ଯେଉଁ ଅଗଣାରେ ରଖିଛନ୍ତି ଏହି ୫ଟି ଜିନିଷ, ସେହି ଘର ଉପରେ କେବେ ଆସିବ ନାହିଁ କ୍ଷତି

ଘରର ଅଗଣାରେ ଏକ ଏମିତି ଜାଗା ହୋଇଥାଏ ଯେଉଁଠି ପରିବାରର ସବୁ ସଦସ୍ୟ ବହୁତ ରିଲାକ୍ସ ଅନୁଭବ କରିଥାନ୍ତି । ପିଲା ଏହି ଅଗଣାରେ ଖେଳିଥାନ୍ତି ,ଘରର ମହିଳା ଏଠାରେ ବସି ଗପସପ କରିଥାନ୍ତି ,ଘରର ପୁରୁଷ ମାନେ ଏଠାରେ ବସି ଖବର କାଗଜ ପଢିଥାନ୍ତି ,ଘରର ବୃଦ୍ଧା ମାନେ ଏଠାରେ ବସିଲେ ବହୁତ ଶାନ୍ତି ଅନୁଭବ କରିଥାନ୍ତି । କୁହାଯାଏ କି ଏହି ଅଗଣା ଆପଣଙ୍କ ଘର ପରିବାରର ଖୁସିର ଚାବିକାଠି ହୋଇଥାଏ । ଏହି ଅଗଣା ଶକ୍ତି ଯେତେ ସକାରାତ୍ମକ ହେବ ,ଘରର ମହିଳା ବି ସେତିକି ଖୁସି ହେବେ ।

ଘର ଅଗଣାରେ ନିହାତି ରଖନ୍ତୁ ଏହି ୫ଟି ଜିନିଷ

ଆପଣଙ୍କ ଘରର ଅଗଣାର ପ୍ରଭାବ ଆପଣଙ୍କ ପରିବାରର ଆର୍ଥିକ ସ୍ଥିତି ,ଭଲ ଖରାପ ଭାଗ୍ୟ ଏବଂ ସ୍ୱାସ୍ଥ୍ୟ ଉପରେ ବି ପଡିଥାଏ । ଏହି କଥାକୁ ଧ୍ୟାନରେ ରାଖୀ ଆଜି ଆମେ ଆପଣଙ୍କୁ ୫ଟି ଏମିତି ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କ ଅଗଣାରେ ନିହାତି ରହିବା ଆବଶ୍ୟକ । ଯେଉଁ ଲୋକଙ୍କ ଘରେ ଅଗଣା ନାହିଁ ସେମାନେ ଛାତ ଉପରେ ବା ବାଲକୋନୀରେ ରଖିବାର ପ୍ରୟାସ କରିପାରିବେ ।

୧ -ତୁଳସୀ ଗଛ

ସବୁ ଘରର ଅଗଣାରେ ଗୋଟିଏ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ । ତୁଳସୀ ପାତ୍ର ଆମକୁ କେତେକ ପ୍ରକାରର ସ୍ୱାସ୍ଥ୍ୟ ଲାଭ ଦେଇଥାଏ ଏବଂ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ତୁଳସୀ ଗଛକୁ ଅଗଣାର ମଝିରେ ରଖିବା ଉଚିତ ।

୨ -ଦୀପ

ଘରର ଅଗଣାରେ ପ୍ରତିଦିନ ସକାଳେ ସନ୍ଧ୍ୟାରେ ଦୀପ ନିହାତି ଜଳାନ୍ତୁ । କୁହାଯାଏ କି ଦୀପ ନକରାତ୍ମକ ଶକ୍ତିକୁ ଜଳାଇ ଶେଷ କରିଦେଇଥାଏ । ଏହାଦ୍ବାରା ଘରେ କେବଳ ସକାରାତ୍ମକ ଶକ୍ତି ରହିଥାଏ ।

୩ -ପକ୍ଷୀମାନଙ୍କର ଖାଇବା

ଘରର ଅଗଣା ,ଛାତ ବା ବାଲକୋନୀରେ ପକ୍ଷୀଙ୍କ ପାଇଁ ଏକ ପ୍ଳେଟରେ ଖାଦ୍ୟ ଏବଂ ପାଣି ରଖିଲେ ଅଧିକ ପୂଣ୍ୟ ମିଳିଥାଏ । ଯେଉଁ ଘରର ଅଗଣାରେ ପକ୍ଷୀଙ୍କର ଶବ୍ଦ ଶୁଣାଯାଇଥାଏ ସେଠାରେ କେବେ ଆର୍ଥିକ ସମସ୍ୟା ଆସିନଥାଏ ।

୪ -ଲେମ୍ବୁ ଲଙ୍କା

 

ଘରର ଅଗଣାରେ ଏକ ଲେମ୍ବୁ ଲଙ୍କା ଟାଙ୍ଗି ନିହାତି ରଖନ୍ତୁ । ଏହା ଘରେ କୌଣସି ଖରାପ ଶକ୍ତିକୁ ପସିବାକୁ ଦେବ ନାହିଁ । ଏହା ସହିତ ଘରର ଖୁସିକୁ ଅନ୍ୟର ଖରାପ ନଜରରୁ ବି ବଞ୍ଚାଇ ଥାଏ ।

୫ -ଅଗରବତୀ

ଘରର ଅଗଣାରେ ସକାଳେ ଏବଂ ସନ୍ଧ୍ୟାରେ ଅଗରବତୀ ଅବଶ୍ୟ ଜଳାନ୍ତୁ । ଏହି ଅଗରବତୀରୁ ବାହାରୁଥିବା ଧୂଆଁ ଘରର ମହିଳାଙ୍କୁ ସକାରାତ୍ମକ କରିବାରେ ସାହାଯ୍ୟ କରିଥାଏ ।ଏହାଦ୍ବାରା ତୁଳସୀ ମାତାଙ୍କର ପୂଜା ବି ହୋଇଯିବ ଏବଂ ଅଗରବତୀରେ ଘରର ଅଗଣାର ମାହୋଲ ବି ଖୁସି ହେଇଯିବ ।

Leave a Reply

Your email address will not be published. Required fields are marked *