇଥାଏ ଆଉ ଏହି ଦୁଃଖ ପାଇବା ସମୟରେ ତାଙ୍କୁ ସବୁଠାରୁ ଅଧିକ ଅନୁଭବ ହୋଇଥାଏ ଜେ ତାଙ୍କ ସ୍ଵଭାବ ପାଇଁ ତାଙ୍କର ଏହି ଅବସ୍ଥା ଅଟେ ଯାହା ପରେ ସେ ତାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି ଆଉ ବହୁତ୍ ଲୋକ ସଫଳ ମଧ୍ୟ ହୁଅନ୍ତି କିନ୍ତୁ କିଛି ନା କିଛି ଅଂଶ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜେ କେଉଁ ବାରରେ ଜନ୍ମ ହେଲେ କାହାର କେମିତିକା ସ୍ଵଭାବ ହୋଇଥାଏ ।

୧- ରବିବାର :

ଏହି ବାରରେ ଜନ୍ମ ହୋଇଥିଲା ବ୍ୟକ୍ତି ପିତ୍ତ ସେହି ହୋଇଥାନ୍ତି । ଏହା ଛଡ଼ା ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଗୋରା ରଙ୍ଗ ଅଳପ କେଶ ଆଉ ସୁନ୍ଦର୍ ମୁଖ ହୋଇଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ସହ ହସ ଖୁସିରେ କଥା କୁହନ୍ତି ଆଉ ଜିବନ ସର ଅନ୍ୟ ମାନଙ୍କୁ ହସେଇବା ପାଇଁ ଚେଷ୍ଟା କରନ୍ତି, ତାଙ୍କ ଆଖ ପାଖ ଲୋକେ ଖୁସିରେ ରହିଲେ ତାଙ୍କୁ ଭଲ ଅନୁଭବ ହୋଇଥାଏ ।

୨- ସୋମବାର :

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସବୁଠାରୁ ଭଲ ଗୁଣ ଏହା ହୋଇଥାଏ ଜେ ସେ ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତି ଆଉ ନିଜ ପରିବାର ସୁଖ ଦୁଃଖରେ ବହୁତ୍ ବଡ ସହଭାଗୀ ହୋଇଥାନ୍ତି । ଏହି ଭଳି ବ୍ୟକ୍ତି ବହୁତ୍ ଶାନ୍ତ ସ୍ୱଭାବର ହୋଇଥାନ୍ତି ଆଉ ତାଙ୍କ ପାଇଁ ତାଙ୍କ ପରିବାର ବହୁତ୍ ଆବଶ୍ୟକ ହୋଇଥାଏ ସେ ନିଜ ପରିବାର ପାଇଁ କିଛି ବି କରିବାକୁ ରାଜି ରୁହନ୍ତି ।

୩- ମଙ୍ଗଳବାର :

ଏହି ଦିଞ୍ଜନ୍ମ ହୋଇଥିବା ବ୍ୟକ୍ତି ବହୁତ୍ ତୀବ୍ର ସ୍ୱଭାବର ହୋଇଥାନ୍ତି, ତେବେ ଏହି ଭଳି ଲୋକେ ସତ୍ୟ ପ୍ରିୟ ହୋଇଥାନ୍ତି ଏହା ଛଡ଼ା ଏହି ଲୋକଙ୍କ ପାଇଁ ଅନ୍ୟ ମାନଙ୍କ ଭାବନା କିଛି ବିଶେଷ ମୂଲ୍ୟ ରଖି ନଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଯୁଧ ପ୍ରିୟ ହୋଇଥାନ୍ତି ଏହା ଛଡ଼ା ନିଜ ମନ କଥା ମାନି କାମ କରିବା ପସନ୍ଦ କରନ୍ତି ।

୪- ବୁଧବାର :

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କଳାକୃତି ରେ କୌଶଳ ହୋଇଥାନ୍ତି, ତାଙ୍କ ଜୀବନରେ ଯେତେ ଅସୁବିଧା ହେଲେ ମଧ୍ୟ ସେ ନିଁ ଇଛା ଅନୁଯାଇ କାମ କରିବା ପସନ୍ଦ କରନ୍ତି ଆଉ ଆରମ୍ଭରେ କଷ୍ଟ ହେଲେ ମଧ୍ୟ ପରେ ତାଙ୍କୁ ବହୁତ୍ ସଫଳତା ମିଳିଥାଏ । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରାୟତଃ ବେପାର କରି ନିଜ ଘର ଚଳାଇ ଥାନ୍ତି ।

୫- ଗୁରୁବାର :

ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଧାର୍ମିକ ହୋଇଥାନ୍ତି, ଏହି ଭଳି ବ୍ୟକ୍ତି ମାଂସାହାର ଭୋଜନ କରିବା ପଶନ୍ଦ କରନ୍ତି ନାହିଁ । ଜୀବନରେ ଯେତେ ସୁଖ ଦୁଃଖ ଆସିଲେ ଶୁଖି ରୁହନ୍ତି ।

୬- ଶୁକ୍ରବାର:

ଯେଉଁ ବ୍ୟକ୍ତି ମାନେ ଶୁକ୍ରବାର ଦିନ ଜନ୍ମ ହୋଇଥାନ୍ତି ତାଙ୍କ ସ୍ଵଭାବ ବହୁତ୍ ଶାନ୍ତ ହୋଇଥାଏ ଆଉ ଏହି ଭଳି ଲୋକେ କେବେ ଅନ୍ୟ ମାନଙ୍କୁ କଷ୍ଟ ଦିଅନ୍ତି ନାହିଁ । ଏହି ଭଳି ଲୋକଙ୍କ ମନ ସବୁ ବେଳେ ସଫା ରହିଥାଏ ।

୭- ଶନିବାର :

ଯେଉଁ ଲୋକ ମାନେ ଶନିବାର ଦିନ ଜନ୍ମ ହୁଅନ୍ତି ସେମାନେ ବହୁତ୍ ନ୍ୟାୟ ପ୍ରିୟ ହୋଇଥାନ୍ତି କିନ୍ତୁ ଅଳପ କ୍ରୁର ସ୍ୱଭାବର ହୋଇଥାନ୍ତି ଯାହା ତାଙ୍କ ପାଇଁ ଜମା ବି ଉଚିତ ହୋଇନଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *