ଶାସ୍ତ୍ର କହିଥାଏ ସୋମବାର ଦିନ ଭଗବାନ ଶିବଙ୍କ ଧ୍ୟାନ, ବ୍ରତ ଉପାସନା ,ମନ୍ତ୍ର ଜପ ଏବଂ ବିଶେଷ ପୂଜା କରି ନିଜର ମନ ଚାହୁଁଥିବା ବର ପ୍ରାପ୍ତ କରି ପାରିବା । ଭୋଳା ବାବାଙ୍କୁ ଶୀଘ୍ର ଖୁସି କରିବାକୁ ଚାହୁଁଛନ୍ତି ତାହେଲେ ଏହି ବିଧିରେ ତାଙ୍କ ଲିଙ୍ଗ ପୂଜା କରନ୍ତୁ ।
ଜଳରେ କେସର ମିଶାଇ ଶିବଲିଙ୍ଗର ଅଭିଷେକ କଲେ ବୈବାହିକ ଜୀବନରେ ଚାଲୁଥିବା ସବୁ ସମସ୍ୟା ଶେଷ ହୋଇଥାଏ । ଲଭ ମ୍ୟାରେଜର ଲୋକ ବି ଏହାକୁ କରିପାରିବେ ।
ଜଳରେ ଖସା ମିଶାଇ ଶିବଲିଙ୍ଗର ଅଭିଷେକ କରିବା ଦ୍ଵାରା କୁଣ୍ଡଳୀରେ ଥିବା ଶନି ଦୋଷ ଶେଷ ହେଇପାରେ ।
ଘର ପରିବାର ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବା ପାଇଁ ଶିବଲିଙ୍ଗରେ ଦୁଦୁରା ଚଢାନ୍ତୁ ।
ଶିବଲିଙ୍ଗକୁ ନିଜର ପାପୁଲିରେ ସ୍ପର୍ଶ କରନ୍ତୁ । କୁହାଯାଏ କି ଏମିତି କଲେ ଅଶୁଭ ଗ୍ରହ ବି ଶୁଭ ଫଳ ଦେଇଥାନ୍ତି ।
ଚମ୍ପା ଫୁଲ ବା ତାର ହାର ଶିବଲିଙ୍ଗ ଉପରେ ଚଢାଇଲେ ବହୁତ ସୁଖ ମିଳିଥାଏ ।
ଶିବ ପୂଜା କରିବା ସମୟରେ ଏହି କଥାକୁ ଧ୍ୟାନ ରଖନ୍ତୁ
ଶିବପୁରାଣ ରେ କୁହାଯାଇଛି ସୂର୍ଯ୍ୟଦୟ ସମୟରେ ଶିବଲିଙ୍ଗରେ ଗଙ୍ଗାଜଳ ଚଢାଇବା ଉଚିତ । ସୂର୍ଯ୍ୟାସ୍ଥପରେ ଶିବ ମନ୍ଦିରରେ ଦୀପଦାନ କରନ୍ତୁ ଅବଙ୍ଗ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ସବୁ ସୋମବାର ଦିନ ଏମିତି କଲେ ଗରିବ ବି ଧନୀ ହୋଇ ଯାଇଥାଏ ।
ଭଗବାନ ଶିବଙ୍କର ଫଟୋ ଘରର ପୂର୍ବ ଦିଗରେ ଲଗାନ୍ତୁ ଏବଂ ସବୁଦିନ ସନ୍ଧ୍ୟାରେ ଗାଈ ଘିଅର ଦୀପ ଜଳାନ୍ତୁ ।
ସମ୍ଭବ ନହେଲେ ସୋମବାର ଦିନ ସନ୍ଧ୍ୟାରେ ଅବଶ୍ୟ ଦୀପ ଜଳାନ୍ତୁ ।
ବିଶେଷ
ଦରମା ଆସିବା ପରେ କିଛି ନା କିଛି ଦାନ ପୂଣ୍ୟ ଅବଶ୍ୟ କରନ୍ତୁ । ସୋମବାର ଦିନ ଚାଉଳ ,ଦହି ,ଧଳା କପଡା ,ମିଶ୍ରି ,କ୍ଷୀର ବା କ୍ଷୀରରେ ତିଆରି ପଦାର୍ଥ ଏବଂ ଧଳା ମିଠା ଇତ୍ୟାଦି ଦାନ କରନ୍ତୁ ।