ଯେବେ ଭାଗ୍ୟ ସାଥ ଦେଉନି ତ କଣ କରିବେ? Krishna Vani

କୁହାଯାଏ ଯେବେ ଭାଗ୍ୟ ଖରାପ ହୋଇଥାଏ ମିଠା ନଦୀର ପାଣି ମଧ୍ୟ ଲୁଣିଆ ଲାଗିଥାଏ । କଣ ଆପଣଙ୍କୁ ମଧ୍ୟ ଏହା ଲାଗିଥାଏ, ନା ସବୁ ଖରାପର କାରଣ ଭାଗ୍ୟ ହୋଇନଥାଏ । କାରଣ ହୋଇଥାଏ ଆମର ଅସାବଧାନୀ, କଠିନ ସମୟରେ ସାବଧାନୀ ସବୁଠୁ ମହତ୍ଵ ପୂର୍ଣ କାର୍ଯ୍ୟ ଅଟେ । ସତ୍ୟ କହିବା, ବଚନ ଦେବା, ବା ପ୍ରତିଜ୍ଞା ନେବାରେ ସାବଧାନୀ ଆବଶ୍ୟକ ହୋଇଥାଏ ।

ସାବଧାନୀର ଅର୍ଥ ଏହା ଅଟେ  ପ୍ରଥମରୁ ଭବିଷ୍ୟର ଆକଳନ କରନ୍ତୁ, ଯଦି ଘରର ମୂଳଧୁଆ ବନେଇବାରେ ଅସାବଧାନୀ କରାଯାଏ ଇମାରତ କେତେବୀ ସୁନ୍ଦର ହେଉନା କାହିଁକି ସେ ଖରାପ ହୋଇଥାଏ । ସେଥିପାଇଁ ସୁରକ୍ଷିତ ଭବିଷ୍ୟର ଆଧାର ଅଟେ ବର୍ତମାନରେ କରୁଥିବା ସାବଧାନୀ । ଭବିସ୍ୟାତରେ କଣ ହେବ ଆମେ ଜାଣିନଥାଉ କିନ୍ତୁ ତାଠୁ ବଞ୍ଚିବା ପାଇଁ ସାବଧାନ ନିଶ୍ଚିତ ହୋଇପାରିବେ ।

Image Courtesy: Google

ମନୁଷ୍ୟର ସବୁଠୁ ବଡ ଗୁଣ ଏହା ଅଟେକି ସବୁବେଳେ ସେ ବହୁତ କଠିନ ପରିଶ୍ରମ କରିଥାଏ ଓ ମଣିଷର ସବୁଠୁ ବଡ ଭୁଲ ଏହା ହୋଇଥାଏକି ସେ ସବୁବେଳେ ଛୋଟ ମାର୍ଗ ବାଛିଥାଏ । ଶେଥି ପାଇଁ ସେ ବରଦାନ ଚାହିଁ ଥାଏ, ସେଥିପାଇଁ ସ୍ରାପ ପାଇଁ ଭୟ ପାଇଥାଏ । କିନ୍ତୁ ଜୟ, ବିଜୟ, ହାନି ଲାଭ ପାଇଁ  ସ୍ରାପ ଓ ବରଦାନ ଭାବ ମାତ୍ର ହୋଇଥାଏ । କେତେବେଳେ ବରଦାନ ସ୍ରାପ ବନିଥାଏ ଓ ସ୍ରାପ ବରଦାନ ହୋଇଥାଏ ଏହା ମଣିଷର କର୍ମ ଉପରେ ନିର୍ଭର ହୋଇଥାଏ ।

Image Courtesy: Google

ବିସ ପିଇ ଶଙ୍କର ମହାଦେବ ଓ ଅମୃତ ପାନ କରି ରାହୁ କେତୁ ଅସୁର ହୋଇ ରହିଲେ । ସବୁ ଖେଳ ଅଟେ ଭାବ ଓ କର୍ମର, ଯଦି କର୍ମ ଓ ଲକ୍ଷ ଉଚିତ ହୋଇଥାଏ ତ ଶ୍ରାପକୁ ବରଦାନ ହେବାରେ ଡେରି ହୋଇନଥାଏ । ଯଦି କର୍ମ ଅନୁଚିତ ହୋଇଥାଏତ ବରଦାନ ମଧ୍ୟ ସ୍ରାପ ହୋଇଯାଏ । କେବେ ଚୁମ୍ବକକୁ ଦେଖିଛନ୍ତି କେମିତି ଲୁହା ଆଡକୁ ଆକର୍ଷିତ ହୋଇଥାଏ,  ଓ କେମିତି ଲୁହାକୁ ନିଜ ଆଡକୁ ଆକର୍ଷିତ କରିଥାଏ । କାରଣ ତାର ସ୍ବଭାବରେ ହିଁ ଆକର୍ଷଣ ରହିଛି ।

Image Courtesy: Google

ଆମ ସମସ୍ତଙ୍କ ଭିତରେ ମଧ୍ୟ ସେହି ଭଳି ଗୋଟେ ଆକର୍ଷଣ ରହିଛି ସେ ହେଉଛି ବିଚାରର ଚୁମ୍ବକ । ଯିଏ ସଦା ନିଜ ଭଳି ବିକଶିତ କରିଥାଏ । ଆମେ ଯାହା ହୋଇଥାଉ ସେଇଆ କରିଥାଉ, ଆମେ ଯାହା ଭବିଠଉ ସେଇଆ ପାଇଥାଉ ।  ସାଧୁ ଇଶ୍ଵର ନାମ ଜପିଥାଏ ତାକୁ ଇଶ୍ଵର ମିଳିଥାନ୍ତି ଅର୍ଥାତ ଫଳ ଆମ ଭାବନା ଉପରେ ନିର୍ଭର କରିଥାଏ । ସବୁବେଳେ ମାନେ ରଖନ୍ତୁ ଆମେ ଯାହା ଭାବିଥାଉ ସେଇଆ ହୋଇଥାଏ, ଆପଣଙ୍କ ବିଶ୍ଵାସ ଯିଏ ନିର୍ଧାରିତ କରେ ଆପଣଙ୍କୁ ବିସ ମିଳିବ ନା ଅମୃତ । ସେଥିଲାଗି ନିଜ ଭାବନାକୁ ସୁଦୃଢ ରଖନ୍ତୁ ।

Leave a Reply

Your email address will not be published. Required fields are marked *