ଯେବେ ପ୍ରେମରେ ବାରମ୍ବାର ଧୋକା ମିଳେ ତ କଣ କରିବେ- Krishan Vani

ପ୍ରେମ ଏକ ଏମିତି ବନ୍ଧନ ଯାହା ମଣିଷ ଜୀବନରେ ଥରେ ମାତ୍ର ହୋଇଥାଏ । କିନ୍ତୁ ଯେତେବେଳେ ପ୍ରେମରେ ଧୋକା ମିଳିଥାଏ ସେହି ସମୟରେ ଯାହା ଅନୁଭବ ହୋଇଥାଏ ତାହା ବର୍ଣ୍ଣନା କରି ହେବ ନାହି । ଯେବେ ମଣିଷ ଧୋକା ଖାଇଥାଏ ସେହି ସମୟରେ ବ୍ୟକ୍ତି ଉଦାସ ହେବା ସହ ବହୁତ କଷ୍ଟ ପାଇଥାଏ । ନିଜ ଉପରେ ବହୁତ ରାଗ ଆସିଥାଏ କିନ୍ତୁ ମଣିଷ କିଛି ପରିପାରେ ନାହି । ଯେଉଁ ମଣିଷକୁ ଆମେ ଅଧିକ ଭଲ ପାଇଥାଉ ସେ ହିଁ ଆମ ମନକୁ କଷ୍ଟ ହେଲା ଭଳି କାମ କରିଥାଏ ।

ପ୍ରେମ କରୁଥିବା ବ୍ୟକ୍ତି ଯେବେ କହେ ସେ ଆପଣଙ୍କ ଠାରୁ ଦୂରେଇ ଜୀବ ଏହା ଶୁଣିବା ପରେ ମଧ୍ୟ ଆପଣ ତାକୁ କ୍ଷମା କରିଥାନ୍ତି କାରଣ ସେ ଆପଣଙ୍କ ପାଇଁ ବହୁତ ମୁଲ୍ଯବନ ହୋଇଥାନ୍ତି । ପ୍ରେମ କରୁଥିବା ମଣିଷର ମନ କଥା ତାଙ୍କ ପାର୍ଟନର କେବେ ବୁଝନ୍ତି ନାହି ବରଂ ବାରମ୍ବାର ତାଙ୍କ ହୃଦୟକୁ ଭାଙ୍ଗିଥାନ୍ତି । ଆପଣଙ୍କ ଉପରେ କଣ ବିଟୁଛି ତାହା ଆପଣଙ୍କ ପାର୍ଟନର ଜାଣି ପାରନ୍ତି ନାହି । କାରଣ ଯେବେ ହୃଦୟ ଭାଙ୍ଗେ ସେତେବେଳେ ବହୁତ କଷ୍ଟ ହୋଇଥାଏ । ଏହି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି କଣ ଆମେ ସେହି ବ୍ୟକ୍ତି ସହ ରହିବା ଉଚିତ ନାଁ ତା ଉପରେ ଆମର ସବୁ କିଛି କୁର୍ବାନ କରି ଦେବା ଉଚିତ ।

ଧୋକା ଦେଇଥିବା ବ୍ୟକ୍ତିକୁ ପ୍ରେମ କରିବା ଉଚିତ ହୋଇପାରେ କିନ୍ତୁ ତା ସହ ରହିବା ଅନୁଚିତ ହୋଇଥାଏ । ଯିଏ ଆପଣଙ୍କ ଭାବନା ସହ ଖେଳିଥାଏ ତାକୁ ଗ୍ରହଣ କରିବା ଠିକ ନୁହେଁ । ଆପଣ ନିଜ ପାର୍ଟନର କଥା ଭାବି କାନ୍ଦିବା ଉଚିତ ନୁହେଁ ବରଂ ନିଜକୁ ମଜବୁତ କରିବା ଉଚିତ । ଆପଣ ଠିକ ଓ ଭୁଲ ଭିତରେ ଗରକ ଜାଣନ୍ତୁ ଯାହା ପାଇଁ ଆପଣ ଆଉ ଥରେ ପ୍ରେମରେ ଧୋକା ଖାଇବେ ନାହି । ଆପଣ ନିଜକୁ ଏମିତି ଭାବେ ପ୍ରସ୍ତୁତ କରନ୍ତୁ କି ଲୋକ ମାନେ ଆପଣଙ୍କୁ ଭଲ ପାଇବେ । ସେହି ସମୟରେ ବିକଳ୍ପ ଆପଣଙ୍କ ହାତରେ ଥିବ ।

ଯେଉଁ ବ୍ୟକ୍ତି ସ୍ଵାର୍ଥୀ ହୋଇଥିବ ସେ କେବେ ବି କାହାରି ହୋଇ ପାରନ୍ତି ନାହି । ପ୍ରେମ ଏମ ଏମିତି ଡୋରୀ ଯାହା ଭାଙ୍ଗିଗଲେ ଯୋଡି ହୋଇଯାଏ ସତ କିନ୍ତୁ ସେଥିରେ ଫାଟ ସୃଷ୍ଟି ହୋଇଥାଏ । ଆପଣ ନିଜ ମନକୁ ପବିତ୍ର କରି ପ୍ରେମ କାରନ୍ତୁ । ଆପଣ ନିଜକୁ ଏତେ ଭଲ ଭାବେ ମଜବୁତ କରନ୍ତୁ କି ଆପଣ ଦିତୀୟ ଥର ପ୍ରେମ କରିଲେ ଆପଣଙ୍କ ପାର୍ଟନର ଓ ଆପଣଙ୍କ ମଧ୍ୟ ରେ କିଛି ଫରକ ଥିବ । ତେଣୁ ପ୍ରେମ ରେ ଯେବେ ଧୋକା ମିଳିବ ସେହି ସମୟରେ ଆପଣ ଭାଙ୍ଗି ନ ପଡି ପୁଣି ଥରେ ନୂଆ ଜୀବନ ଆରମ୍ବ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *